ମାଛ ବିକ୍ରି କରୁଥିଲା ଦୋକାନୀ, ଚାପିଦେଲା ଟ୍ରକ, ରାସ୍ତା ସାରା ପଡିଛି ଖାଲି ମାଛ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଛ ବିକୁ ବିକୁ ଚାଲିଗଲା ଜୀବନ ! ତେବେ ଏପରି କିଛି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲାରେ ସକାଳୁ ସକାଳୁ ଘଟିଯାଇଛି । ତେବେ ବନ୍ଧୁଗଣ ନିଜର ପରିବାରର ପ୍ରତିପୋଷଣ ପାଇଁ ତଥା ରୋଜଗାର ପାଇଁ ଅନେକ ଲୋକ ଅନେକ ପ୍ରକାର ରୋଜଗାର ପନ୍ଥା ଆପଣାଇଥାନ୍ତି । ଠିକ ଯେପରି ରାୟଗଡା ଜିଲ୍ଲାର ଖଳିଗୁଡାର ମୋଚ ପ୍ରକାଶ ରାଓ ଜଣେ ମାଛ ବେପାରୀ ରାସ୍ତା କଡରେ ପ୍ରତିଦିନ ଭଳି ଆଜି ମଧ୍ୟ ମାଛ ବିକ୍ରି କରିବାକୁ ବସିଥିଲା ।

ଭଳିକି ଭଳି ମାଛର ପସରା ମେଲାଇ ୨ ପଇସା ରୋଜଗାର ଆଶାରେ ମାଛ ବ୍ୟବସାୟୀ ଜଣଙ୍କ ମାଛ ବିକ୍ରି କରୁଥିଲା । ହେଲେ ସେହି ମାଛ ବିକ୍ରି ଜୀବନର ଶେଷ ମାଛ ବିକ୍ରି ହୋଇଯିବ ବୋଲି ମାଛ ବିକାଳୀ ଜଣଙ୍କ କେବେ ମଧ୍ୟ ସ୍ଵପ୍ନରେ ଭବିନଥିଲା । ତେବେ ମାଛ ବିକୁଥିବା ସମୟରେ ହଟାତ ଏକ ଟ୍ରକଟି ନିଜର ଭାରସାମ୍ୟ ହରାଇ ଆସି ମାଛ ବିକୁଥିବା ସ୍ଥାନ ପାଖକୁ ମାଡି ଯାଇଥିଲା । ତାପରେ ଟ୍ରକ ଚକା ତଳେ ମାଛ ବ୍ୟବସାୟୀ ଜଣଙ୍କ ପଡିଯିବା ସଙ୍ଗେ ସଙ୍ଗେ ମାଛ ଗୁଡିକ ସବୁ ଛିନଛତର ହୋଇପଡିଥିଲା ।

ତେବେ ସୂଚନା ମୁତାବିକ ଘଟଣା ସ୍ତଳରେ ଏପରି ଘଟଣା ଘଟିବା ପରେ ପୋଲିସ ଏହି ଖବରର ସୂଚନା ପାଇଁ ସେଠାକୁ ଯାଇଥିଲା । ତାପରେ ଘଟଣା ଉପରେ ଅଧିକ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଦେଇଥିଲା । ଟ୍ରକଟି ରାଉଳକେଲାରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ଏପରି କିଛି ମର୍ମ୍ଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି । ତେବେ ଟ୍ରକ ଦୁର୍ଘଟଣାରେ ମୃ-ତ ହୋଇଥିବା ବ୍ୟକ୍ତିଙ୍କର ସ୍ତ୍ରୀ ଙ୍କର ମଧ୍ୟ ଗତ ୨ ବର୍ଷ ପୂର୍ବେ ସଡକ ଦୁର୍ଘଟଣା ଘଟିଥିଲା ।

ତେଣୁ ସେ ଏବେ ପର୍ଯ୍ୟନ୍ତ ମଧ୍ୟ  ଚିକିତ୍ସାଧୀନ ଅବସ୍ଥାରେ ପଡିରହିଛନ୍ତି । ତେବେ ଅଭବୀ ଘରେ ପୁଣି ଥରେ ଅଭାବର କଳା ବାଦଲ ଘୋଟିଯାଇଛି । ତେବେ ଟ୍ରକ ଦୁର୍ଘଟଣାରେ ମୃ-ତ ବ୍ୟକ୍ତିଙ୍କର ସ୍ତ୍ରୀଙ୍କର ଚିକିତ୍ସା ବର୍ତ୍ତମାନ ସମୟରେ ଚାଲୁଥିବା ବେଳେ ତାଙ୍କ ୨ ଝିଅ ମଧ୍ୟ ବର୍ତ୍ତମାନ ପାଠ ପଢୁଛନ୍ତି ।

ତେବେ ସ୍ଥାନୀୟ ଲୋକେ ଉକ୍ତ ଘଟଣା ପାଇଁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବୀ କରିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *