ଲୋକପ୍ରିୟ ଭଜନ ‘Har Har shambhu’ କୁ ନେଇ ବିବାଦ, ଓଡିଆ ଗାୟିକା ‘Abhilipsa Panda’ ଙ୍କ ଶ୍ରେୟ ଛଡାଇବାକୁ ଷଡଯନ୍ତ୍ର, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ହର ହର ଶମ୍ଭୁ ଗୀତଟି ନିଶ୍ଚୟ ଶୁଣିଥିବେ । ଏହି ଗୀତଟି ଏବେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟତା ହାସଲ କରିଛି । ତେବେ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏହି ଗୀତଟିକୁ ଗାଇଛନ୍ତି ଆମ ଓଡିଆ ଝିଅ ଅଭିଲିପ୍ସା ପଣ୍ଡା । ହେଲେ ଏହି ଗୀତର ଏକ କପି ରାଇଟ ଭର୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନା ଗୀତ ଲେଖିଛନ୍ତି, ନା କମ୍ପୋଜ କରିଛନ୍ତି, ନା ପ୍ରଥମେ ଗାଇଛନ୍ତି ଆଉ ଜଣେ ଲେଖିଲା ଜଣେ ସ୍ଵର କରିଲା ଆଉ ଜଣେ ଗାଇଲା । କିନ୍ତୁ ପରେ ନିଜେ ଗାଇଦେଇ ନିଜକୁ ବୋଲାଇଲେ ସିଙ୍ଗର କମ କମ୍ପୋଜର କମ ରାଇଟର । ଭଲରେ ଦେଖନ୍ତୁ ଏ ମହିଳାଙ୍କୁ ଏ ହେଉଛନ୍ତି ଫର୍ମାନୀ ନାଜ୍ । ଫର୍ମାନୀ ନାଜ୍ ଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ସର୍ବାଧିକ ଚର୍ଚ୍ଚା ।

ଚର୍ଚ୍ଚା ସେ ଗାଇଥିବା ହର ହର ଶମ୍ଭୁକୁ ନେଇ । ଆଉ ଏହି ଗୀତ ଗାଇବା ପରେ ଏବେ ତାଙ୍କ ବିରୋଧରେ ବିବାଦ ସୃଷ୍ଟି ହୋଇଛି । କିନ୍ତୁ ପ୍ରକୃତରେ ହର ହର ଶମ୍ଭୁର ଗାୟିକା କଣ ଫର୍ମାନୀ । ଏବେ ଏଭଳି କିଛି ପ୍ରଶ୍ନ ଉଠି ଥିବା ବେଳେ ସାମ୍ନାକୁ ଆସିଛନ୍ତି ଓଡିଆ ସିଙ୍ଗର ତଥା ଗୀତର ଅର୍ଜିନାଲ ସିଙ୍ଗର ଅଭିଲିପ୍ସା ପଣ୍ଡା । ସୋସିଆଲ ମିଡିଆରେ ଅଭିଲିପ୍ସା ଫର୍ମାନୀଙ୍କୁ ଲେଖିଛନ୍ତି-‘ଟିକେ ତ ଲଜ୍ଜା କର… ମୋ ଗୀତ କପି କରିଛ ବୋଲି ମିଡିଆକୁ କେବେ କହିବ’ ।

ସେପଟେ ଗୀତ ଚୋରୀ ଅଭିଯୋଗରେ କପି ରାଇଟ ପାଇଁ କ୍ଳେମ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଜିତୁ ଶର୍ମା । କପି ରାଇଟ ପାଇଁ କ୍ଳେମ କରିବା ପରେ ଫର୍ମାନୀ ନାଜ ଗୀତକୁ ଆଇଡିରୁ ହଟାଇ ଦେଇଛନ୍ତି । ତେବେ ଜିତୁ ଶର୍ମା କହିଛନ୍ତି ଆଗକୁ ଯଦି ଫର୍ମାନୀ ନାଜ ଏହି ଗୀତର କମ୍ପୋଜିସନକୁ ନିଜର ବୋଲି ଦାବି କରନ୍ତି ତେବେ ସେ ଆଇନର ଆଶ୍ରୟ ନେବେ ।

ଫର୍ମାନୀ ନାଜ ସାକ୍ଷାତକାରରେ ଅଭିଲିପ୍ସାଙ୍କ ନାଁ ମଧ୍ୟ ନେଇ ନାହାନ୍ତି । ଫର୍ମାନୀ କହିଛନ୍ତି, ଏହି ଗୀତଟିକୁ ସେ ନିଜେ ଲେଖିଛନ୍ତି, ନିଜେ ଗାଇ ଛନ୍ତି ନିଜ ଷ୍ଟୂଡିଓରେ ଓ ନିଜେ କମ୍ପୋଜ କରିଛନ୍ତି । ତେବେ ବନ୍ଧୁଗଣ ଏହା କେତେ ଦୂର ସତ ତାହା ତ ଆପଣ ସମସ୍ତେ ଜାଣିଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *