ରାସନ କର୍ଡ଼କୁ ନେଇ ଆସିଲା ବଡ ଖବର, ଜଲ୍ଦି ଦେଖନ୍ତୁ…

ବନ୍ଧୁଗଣ ଆମ ରାଜ୍ୟରେ ରାସନ କାର୍ଡ ସହ ଜଡିତ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । କେନ୍ଦ୍ର ସରକାର ପ୍ରଧାମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାରେ ମେ-ସେପ୍ଟେମ୍ବର ମାସ ମଧ୍ୟରେ ଅବଣ୍ଟିତ ହେବାକୁ ଥିବା ଗହମ କଟା ହ୍ରାସ କରିଛନ୍ତି । ତେବେ ଏଥିରେ ଚାଉଳ କଟା ବଢିଛି । କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏହି ପରିବର୍ତ୍ତନ ହୋଇଥିବା ବେଳେ ଏବେ ଏହି ସବୁ ରାଜ୍ୟ ଏବଂ ପ୍ରଦେଶରେ ରାସନ କାର୍ଡ ଅଧିକାରୀଙ୍କୁ ବହୁତ କମ ଗହମ ମିଳିବ ।

ତେବେ ଓଡିଶାରେ ଏହି ସୁବିଧା ମିଳିବ କି ନାହିଁ ଆସନ୍ତୁ ଜାଣିବା । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏନଏଫଏସଏ ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ଅନ୍ତର୍ଗତ ଗହମ କଟା ହ୍ରାସ କରିଛନ୍ତି । ତେବେ ଏଥିରେ ଚାଉଳ କଟା ବଢିଛି । ଏହି ନିଷ୍ପତ୍ତି ଅନୁସାରେ ତିନୋଟି ରାଜ୍ୟ ବିହାର, କେରଳ ଓ ଉତ୍ତର-ପ୍ରଦେଶକୁ ନିଶୁଳ୍କ ବିତରଣ ଲାଗି ଗହମ ବିଲକୁଲ ଦିଆଯିବ ନାହିଁ ।

ଏହା ଛଡା ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ଖଣ୍ଡ ଓ ପଶ୍ଚିମ ବଙ୍ଗର ଗହମ କଟା ହ୍ରାସ କରାଯାଇଛି । ବାକି 25ଟି ରାଜ୍ୟରେ ଗହମ କଟାକୁ ନେଇ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏ ବାବଦରେ କେନ୍ଦ୍ର ସରକାରଙ୍କ ଦ୍ଵାରା ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ମେ-ସେପ୍ଟେମ୍ବର 5 ମାସ ଲାଗି 36ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ପିଏମଜିକେୱାଇ ଚାଉଳ ଏବଂ ଗହମ ଆବଣ୍ଟନ ପରିବର୍ତ୍ତନ ଲାଗି ନିଷ୍ପତ୍ତି ହୋଇଛି ।

ଖାଦ୍ୟ ଓ ସାର୍ବଜନୀକ ବିତରଣ ମନ୍ତ୍ରାଳୟ ଗହମର ହ୍ରାସ କଟା ଚାଉଳରେ ପୂରଣ କରାଯିବ ବୋଲି କହିଛନ୍ତି । ତେବେ ଗହମର ହ୍ରାସ ଚାଉଳ ଦ୍ଵାରା ପୂରଣ ନିମନ୍ତେ ପ୍ରାୟ 55 ଲକ୍ଷ ମେଟିକ ଟନ ଅତିରିକ୍ତ ଚାଉଳ ଆବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ଏ ବାବଦରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହ ବ୍ୟାପକ ବିଚାର ବିମର୍ଶ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି ।

ପରେ ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *