ଯାତ୍ରା ସ୍ଟେଜରେ ସିଦ୍ଧାନ୍ତଙ୍କ କାମାଲ… ଛୁଆଙ୍କୁ ଧରି ସ୍ଟେଜରେ ଦୌଡିଲେ ଅଭିନେତା Sidhant Mohapatra…

ଦର୍ଶକ ବନ୍ଧୁ ସିଦ୍ଧାନ୍ତ ମହାପାତ୍ର ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତା ଆଉ ଆମ ଓଡିଶାର ଜଣେ ଜଣା ଶୁଣା ନାଁ । ଆପଣ ମାନେ ସମସ୍ତେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସିଦ୍ଧାନ୍ତ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସାରା ଫିଲ୍ମ କରିଛନ୍ତି ଏବଂ ତାଙ୍କର ଅଧିକାଂଶ ଫିଲ୍ମ ସୁପର ହିଟ ମଧ୍ୟ ହୋଇଛି । ଏମିତିରେ କହିବାକୁ ଗଲେ ସିଦ୍ଧାନ୍ତ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ଆମ ରାଜ୍ୟରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି ।

ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେବା ମାତ୍ରେ ସେ ଅନେକ ଫିଲ୍ମରେ କାମ କରି ଚାଲି ଥିଲେ ଆଉ ସେବେ ଠାରୁ ସେ କେବେ ପଛକୁ ଚାହିଁ ଦେଖି ନାହାନ୍ତି । ତାଙ୍କର ଦମଦାର ଷ୍ଟାଇଲ ଏବଂ ଅଭିନୟକୁ ଦେଖିବା ପାଇଁ ସାରା ଓଡିଶା ବାସୀ ବହୁତ ଅଧିକ ପସନ୍ଦ କରନ୍ତି । ଆଗାମୀ ଦିନରେ ସିଦ୍ଧାନ୍ତଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ରହିଛି ‘ବାପା’ ।

ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଛି ଏବଂ ଆଉ କିଛି ଦିନ ପରେ ଏହି ଫିଲ୍ମ ଥିଏଟରରେ ରିଲିଜ ହେବ । ସିଦ୍ଧାନ୍ତ ମହାପାତ୍ର ନିଜ ଫିଲ୍ମ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ସେ ଓଡିଆ ଅଭିନେତ୍ରୀ ମାମା ମିଶ୍ରଙ୍କ ସହ ପ୍ରେମ ବିବାହ କରି ଏବେ ବହୁତ ଖୁସିରେ ଅଛନ୍ତି ।

ସିଦ୍ଧାନ୍ତ ମହାପାତ୍ରଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ଅଛନ୍ତି । ତେବେ ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସିଦ୍ଧାନ୍ତଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଆପଣ ମାନଙ୍କୁ ବହୁତ ପସନ୍ଦ ଆସିବ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ସିଦ୍ଧାନ୍ତ ଯାତ୍ରା ସ୍ଟେଜରେ ନଜର ଆସୁଛନ୍ତି ସେଠାରେ ସେ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଥିବା ବେଳେ କିଛି ଛୋଟ ଛୋଟ ଛୁଆ ମାନଙ୍କୁ ସ୍ଟେଜ ଉପରକୁ ଡାକୁ ଛନ୍ତି । ଛୁଆ ମାନଙ୍କ ସହ ସିଦ୍ଧାନ୍ତ ବହୁତ ମସ୍ତି କରୁଥିବାର ନଜର ଆସୁଛନ୍ତି । ତେବେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *