ସହିଦ ସ୍ବାମୀଙ୍କ ସ୍ଵପ୍ନ ପୂରଣ କଲେ ପତ୍ନୀ ! ଆଉ କରି ଦେଖେଇଲେ ଏମିତି କାମ ଶୁଣିଲେ ଆପଣ ବି କରିବେ ପ୍ରଶଂସା !

ବନ୍ଧୁଗଣ ସମାଜ ଏବେ ଏଭଳି ଏକ ସ୍ଥିତିରେ ପହଞ୍ଚି ଯାଇଛି ଯେଉଁଠି କେହି ବି ନିଜ ପ୍ରମିସ ପୂରଣ କରୁ ନାହାନ୍ତି । ଲୋକମାନଙ୍କ ପାଇଁ ପ୍ରମିସ ଭାଙ୍ଗିବା ବହୁତ ସହଜ ହୋଇଯାଇଛି । ହେଲେ ବନ୍ଧୁଗଣ ଜଣେ ସହିଦଙ୍କ ବିଧବା ପତ୍ନୀ ଏମିତି କିଛି କରି ଦେଖାଇଛନ୍ତି ଯାହା ବିଷୟରେ ଆପଣ କେବେ କଳ୍ପନା ବି କରିପାରିବେ ନାହିଁ । ପତ୍ନୀ ନିଜ ପ୍ରମିସକୁ ପୂରଣ କରିଛନ୍ତି । ବନ୍ଧୁଗଣ ଗଲବାନ ଘାଟିରେ ଚୀନ ସୈନିକଙ୍କ ଠାରୁ ଲୁହା ନେବା ସମୟରେ ସହିଦ ଯବାନଙ୍କ ବିଧନା ପତ୍ନୀ ନିଜ ସ୍ଵାମୀର ବିୟୋଗ ପରେ ବି ମାନ ରଖିଛନ୍ତି ।

ସେ ନିଜ ସ୍ଵାମୀଙ୍କ ସ୍ଵପ୍ନକୁ ପୂରଣ କରିଛନ୍ତି । ଏହା ସହ ସେ ତାଙ୍କ ସ୍ଵାମୀଙ୍କ ପ୍ରମିସକୁ ବି ପୂରଣ କରିଛନ୍ତି । ଏବେ ସେ ସେନାର ଲେଫ୍ଟିନେଣ୍ଟ ହୋଇଯାଇଛନ୍ତି । ଏବେ ସେ ନିଜ ସ୍ଵାମୀଙ୍କ ଭଳି ଭାରତ ମାତାର ସେବା କରିବେ । ବନ୍ଧୁଗଣ ଏହି ମହିଳା ଜଣକ ହେଉଛନ୍ତି ରେଖା ସିଂହ । ସେ ନିଜ ସ୍ଵାମୀଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ସେନାରେ ଲେଫ୍ଟିନେଣ୍ଟ ହୋଇଯାଇଛନ୍ତି ।

ଏବେ ସେ ନିଜ ସ୍ଵାମୀଙ୍କ ଭଳି ଭାରତ ମାତାର ସେବା କରିବେ । ତାଙ୍କ ସ୍ଵାମୀଙ୍କ ନାମ ଦୀପକ ସିଂହ ଥିଲା । ମଧ୍ୟ ପ୍ରଦେଶରେ ରହୁଥିବା ଦୀପକ ସିଂହଙ୍କ ବିବାହ ରେଖା ସିଂହଙ୍କ ସହ ହୋଇଥିଲା । ବିବାହ ପରେ ସେମାନେ ରିବାରେ ରହିବାକୁ ଲାଗିଲେ । ରେଖା ଓ ଦୀପକଙ୍କ ବିବାହକୁ 15 ମାସ ବି ହୋଇ ନାହିଁ ହେଲେ ରେଖା ବିଧବା ହୋଇଗଲେ । ଦୀପକ ସିଂହ ଗଲବାନ ଘାଟିରେ କାର୍ଯ୍ୟରତ ଥିଲେ ।

ସେଠାରେ ଚୀନ ସୈନିକ ମାନେ କବଜା କରିବା ପାଇଁ ଚେଷ୍ଟା କରୁଥିଲେ । ସେହି ମୁକବାଲାରେ ଦୀପକ ନିଜ ପ୍ରାଣ ହରାଇଥିଲେ । ମାତ୍ର 15 ମାସ ବିବାହରେ ରେଖାଙ୍କୁ ତାଙ୍କ ସ୍ଵାମୀ ଦୀପକଙ୍କ ମରଣ ଖବର ମିଳିଲା ଏହା ପରେ ତାଙ୍କୁ ବହୁତ ବଡ ଝଟକା ଲାଗିଥିଲା ।

ତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା  । ଦୀପକଙ୍କ ସହ ବିବାହ କରିବା ପୂର୍ବରୁ ରେଖା ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଥିଲେ । ଦୀପକ ଚାହୁଁ ଥିଲେ ତାଙ୍କ ସ୍ତ୍ରୀ ସେନାରେ ରହି କାମ କରିବେ । ସେ ଅଧିକାଂଶ ସମୟ ରେଖାଙ୍କୁ ଏହି ସବୁ କଥା କହୁଥିଲେ । ଦୁଇ ବର୍ଷ ପୂର୍ବେ ଦୀପକଙ୍କୁ ବୀର ଚକ୍ର ଦିଆଯାଇଥିଲା ଆଉ ଏହାକୁ ନେବା ପାଇଁ ରେଖା ନିଜେ ଯାଇଥିଲେ ।

ସେବେ ଠାରୁ ସେ ନିଷ୍ପତ୍ତି ନେଇଥିଲେ ସେନାରେ ଯୋଗ ଦେବା ପାଇଁ ପାଇଁ । ଆଉ ବହୁତ କଷ୍ଟ ଓ ସଂଘର୍ଷ କରି ସେ ଆଜି ଲେଫ୍ଟିନେଣ୍ଟ ପଦବୀରେ ସେନାରେ ନିଯୁକ୍ତି ପାଇଛନ୍ତି ଆଉ ନିଜ ସ୍ଵାମୀଙ୍କ ସ୍ଵପ୍ନ ପୂରଣ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *