ଛାନିଆ ହେଲେଣି ବିଜେଡ଼ି କ୍ୟାମ୍ପ… ରେଡ୍ ଜୋରଦାର, ରାଜନୀତି ବି ଜୋରଦାର

ନମସ୍କାର ବନ୍ଧୁଗଣ, ଓଡିଶାରେ ନାହାନ୍ତି ମୁଖ୍ୟମନ୍ତ୍ରୀ ଯାଇ ଜାପାନରେ । ଆଉ ସେହି ସମୟରେ ବବିଙ୍କ ଘରେ ପଶିଲାଣି କେନ୍ଦ୍ର ସରକାରଏନକେ ଏଜେନ୍ସି । ବବିଙ୍କ ଶାସିତ ଅଞ୍ଚଳରେ ଏବଂ ସହଯୋଗୀଙ୍କ ଉପରେ ଚାଲିଛି ତନାଘନା । ଏପରି ପରିସ୍ଥିତିରେ ବିଜେଡି ଉଆପରେ ଚାପ ବଢାଇ ଦେଉଛି ଏହି ରେଡ ରାଜନୀତି । ତେବେ ବର୍ତ୍ତମାନ ଆମେ ଆପଣ ମାନଙ୍କୁ ଏହା ସମ୍ବନ୍ଧୀୟ ରହିଥିବା ସମ୍ପୂର୍ଣ ଖବର ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ।

ତେବେ ଆଉ ବିଳମ୍ବ ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ଯାହା ଆପଣଙ୍କ ଦ୍ଵନ୍ଦକୁ ଦୂର କରିଦେବ । ତିନି ଦିନ ହେବା ଲଗାତାର ରେଡ ଚାଲିଛି ଯାଜପୁର ଜିଲ୍ଲାରେ । ଯାଜପୁର ଜିଲ୍ଲା ଧରମଶାଳା ତହସିଲର ବିଛାରୀ, ଡଙ୍କାରି, ରାହାଡପୁର ଏବଂ ଚଢେଇଧରା କ୍ରସରରେ ଚାଲିଛି ଚଢାଉ । ଆଉ ଏସବୁ ଅଞ୍ଚଳ ହେଉଛି ବବିଙ୍କର । ସେପଟେ ଅନୁଗୁଳ ଜିଲ୍ଲାରେ ମଧ୍ୟ ରାଜ୍ୟ gst ବିଭାଗର ରେଡ ଜୋରଦାର ଚାଲିଛି । GSTର 25 ଜଣିଆ ଟିମ ଚଢାଇ ଜାରି ରଖିଛି ।

ଯାଜପୁରରେ ଚାଲିଥିବା ରେଡ it ରେଡ କୁଆଡେ ବିଜେଡି ଲିଙ୍କ ଫଣ୍ଡିଙ୍ଗ ଭାଙ୍ଗିବାକୁ ହେଉଛି ବୋଲି କୁହାଯାଉଛି । କାରଣ ବିଜେଡି ଏହି ସବୁ ଖଣି ଏବଂ କ୍ରସର ଅଞ୍ଚଳରୁ ମୋଟା ଆକାରର ପଇସା ବବିଙ୍କ ଜରିଆରେ ଉଠାଯାଉଥିବାର ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚର୍ଚ୍ଚା ହେଉଛି । କିନ୍ତୁ ଏଭଳି ରେଡ ସମୟରେ ନବୀନ ଏବଂ ଶାସନ ସଚିବ ବିଦେଶ ଗ୍ରସ୍ତରେ ଅଛନ୍ତି ।ତେଣୁ ରାଜ୍ୟର ମଙ୍ଗ ଏବେ ସମ୍ପୂର୍ଣ ଭାବରେ ବବିଙ୍କ ହାତରେ ବୋଲି କୁହାଯାଉଛି ।

ତେବେ ଏହାକୁ ବବି କିଭଳି ଭାବରେ ସାମ୍ନା କରୁଛନ୍ତି ତାହା ଉପରେ ରାଜନୀତିର ବିଶେଷଜ୍ଞଙ୍କ ବିଶେଷ ନଜର । ବବିଙ୍କ ଅତି ଘନିଷ୍ଠ ସୁବ୍ରତ ଛଟୋଇ ଶିକ୍ଷାନୁଷ୍ଠାନ vanik ଉପରେ gst ରେଡ ହେବା ପରେ ବବିଙ୍କୁ ଏହା ଶକ୍ତ ଧକ୍କା ଦେଇଛି ଏବଂ ଚ୍ୟାଲେଞ୍ଜ ମଧ୍ୟ ଦେଇଛି । ରାଜ୍ୟରେ ଏବ ନକଲି ସାର୍ଟିଫିକେଟ ଏବଂ କାରବାର ବର୍ତ୍ତମାନ ରାଜ୍ୟସରକାରଙ୍କ ବଡ ଚିନ୍ତାର କାରଣ ପାଲଟି ଯାଇଛି ।

ତେଣୁ ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ରାଜନୀତିକୁ ବ୍ୟବହାର କରୁଛନ୍ତି ବୋଲି ରାଜନୀତିଜ୍ଞ ମାନେ କହୁଛନ୍ତି । ଯେବେଠାରୁ ବବିଙ୍କୁ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝରର ପର୍ଜ୍ୟବେକ୍ଷକ ଦାୟିତ୍ଵ ମିଳିଛି ଏହା ପଛରେ ବିଜେଡି ଫନ୍ଡିଙ୍ଗ ଇଲେକସନ ଏବଂ ଧର୍ମେନ୍ଦ୍ରଙ୍କୁ ଚେକମେଟ ପାଇଁ ଯୋଜନା ହୋଇଛି ବୋଲି ସବୁଠାରେ ଚର୍ଚ୍ଚା ହେଉଛି । ଏହା ସମ୍ପର୍କରେ ଆପଣ ମାନଙ୍କ ମତ କମେଣ୍ଟ ଜରିଆରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *