ଆପଣଙ୍କ ରାଶି କହିବ ହେବାକୁ ଥିବା ପତ୍ନୀର ସ୍ଵଭାବ, ସିଂହ ରାଶିର ପତ୍ନୀ ହେଇଥାନ୍ତି ସବୁଠୁ ଖତରନାକ, କାହିଁକି ନା…

ରାଶି ବ୍ୟକ୍ତିର ଜୀବନରେ ବହୁତ ମହତ୍ତ୍ଵ ରାଖିଥାଏ । ଏହି ରାଶି ମାଧ୍ୟମରେ ବ୍ୟକ୍ତି ବିଷୟରେ ସବୁ କିଛି ଜଣା ପଡିଥାଏ । ଏମିତିକି ସ୍ତ୍ରୀଙ୍କ ଜାତକରୁ ତାଙ୍କ ସ୍ବାମୀଙ୍କ ବିଷୟରେ ଜଣା ପଡିଥାଏ କି ସେମାନେ କିପରି ହୋଇଥାନ୍ତି ଠିକ ସେହିପରି ସ୍ବାମୀଙ୍କ ଜାତକରୁ ସେମାନଙ୍କ ସ୍ତ୍ରୀମାନଙ୍କ ବିଷୟରେ ଜଣା ପଡିଥାଏ କି ତାଙ୍କ ସ୍ତ୍ରୀ କେଉଁ ଗୁଣର ଅଧିକାରୀ ହୋଇଥାନ୍ତି । ତାଙ୍କ ପାଖରେ କଣ କଣ ଭଲ ଓ ଖରାପ ଗୁଣ ଥାଏ । ତେବେ ଆସନ୍ତୁ ଜାଣିବା ସ୍ବାମୀଙ୍କ ରାଶି ଅନୁସାରେ ସ୍ତ୍ରୀ ମାନଙ୍କ ଗୁଣ ବିଷୟରେ ।

ମେଷ-

ଏହି ରାଶିର ପୁରୁଷମାନଙ୍କର ପତ୍ନୀ ଶାନ୍ତ ସରଳର ସ୍ୱଭାବର ହୋଇଥାନ୍ତି । ଦେଖିବାକୁ ମଧ୍ୟ ବହୁତ ସୁନ୍ଦରୀ । ଏହି ସ୍ୱଭାବ ହେତୁ କଳି ଝଗଡା ମଧ୍ୟ ହୁଏ ନାହିଁ । ସମସ୍ତଙ୍କର ଆକର୍ଷିଣ ହୋଇଯାଆନ୍ତି।

ବୃଷ-

ଏହି ରାଶିର ପୁରୁଷମାନଙ୍କୁ କ୍ରୋଧିତ ପ୍ରକୃତିର ପତ୍ନୀ ମିଳନ୍ତି | ପତ୍ନୀଙ୍କ କ୍ରୋଧ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ । ଛୋଟ ଛୋଟ କଥାକୁ ନେଇ ଶୀଘ୍ର ରାଗି ଯାଆନ୍ତି । ଏହି ରାଶିର ପୁରୁଷମାନେ ଅନେକ ସମୟରେ ସ୍ତ୍ରୀଙ୍କ ମନ ଭାବକୁ ଅନୁସରଣ କରିଥାନ୍ତି । ଯଦି ଏପରି ନ କରନ୍ତି, ତେବେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥାଏ |

ମିଥୁନ-

ଏହି ରାଶିର ପୁରୁଷମାନେ ଅଧିକ କଥାବାର୍ତ୍ତା କରିବା ପ୍ରକୃତିର ପତ୍ନୀ ପାଆନ୍ତି | ସେମାନେ କଥାବାର୍ତ୍ତା କରିବାକୁ ବହୁତ ଭଲ ପାଆନ୍ତି ଓ ଅନ୍ୟ କାହାକୁ କଥା କହିବା ପାଇଁ ସୁଯୋଗ ଦିଅନ୍ତି ନାହିଁ | ସେମାନଙ୍କ କଥା ଶୁଣି ଆପଣ ଖୁସିହେବେ ବା ଦୁଖିତ ହେବେ ତାହା ଆପଣଙ୍କ ଉପରେ ନିର୍ଭର କରେ |

କର୍କଟ-

ଏହି ରାଶିର ପୁରୁଷମାନଙ୍କର ସ୍ତ୍ରୀ ବହୁତ ସହଭାଗୀ ହୁଅନ୍ତି | ସମସ୍ତଙ୍କ ସହିତ ଶୀଘ୍ର ମିଶି ଯାଆନ୍ତି । ପରିବାରରେ ସଦସ୍ୟଙ୍କ ସହିତ ମିଳିମିଶି ଚଳନ୍ତି । ସେମାନେ ନିଜର ମଧୁର କଥା ଓ ଆଚରଣ ହେତୁ ସମସ୍ତଙ୍କ ହୃଦୟ ଜିତନ୍ତି |

ସିଂହ-

ଏହି ରାଶିର ପୁରୁଷମାନଙ୍କର ପତ୍ନୀ ଝଗଡାଳୁ ପ୍ରକୃତିର ହୋଇଥାନ୍ତି । ପ୍ରତେକ କ୍ଷେତ୍ରରେ କଳି ଝଗଡା କରିବା ପାଇଁ ମୌକା ଖୋଜନ୍ତି । ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ସହିତ ଝଗଡା କରିବା ପୂର୍ବରୁ ଶହେ ଥର ଭାବନ୍ତି | ଭଲ ଗୁଣ ହେଉଛି ସେମାନେ ଅନ୍ୟମାନଙ୍କ ପାଇଁ କାହା ସହିତ ଝଗଡା କରିବାକୁ ପ୍ରସ୍ତୁତ ହୁଅନ୍ତି।

କନ୍ୟା-

ଏହି ରାଶିର ପୁରୁଷମାନଙ୍କର ପତ୍ନୀ ବହୁତ ବୁଦ୍ଧିମତୀ ହୁଅନ୍ତି । ଏହି ବୁଦ୍ଧି ହେତୁ ସମସ୍ତେ ପ୍ରଭାବିତ ହୁଅନ୍ତି । ପରିବାରରେ ସଦସ୍ୟଙ୍କ ସହିତ ମିଳିମିଶି ଚଳନ୍ତି । ଏମାନେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରନ୍ତି।

ତୁଳା-

ଏହି ରାଶିର ପୁରୁଷମାନଙ୍କର ପତ୍ନୀ ଆନନ୍ଦମୟ ପ୍ରକୃତିର ହୋଇଥାନ୍ତି । ଏହି ସ୍ତ୍ରୀମାନେ କାହାକୁ କ୍ଷତିରେ ପକାନ୍ତି ନାହିଁ ଓ ନିଜେ ମଧ୍ୟ କ୍ଷତିରେ ପଡନ୍ତି ନାହିଁ। ତାଙ୍କ ସ୍ୱାମୀ ମଧ୍ୟ ବହୁ ପରିମାଣରେ ଟେନସନ ମୁକ୍ତ ହୋଇଯାଆନ୍ତି ।

ବିଛା-

ଏହି ରାଶିର ପୁରୁଷମାନଙ୍କର ସ୍ତ୍ରୀ ବହୁତ ଚାଲାଖ ଚତୁର ସ୍ଵଭାବର ହୋଇଥାନ୍ତି । ସେମାନଙ୍କର ପତ୍ନୀମାନେ ଯେ କୌଣସି ସମସ୍ୟାକୁ ଅତି ଚତୁରତାରେ ପରିଚାଳନା କରନ୍ତି | ସେମାନଙ୍କୁ କେହି ଠକି ପାରନ୍ତି ନାହିଁ |

ଧନୁ-

ଏହି ରାଶିର ପୁରୁଷମାନଙ୍କୁ ବହୁତ ଖର୍ଚି ପ୍ରକୃତିର ସ୍ତ୍ରୀ ମିଳନ୍ତି । ଏହି ସ୍ତ୍ରୀମାନେ ଧନକୁ ସଞ୍ଚୟ କରି ପାରନ୍ତି ନାହିଁ । ଅଯଥା ଖର୍ଚ କରିବାକୁ ପସନ୍ଦ କରନ୍ତି।

ମକର-

ଏହି ରାଶିର ପୁରୁଷମାନଙ୍କୁ ଆଜାଦ ପ୍ରକୃତିର ସ୍ତ୍ରୀ ମିଳନ୍ତି । ସେମାନେ ପ୍ରତିବନ୍ଧକରେ ରହିବାକୁ ପସନ୍ଦ କରନ୍ତି ନାହିଁ | ସେ ଯେ କୌଣସି କାମକୁ ନିଜ ପସନ୍ଦରେ କରିବାକୁ ଇଛା କରନ୍ତି |

କୁମ୍ଭ-

ଏହି ରାଶିର ପୁରୁଷମାନଙ୍କୁ ନାଟକୀୟ ପ୍ରକୃତିର ସ୍ତ୍ରୀ ମିଳନ୍ତି। ପତ୍ନୀମାନେ ସ୍ୱପ୍ନ ଜଗତରେ ରହିବାକୁ ଇଛା କରନ୍ତି | ସେମାନେ ନିଜ ସ୍ବଭାବ ଦ୍ବାରା ସମସ୍ତଙ୍କୁ ମନୋରଞ୍ଜନ କରନ୍ତି | ଏହି ଗୁଣକୁ ସ୍ୱାମୀମାନେ ବହୁତ ପସନ୍ଦ କରନ୍ତି |

ମୀନ-

ଏହି ରାଶିର ପୁରୁଷମାନଙ୍କ ସ୍ତ୍ରୀ ବହୁତ ଲଜ୍ଜାଜନକ | ସ୍ତ୍ରୀମାନେ କାହା ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ | ସେ କେବଳ ନିଜ ସ୍ୱାମୀ ଓ ସନ୍ତାନଙ୍କୁ ଭଲ ପାଆନ୍ତି। ଏହି କାରଣରୁ ଲୋକମାନେ ମଧ୍ୟ ତାଙ୍କୁ ଅହଂକାରୀ ଭାବନ୍ତି | ଯଦି ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *