ଚାହୁଁ ଚାହୁଁ ବୁଡିଗଲା ‘ମୋ ବସ୍’, ରାସ୍ତା ମଝିରେ ଜୀବନ ବଞ୍ଚାଇବାକୁ ପହଁରିବାକୁ ଲାଗିଲେ ଯାତ୍ରୀ, ଦେଖନ୍ତୁ Video 

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗତ କାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା ।

ଆଉ ଏହି ବର୍ଷାର ପ୍ରଭାବ ସବୁଠାରୁ ଅଧିକ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା । ଗତ କାଲି ରାଜଧାନୀ ଭୁବନେଶ୍ବରରେ ମୋ ବସ ଉବୁଡୁବୁ ପାଣିରେ ବୁଡି ଯାଇଥିଲା । ପାଣି ଅଧିକ ହେବା ହେତୁ ଯାତ୍ରୀ ମାନେ ବହୁତ କଷ୍ଟରେ ଉଦ୍ଧାର ପାଇଛନ୍ତି । ଅନେକ ଯାତ୍ରୀ ପାଣିରେ ପହଁରି ପହଁରି ନିଜ ଜୀବନ ବଞ୍ଚାଇ ଛନ୍ତି ।

ବସ ଯେତେବେଳେ ଅଟକି ଯାଇଥିଲା ଆଉ ଯାତ୍ରୀ ମାନେ ବସ ଭିତରେ ଥିଲେ ସେତେବେଳେ ଯାତ୍ରୀ ମାନେ ଅତି ବିପଦ ଅବସ୍ଥାକୁ ଚାଲି ଆସିଥିଲେ । ହେଲେ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ଯାତ୍ରୀ ମାନଙ୍କୁ ବସରୁ ଉଦ୍ଧାର କରାଯାଇଛି । ବସଟି ସେଠାରେ ଫସି ରହିଛି । ତେବେ ଏହି ଘଟଣାଟି ଜଟଣୀରେ ଘଟିଛି । ଏହି ଘଟଣା ଘଟିବା ପରେ ଅଗ୍ନିସମ ବାହିନୀର ପମ୍ପ ଦୁଇଟି ଲାଗିଛି ଯାହା ପାଣି ନିଷ୍କାସନ କରୁଛି ।

ବହୁତ ସବୁବେଳେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଏହି ଅଣ୍ଡର ପାସ ମଧ୍ୟରେ ପାଣି ପଶି ଯାଏ । ଏହା ସହ ବହୁତ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି ଏହି ପାଣି ଭିତରେ ଫସିକି । ତେବେ ଗତ କାଲି ଏକ ବଡ ଅଘଟଣ ଘଟୁ ଘଟୁ କିଛି ମାତ୍ରାରେ ବର୍ତ୍ତୀ ଯାଇଛି । ବସ ଯେତେବେଳେ ଅଟକି ଥିଲା ତା ଭିତରେ ଲୋକ ମାନେ ଥିଲେ ଏବଂ ସେମାନେ ଶ୍ଵାସରୁଦ୍ଧ ଅବସ୍ଥାକୁ ଚାଲି ଆସିଥାନ୍ତେ ।

କିନ୍ତୁ ଶୋଭାଗ୍ୟ ବଶତଃ ସେହି ଲୋକ ମାନଙ୍କୁ ଉଦ୍ଧାର କରାଯାଇଛି । ଲଗାଣ ବର୍ଷା ହେତୁ ସେହି ରାସ୍ତାରେ 15 ରୁ 20 ଫୁଟ ପାଣି ରହିଛି । ଆଗରୁ ବହୁତ ଲୋକ ଏହି ରାସ୍ତାରେ ଏଭଳି ଭାବରେ ହଇରାଣରେ ପଡି ଛନ୍ତି ଆଉ ଗତ କାଲି ମଧ୍ୟ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *