ସମାଜସେବୀ Pramila ମା’ କହିଲେ “ଯେତେବେଳେ ପ୍ରେମ କରୁଥିଲା ମଜା ଲାଗୁଥିଲା..କ’ଣ ଜାଣିପାରୁନଥିଲା ଛୁଆ ହେଇଯିବ ବୋଲି, ଏବେ ସେ ଯଦି…”

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁରରେ ଶିଶୁ ସନ୍ତାନ ସହ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିବା କେ. ଦୀପିକା ଘଟଣା ନୂଆ ମୋଡ଼ ନେଇଛି । ଜଣାଶୁଣା ସମାଜସେବୀ ପ୍ରମିଳା ତ୍ରିପାଠୀ ଶନିବାର ଦୀପିକାଙ୍କୁ ସମର୍ଥନ ଜଣାଇ ତାଙ୍କ ସହ ଧାରଣାରେ ଯୋଗ ଦେଇଛନ୍ତି । ଏହାସହ ଦୀପିକାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି । ସୂଚନା ଅନୁଯାୟୀ କେ. ଦିନେଶ ନାମକ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ଦୀପିକାଙ୍କୁ ଭଲ ପାଇଥିଲେ ଏବଂ ବିବାହ ନକରି ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଥିଲେ ।

ତେବେ ବିବାହ କରିବାକୁ ରାଜି ନହେବାରୁ ୨୦୨୦ ମସିହାରେ ଦୀପିକା ଟାଉନ ଥାନାରେ ଏତଲା ଦେଇଥିଲେ । ଫଳରେ ପୋଲିସ ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ସେ ଜେଲରୁ ମୁକୁଳି ଥିଲେ । ଇତି ମଧ୍ୟରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ଦୀପିକାଙ୍କ ତାଙ୍କ ସନ୍ତାନକୁ ଗ୍ରହଣ ନକରି ଦିନେଶ କେଉଁ ଆଡ଼େ ଫେରାର୍ ହୋଇ ଯାଇଛନ୍ତି ।

ଏଭଳି ପରିସ୍ଥିତିରେ ଗତ ୫ ଦିନ ଧରି ଦୀପିକା ନିଜ ସନ୍ତାନ ସହ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ଆଉ ତପସ୍ୱିନୀ-ଡକ୍ଟର ସୁମିତ ମାମଲାରେ ଚର୍ଚ୍ଚାକୁ ଆସିଥିବା ସମାଜ ସେବୀ ପ୍ରମିଳା ତ୍ରିପାଠୀ ଦୀପିକାଙ୍କ ସମର୍ଥନରେ ଧାରଣାରେ ବସି ଘଟଣାକୁ ରୋଚକ କରିଛନ୍ତି । ତେବେ ପ୍ରମିଳା ତ୍ରିପାଠୀ କହିଛନ୍ତି କି ଏହା ଏକ ଲଜ୍ଜା ର ବିଷୟ ।

ନିଜ ସ୍ତ୍ରୀ ଏବଂ ପୁଅ କୁ ଶୀଘ୍ର ଗ୍ରହଣ କରନ୍ତୁ ଏବଂ ସେ ପୁଅ ର ଘର ଵାଲା ଙ୍କୁ ମଧ୍ୟ ଲାଜ ଲାଗୁ ନାହିଁ ଏଠି ବାହାରେ ଗୋଟିଏ ଝିଅ ଖରା ବର୍ଷା ରେ କଷ୍ଟ ସହି ତାଙ୍କ ଘର ବାହାରେ ବସି ରହିଛି । ତାକୁ ଭିତରକୁ ନେଇ କଥା ବାର୍ତ୍ତା ନ ହୋଇ ଓଲଟା କବାଟ କିଳି ବସିଛନ୍ତି । ତେବେ ଏହା କଣ ଖେଳ ଘର ଥିଲା ପ୍ରେମ କରୁଥିବା ବେଳେ ରୋମାନ୍ସ କରୁଥିବା ବେଳେ କଣ ଜାଣି ନଥିଲା କି ଛୁଆ ହୋଇପାରିବ ବୋଲି ।

ତେବେ ବର୍ତ୍ତମାନ ସେ ନିଜ ପିଲାଙ୍କୁ ଏବଂ ସ୍ତ୍ରୀ ଙ୍କୁ ଗ୍ରହଣ କରନ୍ତୁ ଏବଂ ତା ପାଇଁ ଯାହା ହେବ ମୁଁ ତା ସହ ଲଢ଼ିବା ପାଇଁ ରାଜି ଅଛି । ମୁଁ ସେମାନଙ୍କୁ ମିଶେଇ କି ରହିବି ଏବଂ ସବୁ ଚେଷ୍ଟା କରିବି । ତେବେ ସୂଚନାଯୋଗ୍ୟ ଯେ ଯୁବକ ଦିନେଶ ଗତ କିଛି ବର୍ଷ ଧରି କେ.ଦୀପିକାଙ୍କୁ ପ୍ରେମ କରୁଥିଲେ । ତେବେ ଏହାପରେ ଦୀପିକା ଗର୍ଭବତୀ ହେବାରୁ ତାଙ୍କୁ ଛାଡିଦେଇ ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କଲେ ଦିନେଶ ।

ଏନେଇ ଟାଉନ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଆଉ ଦିନେଷ ଗିରଫ ହୋଇଥିଲେ । ପରେ ଜାମିନ୍ ରେ ମୁକୁଳି ଥିଲେ । ଘଟଣା ଏବେ ହାଇକୋର୍ଟରେ ବିଚାରଧୀନ ଥିବାବେଳେ ଏବେ ଦିନେଶଙ୍କ ପିରବାର ଲୋକେ ତାଙ୍କୁ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଖବର ପାଇଲେ ଦୀପିକା । ଯାହାକୁ ନେଇ ଦିନେଶଙ୍କ ଘର ବାହାରେ ନିଜ ଏକ ବର୍ଷର ଶିଶୁ ପୁତ୍ରକୁ ନେଇ ଧାରଣାରେ ବସିଛନ୍ତି ଦୀପିକା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *