‘ମୁଁ କିନ୍ନର ବୋଲି ଜାଣି ମତେ ବାହାହେଲା, ମୋ ତାଳିମରା ପଇସାକୁ ଲୁଟି ମତେ…’ ନିଜ ସହିତ ହୋଇଥିବା ଅନ୍ୟାୟ ବଖାଣିଲେ କିନ୍ନର, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ କିନ୍ନର ବା ତୃତୀୟା ଲିଙ୍ଗୀ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଆପଣ ମାନେ ଅନେକ ସ୍ଥାନରେ କିନ୍ନରଙ୍କୁ ଟଙ୍କା ମାଗୁଥିବାର ଦେଖିଥିବେ । ହେଲେ ବନ୍ଧୁଗଣ ଥରେ ଭାବନ୍ତୁ କିନ୍ନର ମାନଙ୍କ ଜୀବନ କେଉଁ ଭଳି ହୋଇଥିବ । ସେମାନଙ୍କୁ ସମାଜର ବାସନ୍ଧ କରାଯାଏ । ଆଉ ସେମାନେ ବଞ୍ଚିବା ପାଇଁ ଅନ୍ୟ ଦୟାର ପାତ୍ର ହୋଇଥାନ୍ତି । ନିଜେ ସେମାନେ ସମାଜରେ ମୁଣ୍ଡ ଟେକି ଚାଲିବା ପାଇଁ କିଏ କିଏ ତାଙ୍କୁ ଶାରୀରିକ ଶୋଷଣ କରନ୍ତି ତ ଆଉ କିଏ ଦୟା ଦେଖାନ୍ତି ।

ବନ୍ଧୁଗଣ ଅନୁଗୁଳ ଶରଧାପୁର ଗାଁରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ଗାଁର ଆଲୋକ ସ୍ଵାଇଁ କିନ୍ନର ପ୍ରିୟଙ୍କାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର 6 ବର୍ଷ ଉଭୟ ସାଥି ହୋଇ ରହିଥିଲେ । କିନ୍ତୁ ଆଲୋକଙ୍କ ନଜର ପ୍ରିୟଙ୍କାଙ୍କ ଉପରେ ନଥିଲା ଆଲୋକଙ୍କ ନଜର ଥିଲା ପ୍ରିୟଙ୍କାଙ୍କ ତାଳି ମରା ଟଙ୍କା ଉପରେ । ପ୍ରିୟଙ୍କାଙ୍କ ଟଙ୍କାରେ ଖୁବ ଅଏସ ଆରାମ କରିବାର ସ୍ଵପ୍ନ ଦେଖୁଥିଲେ ଆଲୋକ ।

ଯେତେବେଳେ ବିବାହକୁ 6 ବର୍ଷ ପୁରିଲା ସେତେବେଳେ ପ୍ରିୟଙ୍କାଙ୍କୁ ଧୋକା ଦେଲେ ଆଲୋକ । ଆଉ ଏଠି ମଉଳି ଯାଇଥିଲା ଉଭୟଙ୍କ ମଧ୍ୟରେ ଥିବା ପ୍ରେମ । ଏବେ କିନ୍ନର ଜଣକ ଏନେଇ ଅନୁଗୁଳ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ପ୍ରିୟଙ୍କା ଗଣମାଧ୍ୟମ ସାମ୍ନାରେ ଏନେଇ ସବୁ କଥା କହିଛନ୍ତି । ବିବାହର 6 ବର୍ଷ ପରେ ଆଲୋକଙ୍କ ପରିବାର ଲୋକ ପ୍ରିୟଙ୍କାଙ୍କୁ ନିଇର୍ଯାଆତନା ଦେଇଛନ୍ତି ଆଉ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କୁ ବି ନିଇର୍ଯାଆତନା ଦେଉଛନ୍ତି ଏମିତି କି ମାରିଦେବାର ଧମକ ମଧ୍ୟ ଦେଉଛନ୍ତି ।

ପ୍ରିୟଙ୍କା ନିଜ କଷ୍ଟରେ ଅର୍ଜନ କରିଥିବା ସମସ୍ତ ସମ୍ପତ୍ତି ଆଲୋକଙ୍କୁ ଦେଇ ସାରିଛନ୍ତି । 7 ଲକ୍ଷ ଟଙ୍କା, ସୁନା ଚେନ, ସୁନା ମୁଦି ଓ ଭେସ୍ଳେଟ ଆଦି ଅନେକ ଜିନିଷ ପ୍ରିୟଙ୍କା ନିଜ ସ୍ଵାମୀ ଆଲୋକଙ୍କୁ ଦେଇଛନ୍ତି । ଏବେ ଆଲୋକଙ୍କ ପରିବାର ଲୋକ କହୁଛନ୍ତି ପ୍ରିୟଙ୍କା ନିଜ ସ୍ଵାମୀଙ୍କୁ କିଛି ବି ଦେଇ ନାହାନ୍ତି । ଟାଙ୍ଗିଆ କଟୁରି ଧରି ପ୍ରିୟଙ୍କାଙ୍କ ଘରେ ଆସି ଧମକ ମଧ୍ୟ ଦେଉଛନ୍ତି ।

ପ୍ରିୟଙ୍କାଙ୍କ କହିବା କଥା ମୋତେ ତ ରଖିଲ ନାହିଁ ମୋ ଟଙ୍କା ସୁନା ସବୁ ଫେରାଇ ଦିଅ । ହେଲେ ଆଲୋକଙ୍କ ପରିବାର ଲୋକେ ପ୍ରିୟଙ୍କାଙ୍କୁ ଖାତିର ନକରି ତାଙ୍କୁ ନିଇର୍ଯାଆତନା ଦେଇ ଚାଲିଛନ୍ତି । ଅନ୍ୟ ପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *