‘ଯଦି ଏତେ ଖରାପ ଲାଗୁଛି ରାସ୍ତାରେ ଲାଗିଥିବା ବ୍ରା ପ୍ୟାଣ୍ଟିର ପୋଷ୍ଟର ଚିରି ଦଉନ, ତୁମେ କେବଳ ଏଇ ଛୋଟ-ମୋଟ ଅଭିନେତ୍ରୀ’ Diptirekha

ନମସ୍କାର ବନ୍ଧୁଗଣ ତେବେ ଯାତ୍ରାରେ ଅଧା ଲଙ୍ଗଳା ନାଚ ବେଳେ ଆଇଟମ ଗାର୍ଲକୁ ଜୋତାମାଡ । ମହିଳା ତଳେ ଠିଆହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା । ଭିଡିଓ ହେଲା ଭାଇରାଲ । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକରେ ଯାତ୍ରା ଚାଲୁଥିବା ବେଳେ ଖଚାଖଚ ଭିଡ଼ ହେଲେ ଏ ଭିଡ଼ ଭିତରେ ଘଟିଲା ଅଘଟଣ । ଜଣେ ମହିଳା ତଳେ ଠିଆହୋଇ ଯାତ୍ରା ପେଣ୍ଡାଲ ଉପରକୁ ମାରିଲେ ଯୋତା,ତାହାପୁଣି ଆଇଟମ ଗାର୍ଲ ରାଣୀ ପ୍ରିୟଦର୍ଶୀଙ୍କ ଉପରେ ।

ଆଉ ତା ପରେ ତଳେ ଥିବା ମହିଳା ଜଣଙ୍କ ପେଣ୍ଡାଲ ଉପରକୁ ଉଠି ଗର୍ଜିଲେ । ଯାତ୍ରା କିଛି ସମୟ ପାଇଁ ବନ୍ଦ ହେଲା । ହେଲେ ଏହାର ମୁଖ୍ୟ କାରଣ ହେଉଛି ନଗ୍ନତା । ଭଦ୍ରକରେ ଯାତ୍ରା ପରିବେଷଣ ସହ ମେଲୋଡି ନାଚ ଚାଲୁଥାଏ ହଠାତ୍ ଜଣେ ମହିଳା ନାଚ ଆରମ୍ଭ କଲେ ତାହା ପୁଣି ଅଧା ଲଙ୍ଗଳା ନାଚ । ସେଠାରେ ଥିବା ଅନେକ ଦର୍ଶକ ଏଭଳି ନାଚ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପରିବାର ସହିତ ଯାଇଥିବା ଲୋକ ଆଖି ବୁଜି ଦେଇଥିଲେ ।

ଠିକ୍ ଏତିକିବେଳେ ଯାତ୍ରା ଦେଖିବାକୁ ଯାଇଥିବା ଜଣେ ମହିଳା ରୋକ୍ ଠୋକ୍ ଜବାବ ଦେଇଥିଲେ । ତେବେ ତାହାବି ପୁଣି ଜୋତାରେ । ଜଣେ ମହିଳା ତଳେ ଠିଆହୋଇ ଯାତ୍ରା ପେଣ୍ଡାଲ ଉପରକୁ ଜୋତା ଫିଙ୍ଗିଲେ । ଆଉ ତା ପରେ ନିଜେ ପେଣ୍ଡାଲ ଉପରକୁ ଉଠି ଗର୍ଜିଥିଲେ । ଯେଉଁ ଯାତ୍ରାକୁ ଦିନ ପରିବାରକୁ ନେଇ ଦେଖିବାକୁ ଯାଉଥିଲେ,ତାହା ଆଜି ସମ୍ଭବ ନୁହେଁ ।

ଦିନକୁ ଦିନ ଯାତ୍ରାରେ ନଗ୍ନତା ବଢ଼ିବାରେ ଲାଗିଛି । ହେଲେ ଲୋକମାନେ ଏହି ଘଟଣାରେ ମଜା ନେବାର ଦୃଶ୍ୟ ଆସିଛି । କିନ୍ତୁ ଆଜି ମହିଳାଙ୍କ ସାସହକୁ ମାନିବାକୁ ପଡିବ । ସିଧାସଳଖ ଉଠିଯାଇ ଗର୍ଜିଥିଲେ ତାହାବି ପୁଣି ପ୍ରଯୋଜକଙ୍କ ଆଗରେ । ତେବେ ବର୍ତ୍ତମାନ ଜଣେ ଦୀପ୍ତିରେଖା ନାମକ ଜଣେ କଳାକାର କହିଛନ୍ତି କି ଯାତ୍ରା ରେ ଆପଣ ମାନେ ଜାଣିଥିବେ କି ଏହି ଭଳି ନାଚ ହୁଏ ତେବେ ଆଇଟମ ଗୀତ ମାନେ ଏହି ଭଳି ନାଚ ଏହି ଭଳି ପୋଷାକ ପିନ୍ଧିବାକୁ ପଡେ ।

ତେବେ ମୁଁ ସେ ଭିଡିଓ ଦେଖିଲି ମୋତେ କିଛି ଖରାପ ଲାଗିଲାନି ତେବେ ସେ ଏଭଳି କିଛି ବି ଅଙ୍ଗ ଦେଖାଉ ନଥିଲେ । ତେବେ ଯଦି ଏତେ ଖରାପ ଲାଗୁଛି ତେବେ ବ୍ରା,ପ୍ୟାଣ୍ଟି ର ପୋଷ୍ଟର ଫାଡି ଦେଉନାହାନ୍ତି । ତେବେ ଯଦି ସେମାନଙ୍କୁ ଏଭଳି ଡାନ୍ସ ପସନ୍ଦ ନୁହେଁ ତେବେ ସେମାନେ ମୂଳରୁ ସେଠାକୁ ଯିବା କଥା ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *