ମାଛର ଦାମ ୨ ଲକ୍ଷ ୬୦ ହଜାର, ରାତାରାତି ବଦଳିଗଲା କେଉଟଙ୍କ ଭାଗ୍ୟ…

ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ମାଛ ଖାଇଥିବେ ଏବଂ ଭଲ ମଧ୍ୟ ପାଉଥିବେ । ଆପଣ ମାନେ ଅନେକ ପ୍ରକାରର ଏବଂ ଅନେକ ଜାତିର ମାଛ ଦେଖିଥିବେ । ତେବେ ବର୍ତ୍ତମାନ ଏକ ଏଭଳି ଖବର ଆସିଛି କି ଯିଏ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ତେବେ ଏହି ଘଟଣା ଟି ହେଉଛି ଆନ୍ଧ୍ରପ୍ରଦେଶ ର ପୂର୍ବ ଗୋଦାବରୀ ଜିଲ୍ଲାର । ସେଠାରେ କାକି ନଡା ଉପକୂଳ ରେ ରହିଥିଲା ବହୁତ ଭିଡ଼ । କରୋନା କଟକଣା ଯୋଗୁଁ ଦୀର୍ଘ ଆଠ ମାସ ଧରି ସମୁଦ୍ର ରେ ମାଛ ଧରିବା ଏଠାରେ ବନ୍ଦ ଥିଲା ।

କିନ୍ତୁ ଏହି ଭିଡ଼ ହେଉଛି ଏକ ବିରଳ ମାଛ ପାଇଁ । ସେହି ମାଛ ଟି ସୁନା ପରି ଚକ ଚକ କରୁଥିଲା ଏବଂ ଏହି ମାଛ ଟି କାକିନଡ଼ା ର ଦୁଇ ମାଛଧରାଳି ଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ହଠାତ ସେମାନେ ଲକ୍ଷପତି ହୋଇ ଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ମାଛ ର ନାମ ହେଉଛି କାଚିଲି ମାଛ । ଭାଗ୍ୟ ରେ ଥିଲେ କାଳେ ଏହି ମାଛ ଜାଲ ରେ ପଡେ । ଏହି ମାଛ ଦେଖିବାକୁ ସାଧାରଣ ମାଛ ଭଳି କିନ୍ତୁ ଏହାର ଶରୀର ସମ୍ପୂର୍ଣ୍ଣ ରୂପେ ସୁନା ରଙ୍ଗ ର । କୁହାଯାଏ ଏହି ମାଛ ଗଭୀର ସମୁଦ୍ରରେ ହିଁ ମିଳିଥାଏ ।

ସିଙ୍ଗରାଜ ନାମକ ଜଣେ ମାଛ ଧରାଳି ଙ୍କ ଜାଲ ଏବ ଫସି ଯାଇ ଥିଲା ଏହି ମାଛ । ଏହାକୁ ବନ୍ଦର କୁ ଅଣାଯାଇ ନିଲାମ କରାଯାଇ ଥିଲା । ଜଣେ ବ୍ୟକ୍ତି ଏହାକୁ ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ରେ କିଣିଥିଲେ । ସେହି ପରି ଜଗନ୍ନାଥ ନାମକ ଆଉ ଜଣେ ମାଛ ଧରାଳି ଙ୍କ ଜାଲ ରେ ମଧ୍ୟ ଏକ କାଚିଲି ମାଛ ପଡିଥିଲା । ଯାହାକୁ ସେ ଦୁଇ ଲକ୍ଷ ଚାଳିଶି ହଜାର ଟଙ୍କା ରେ ବିକି ଦେଇଥିଲେ ।

ମାଛ ଧରାଳି ମାନେ କୁହନ୍ତି କି ଏହି ମାଛକୁ ଖାଇବା ଯଦି ଓ ସ୍ୱାଦିଷ୍ଟ ନୁହେଁ କିନ୍ତୁ ଏହା ଅଧିକ ଟଙ୍କା ରେ ବିକ୍ରି ହେବାର କାରଣ ଏହି ମାଛ ପେଟ ରେ ଥିବା ପୁଟା ଦ୍ୱାରା ଶ୍ୱାସ ରୋଗ ଭଲ ହୋଇ ଯାଇଥାଏ । ସେହି ପରି ଏହାର ଧଳା ପଦାର୍ଥ ବିଭିନ୍ନ ଔଷଧ ପ୍ରସ୍ତୁତ ରେ ବ୍ୟବହାର କରାଯାଏ । ଧରା ପଡିଥିବା ଗୋଟିଏ ମାଛ ର ଓଜନ ଦୁଇ କିଲୋଗ୍ରାମ ।

ଏହି ମାଛ ପ୍ରାୟ ଚାରି ବର୍ଷ ପରେ ଜାଲ ରେ ଫସିଛି ଏହି ମାଛ । ତେବେ ଏହି ଖବର ଟି ବ୍ୟାପିବା ପରେ ସବୁଆଡେ ଏହି ମାଛ କୁ ଦେଖିବା ପାଇଁ କୌତୁହଳ ବଢ଼ିଲାଣି ଏବଂ କିଛି ଲୋକ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *