‘ମା’ ତୁ ମତେ ପର କରିଦେଲୁ ସିନା ହେଲେ ଏବେ ମୁଁ ଯାଉଛି ଜର୍ମାନୀ…’ ଦିନରେ ରାସ୍ତା କଡରେ ପଡିଥିବା ଏହି କୁନି ଝିଅର ଖୋଲିଲା ଭାଗ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା’ ତୁ ମତେ ପର କରିଦେଲୁ ! ହେଲେ ଏବେ ମୁଁ ଯାଉଛି ଜର୍ମାନୀ ! ସବୁ ବିବାହିତ ଦମ୍ପତ୍ତି ମାନଙ୍କର ବିବାହ ପରେ ସନ୍ତାନ ଖୁସି ସବୁଠାରୁ ତାଙ୍କୁ ଅଧିକ ମାତ୍ରାରେ ଖୁସି ଦେଇଥାଏ । ତେବେ ଏପରି ମଧ୍ୟ ବହୁତ ଦମ୍ପତ୍ତି ରହିଛନ୍ତି । ଯେଉଁ ମାନଙ୍କର ଦୁର୍ଭାଗ୍ୟ ବଶତଃ କୌଣସି କାରଣ ପାଇଁ ପିଲାପିଲି ହେବାରେ ଅସୁବିଧା ହୋଇଥାଏ । ଯେଉଁ ମାନେ ସନ୍ତାନ ଖୁସିରୁ ବଞ୍ଚିତ ହୋଇରହିଜାଇଥାନ୍ତି ।

ଏପରି ଅନେକ ସ୍ତଳରେ ମଧ୍ୟ ବହୁ ଦମ୍ପତ୍ତି ନିଜର ପାପକୁ ଲୁଚାଇବା ପାଇଁ ଯାଇ ନିଜର ଜନ୍ମ କରିବା ସନ୍ତାନକୁ ମଧ୍ୟ ରାସ୍ତାରେ ଫିଙ୍ଗି ଦେଇଥାନ୍ତି । ହେଲେ ଭଗବାନଙ୍କର ଲୀଳା ହେଉଛି ଅପାର । କିଏ ସନ୍ତାନ ଜନ୍ମ କରି ରାସ୍ତାରେ ନିଜ ପିଲାକୁ ପର କରି ଫିଙ୍ଗି ଦେଉଛି ତ ! ଅନ୍ୟ କିଏ ସନ୍ତାନ ଖୁସି ପାଇବା ପାଇଁ ପର ପିଲାକୁ ମଧ୍ୟ ନିଜ ପିଲା ଭାବରେ ଗ୍ରହଣ କରିବାକୁ ଆଗ୍ରହର ସହ ଅନାଇ ବସିଛନ୍ତି ।

ତେବେ ସୂଚନା ମୁତାବିକ ଜନ୍ମ କରି କେହି ଜଣେ ଗୋଟିଏ ନବଜାତ କନ୍ୟା ଶିଶୁକୁ ରାସ୍ତାରେ ଫୋପାଡି ଦେଇ ଚାଲିଯାଇଥିଲା । ତେବେ ପିଲାଟିକୁ କିଛି ଲୋକେ ଉଦ୍ଧାର କରି ଶିଶୁଭବନ ଡାକ୍ତରଖାନାରେ ୧୨ ଦିନ ପର୍ଯ୍ୟନ୍ତ ଭର୍ତ୍ତି ହୋଇ ରହିଥିଲା । ତେବେ ସେହି ରାସ୍ତା କଡରୁ ଆସି ମେଡିକାଲରେ ଚିକିତ୍ସିତ ହେଉଥିବା କୁନି ପିଲାଟି ଉପରେ ଭଗବାନଙ୍କର ଅଶେଷ କୃପା ରହିଥିଲା ।

ଯେଉଁ କାରଣରୁ କୁନି କନ୍ୟା ଶ୍ରୀମୟୀ ସନ୍ତାନଟିକୁ ପୋଷ୍ୟ ସନ୍ତାନ କରି ଜର୍ମାନୀର ଏକ ଦମ୍ପତ୍ତି ପିଲାଟିକୁ ନେବା ପାଇଁ କଟକ ଆସିଛନ୍ତି । ତେବେ ଦେଖ ଭଗବାନଙ୍କ ଏପରି ବିଚିତ୍ର ଲୀଳାକୁ ! କୁନି ପିଲାଟିର ଭାଗ୍ୟ ଏପରି ଟାଣ ରହିଥିଲା । କି ଯେ ତାଙ୍କୁ ନିଜ ସନ୍ତାନ ରୂପେ ନେବା ପାଇଁ ଆଜି କଟକକୁ ଜର୍ମାନୀରେ ରହୁଥିବା ସ୍ଵାମୀ ଓ ସ୍ତ୍ରୀ ସେଠାକୁ ଆସିଥିଲେ ।

ତେବେ କଟକ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଲୋକଙ୍କ ଉପସ୍ଥିତିରେ ପିଲାଟି ଜର୍ମାନୀକୁ ଯିବାର ବ୍ୟବସ୍ଥା କରାଯାଉଛି । ସୂଚନା ମୁତାବିକ କଟକ ଚୌଦାର ସ୍ଥିତ ସର୍ଭାନ୍ଟ ଅଫ ଷୋସାଇଟିରେ ଶ୍ରୀମୟୀ ଗତ ୧୦ ମାସ ଆଗରୁ ରହିଆସୁଥିଲା । ହେଲେ ଆଜି ସେ ତାର ପୋଷ୍ୟ ବାପା ଓ ମାଆଙ୍କ ସହିତ ଜର୍ମାନୀକୁ ଯାଉଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *