ନିଜ ଜୀବନରେ କେବେ ମା’ର ମମତା ପାଇନଥିବା କିନ୍ନର ମେନକା ଆଜି ଅନାଥ ପିଲାଙ୍କ ପାଇଁ ପାଲଟି ଯାଇଛନ୍ତି ମା’, ଥରେ ଦେଖନ୍ତୁ ଏହି Video ଆପଣ ବି କରିବେ ସଲାମ !

ବନ୍ଧୁଗଣ ସେ ନାରୀ ନୁହନ୍ତି ସତ ହେଲେ ତାଙ୍କ ଛାତିରେ ଭାରି ରହିଛି ନାରୀ ସୁଲଭ ଗୁଣ । ଦୁନିଆ ତାଙ୍କୁ କିନ୍ନର ଓ ତୃତୀୟା ଲୀଙ୍ଗ ପରିଚୟରେ ଅବହେଳା କରି ଚାଲିଥିବା ବେଳେ ସେ କିନ୍ତୁ ଲାଗିଛନ୍ତି ସମାଜ ବିକାଶ କାମରେ । ବେସ କରି ଛୋଟ ପିଲା ମାନଙ୍କ ପ୍ରତି ତାଙ୍କର ଭଲ ପାଇବା ନୟାପଲ୍ଲୀ ଗଣପତି ବସ୍ତିର ବାସିନ୍ଧା ମେକନା କିନ୍ନରଙ୍କୁ ଭିନ୍ନ ଏକ ମା ଭାବେ ପରିଚୟ ଦେଇଛି । ଏଣେ ତେଣେ ଲକ୍ଷହୀନ ଭାବେ ବୁଲୁ ଥିବା ବସ୍ତି ପିଲା ମାନଙ୍କୁ ଲକ୍ଷ ଚିହ୍ନାନ୍ତି ମେନକା ।

ନିଜ ଘରକୁ ଡାକି ଆଣି ପାଠ ପଢାଇ ଥାନ୍ତି । ମେନକାଙ୍କ ଘର ଭିତରେ ଭର୍ତି ହୋଇ ରହିଛନ୍ତି ପିଲା ଆଉ ପିଲା ମାନେ ମଧ୍ୟ ତାଙ୍କୁ ଆଦରି ଗଲେଣି । ଏଠାକାର ପିଲାଙ୍କ ଶିକ୍ଷା ପାଇଁ ସରକାର କିଛି କରୁ ନଥିବା ବେଳେ ମେନକା ପିଲାଙ୍କୁ ସବୁଦିନ ପଢାଉ ଛନ୍ତି ବୋଲି କହିଛନ୍ତି ଜଣେ ଅଭିଭାବକ । ଜଣେ ଛାତ୍ରୀ କହିଛନ୍ତି ମେନକା ମମୀ ଆମକୁ ବହୁତ ସ୍ନେହ କରନ୍ତି ।

ପଢା ସମୟରେ ବୁଲିଲେ ମନା କରନ୍ତି ସ୍କୁଲରୁ ଫେରିଲେ ଦୈନିକ ଦୁଇ ଘଣ୍ଟା ପଢାନ୍ତି । ମେନକାଙ୍କ ଏହି କାମକୁ ଦେଖି ବସ୍ତି ବାସିନ୍ଧା ମାନେ ମଧ୍ୟ ବେସ ଅଧିକ ଖୁସି ଅଛନ୍ତି । କାରଣ ଯେଉଁଠି ସରକାର ଶିକ୍ଷା ବାବଦରେ କୌଣସି ବ୍ୟବସ୍ଥା କରୁ ନାହାନ୍ତି ସେଇଠି ଜଣେ କିନ୍ନର ନିଜ ସକ୍ଷମତା ଅନୁସାରେ ପିଲା ମାନଙ୍କୁ ପାଠ ପଢାଉ ଛନ୍ତି ବନ୍ଧୁଗଣ ଏହା ଠାରୁ ଆଉ ବଡ କଥା କଣ ହୋଇପାରିବ ।

ବର୍ତ୍ତମାନ ଦୁନିଆ ଯାହା ହେଲାଣି ଯଦି ଗୋଟେ ପିଲା ପାଠ ପଢି ନଥିବ ତା ହେଲେ ସେ କୌଣସି ସ୍ଥାନରେ ଛିଡା ହୋଇପାରିବ ନାହିଁ । ଆଉ ଏଭଳି ସମୟରେ ପାଠକୁ ଅଧିକ ଗୁରୁତ୍ଵ ଦେଇଛନ୍ତି କିନ୍ନର ମେନକା । ପିଲାଙ୍କ ପାଖରେ ବସି ମେନକା ମା ଭଳି ପାଠ ପଢାଉ ଛନ୍ତି । ତାଙ୍କ ଘର କାନ୍ଥରେ ସଚେତନତାର ବାର୍ତ୍ତା ରହିଛି ଆଉ ଟଙ୍କା ହେଇଛି ପ୍ରଶସ୍ତି ପତ୍ର ।

ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିବା ମେନକା ଏହି ବସ୍ତି ପିଲାଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି ଯାହା ଅତ୍ୟନ୍ତ ପ୍ରଶଂସନୀୟ । ମେନକା କୁହନ୍ତି ଏଠି ପ୍ରାୟ ବାପା-ମା ମାନେ ନିଜ ପିଲାଙ୍କୁ ଛାଡି କାମ କରିବାକୁ ବାଧ୍ୟ ହୁଅନ୍ତି । ପିଲା ମାନେ ଏଣେ ତେଣେ ବୁଲନ୍ତି ତେଣୁ ମେନକା ତାଙ୍କ ପାଠ ପଢାର ଦାୟିତ୍ଵ ନେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *