‘ମୁଁ ଆଇଟମ ଗାର୍ଲ, ଏଠି ଭଜନ କରିବାକୁ ଆସିନି, ଏସବୁ ମୋ ବିରୁଦ୍ଧରେ ଷଡଯନ୍ତ୍ର ଯେମିତି କି ମୁଁ…’ Rani Priyadarshini

ନମସ୍କାର ବନ୍ଧୁଗଣ ତେବେ ଗତ କାଲି ଥିଲା କାଳୀପୂଜା ଭସାଣି । ତେବେ ଗତ କାଲି ସମସ୍ତ ସ୍ଥାନରେ ଅତି ଧୁମଧାମର ସହ କାଳୀପୂଜା ଭସାଣି ପାଳନ କରିଛନ୍ତି ଲୋକେ । ଦର୍ଶକ ବନ୍ଧୁ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଗତ କାଲି କାଳୀପୂଜା ପର୍ବ ଅବସରରେ ଭଦ୍ରକ ଜିଲ୍ଲାରେ ଏକ ଯାତ୍ରା ପରିବେଷଣ ହୋଇଥିଲା ।

ତେବେ ଚରମ୍ପା ଅଞ୍ଚଳରେ ରାଜନନ୍ଦିନୀ ଗ୍ରୁପ ଯାତ୍ରା ପରିବେଷଣ କରୁଛି । ରାଜନନ୍ଦିନୀ ଯାତ୍ରା ପାର୍ଟିର ରାନୀ ନାମକ ଜଣେ ଅଭିନେତ୍ରୀ ନୃତ୍ୟ ପରିବେଷଣ କରିଥିଲେ । କିନ୍ତୁ ସେହି ନୃତ୍ୟକୁ ଅଶ-ଳିଳ ବୋଲି କହି ଜଣେ ମହିଳା ଦର୍ଶକ ବିରୋଧ କରିଥିଲେ । ଏମିତି କି ମହିଳା ଦର୍ଶକ ଜଣକ ରାନୀଙ୍କ ଉପରେ ଜୋତା ବି ଫିଙ୍ଗି ଥିଲେ । ଏହା ପରେ ଯାତ୍ରା କିଛି ସମୟ ପର୍ଯ୍ୟନ୍ତ ବନ୍ଦ ହୋଇଥିଲା ଯାତ୍ରା ଅନୁଷ୍ଠାନର କର୍ମୀ ମାନେ ମହିଳାଙ୍କୁ ବୁଝା ସୁଝା କରିବା ପରେ ଯାତ୍ରା ପୁଣି ଆରମ୍ଭ ହୋଇଥିଲା ।

ତେବେ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ମଧ୍ୟରେ ଯାତ୍ରା ଅଭିନେତ୍ରୀ ରାନୀ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ରାନୀଙ୍କ କହିବା ମୁତାବକ-‘ଖାଲି ଖାଲିରେ ମୋତେ ବ୍ଲେମ କରାଗଲା ମୋର ଆକଟିଂକୁ ନେଇକି ମୋ କଳାକୁ ନେଇକି ବହୁତ ଖରାପ ହେଲା ମୋ ପ୍ରତି । ଆପଣ ନିଜେ ଦେଖି ଦିଅନ୍ତୁ ମୁଁ କିଛି କହିବିନି ପ୍ରମାଣ ଆପଣଙ୍କ ସାମ୍ନାରେ ଅଛି ।

ମୁଁ କେଉଁ ଅଶ-ଳିଳ ଡ୍ୟାନ୍ସ କରିଛି ଆପଣ ଦେଖନ୍ତୁ ମୁଁ ଶାଳୀନତା ଭିତରେ ହିଁ ଡ୍ୟାନ୍ସ କରିଛି । ମୁଁ ଶାଳୀନତା କ୍ରଶ କରିନି ଯେହେତୁ ମୁଁ ଗୋଟେ ଅଭିନେତ୍ରୀ ମୁଁ ଗୋଟେ ସମାଜସେବୀ ତା ପରେ ଲୋକ ମାନଙ୍କୁ ମୋର ଡ୍ୟାନ୍ସ ଭଲ ଲାଗୁଛି । ସେଥିପାଇଁ ମୋତେ ଲୋକ ମାନେ ଆଇଟମ ଡ୍ୟାନ୍ସ କରିବାକୁ ଡାକୁ ଛନ୍ତି ।

ସେଇଠି ୫ ହଜାର ଦର୍ଶକ ଥିଲେ ଆଉ ମୁଁ ସେଇଠି ବହୁତ ସୁନ୍ଦର ନାଚ ନାଚୁଥିଲି ।ମୁଁ ଜଣେ ଆଇଟମ ଗାର୍ଲ ମୁଁ ସେହି ଭଳି ନୃତ୍ୟ କରିବି ଭଜନ କରିବିନି। ତେବେ ଆପଣ ଦେଖି ପାରୁଥିବେ ମୁଁ ପୁରା ବିନଦାସ ହେଇ ନାଚୁ ଥିଲି ହେଲେ ମୋ ସହ ଖରାପ ହେଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାନୀ ନିଜର ବୟାନ ଦେଇଛନ୍ତି ।  ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *