ରାସ୍ତା ମଝିରେ ହେଇଗଲା ଏମିତି କାଣ୍ଡ, ଭିଡିଓ ଦେଖିଲେ ଚମକି ପଡିବେ ଆପଣ…

ବନ୍ଧୁଗଣ ଚୋର ନାମ ଶୁଣିଲେ ଆପଣଙ୍କ ମନରେ ଗୋଟେ କଥା ଆସୁଥିବ ଏକ ଖତର୍ନାକ ମଣିଷ ଯିଏ ନିଜ କାମ କରିବା ପାଇଁ ସବୁ କିଛି କରିପାରେ । ଅଧିକାଂଶ ସମୟରେ ଚୋର ମାନେ ନିଜ ବୁଦ୍ଧି ଲଗାଇ ଚୋରୀ କରିବାକୁ ଚେଷ୍ଟା କରିଥାନ୍ତି ହେଲେ କିଛି ନା କିଛି ଭୁଲ ହେତୁ ସେମାନେ ଧରା ପଡିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କିଛି ମୂର୍ଖ ଚୋର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଚୋର ମାନଙ୍କ ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ଚୋର ଗୋଟେ ଷ୍ଟୋରକୁ ଲୁଟିବା ପାଇଁ ଯାଉଛି । ଷ୍ଟୋରକୁ ଯାଇ ସେ ବନ୍ଧୁକ ବାହାର କରୁଛି ହେଲେ ଦୁର୍ଭାଗ୍ୟ ବଶତଃ ବନ୍ଧୁକଟି ତଳେ ପଡି ଯାଉଛି ଏହା ପରେ ଚୋରଟି କାଉଣ୍ଟର ଉପରେ ଚଢିବାକୁ ଚେଷ୍ଟା କରୁଛି ହେଲେ ଏଥିରେ ବି ଅସଫଳ ରହୁଛି । ଏହା ପରେ ଚୋରଟି ସବୁ କିଛି ଛାଡି ଚମ୍ପଟ ମାରୁଛି ଆଉ ସେହି ସମୟରେ ତାର ପେଣ୍ଟ ଖସିଯାଉଛି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ରାସ୍ତା ସାଇଡରେ ଗାଈକୁ ଖାଇବାକୁ ଦେଉଛନ୍ତି । ହେଲେ ସେହି ସମୟରେ ଗୋଟେ ଚୋର ଆସି ତାଙ୍କୁ ଧକା ଦେଉଛି ଆଉ ସେମାନଙ୍କ ମଧ୍ୟରେ ଯୁକ୍ତି ତରକ ହେଉଛି । ଏହା ପରେ ସେହି ସ୍ଥାନକୁ ଦୁଇଜଣ ବ୍ୟକ୍ତି ଆସୁଛନ୍ତି । ଅସଲରେ ତିନିଜଣ ଚୋର ସେହି ବ୍ୟକ୍ତିଙ୍କୁ ଲୁଟିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ବ୍ୟକ୍ତିଙ୍କ ବେକରେ ଥିବା ସୁନା ଚେନ ନେଇ ଚମ୍ପଟ ମାରୁଛନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଦୁଇଟି ଯୁବତୀ ଗୋଟେ ଘରକୁ ଚୋରୀ କରିବା ପାଇଁ ଆସିଛନ୍ତି ହେଲେ ଆଶ୍ଚର୍ଯ୍ୟ କଥା ଏହା ହେଉଛି ଯେ, ସେମାନେ ଚପଲ ଚୋରୀ କରିବାକୁ ଆସିଥିଲେ । ଦୁଇଜଣ ନିଜ ସାଇଜର ଚପଲ ଖୋଜୁଛନ୍ତି ହେଲେ ସେମାନଙ୍କ ମଧ୍ୟରୁ ଗୋଟେ ମହିଳାର ନଜର ସିସିଟିଭି ଉପରେ ପଡିଯାଉଛି ଯାହାଫଳରେ ଯୁବତୀ ଲାଜ କରି ସେହି ସ୍ଥାନରୁ ଚାଲି ଯାଉଛି ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ଚୋର ଏକ ଟେକସି ଡ୍ରାଇଭରକୁ ଲୁଟିବା ପାଇଁ ଚେଷ୍ଟା କରୁଛନ୍ତି ହେଲେ ବ୍ୟକ୍ତି ଜଣକ ଜାଣି ନାହାନ୍ତି ଯେ, ସେହି ଟେକସି ପଛରେ ଏକ ପୋଲିସ ଗାଡି ଅଛି । ଯେତେବେଳେ ସେ ପଛକୁ ବୁଲି ଅନେଇଲେ ସେତେବେଳେ ତାଙ୍କ ଅବସ୍ଥା ଖରାପ ହେଇଗଲା ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ନିଶାଖୋର ଚୋର ଏକ ରେଷ୍ଟୁରେଣ୍ଟ ଭିତରକୁ ଆସୁଛି ହେଲେ ସେ ଟଙ୍କା ନୁହେଁ ଖାଇବା ଖାଇବା ପାଇଁ ଆସୁଛି । ଚୋର ଜଣକ ଦୁଇଟି ଫ୍ରାଏସର ପ୍ଯାକେଟ ଉଠାଇ ଫ୍ରାୟରରେ ପକେଇଲା । ହେଲେ ଚୋରକୁ ଜଣା ନଥିଲା ଫ୍ରାଏସକୁ ବାହାର କରି ଫ୍ରାୟରରେ ପକାଯାଏ କିନ୍ତୁ ସେ ଦୁଇଟି ପ୍ଯାକେଟ ଫ୍ରାୟରରେ ପକାଇ ଦେଲା । ଏହା ପରେ ଚୋରଟି ନିରାଶ ହୋଇ ସେହି ରେଷ୍ଟୁରେଣ୍ଟରେ ସୋଇଗଲା ଏମିତି ଲାଗୁଛି ଚୋରଟି ସକାଳର ବ୍ରେକ ଫାଷ୍ଟ ବି ସେଇଠି କରିବାକୁ ଚାହୁଁ ଥିଲା ।

Leave a Reply

Your email address will not be published. Required fields are marked *