ଘରେ ରଖିଥିବା ଏହି ଜିନିଷଗୁଡ଼ିକ ଆପଣଙ୍କୁ କରଜରେ ଡୁବେଇ ଦବ, ଏବେହିଁ ଜାଣି ନିଅନ୍ତୁ ନେହେଲେ ହେଇଯିବେ କାଙ୍ଗାଳ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ଗୁରୁତ୍ୱ ରହିଛି । ଏହିପରି କିଛି ଜିନିଷ ଅଛି ଯାହାକୁ ଘରେ ରଖିଲେ କ୍ଷତି କରିଥାଏ । ପ୍ରତ୍ୟେକ ଜିନିଷର ଭିନ୍ନ ଭିନ୍ନ ଗୁରୁତ୍ୱ ରହିଛି | ଘରେ ରଖାଯାଇଥିବା ସମସ୍ତ ଜିନିଷ ବ୍ୟକ୍ତିର ଜୀବନରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷକୁ ଘରେ ରଖିଲେ ଦରିଦ୍ରତା ଦୂର ହୁଏ ଓ ଋଣ କରଜରୁ ମୁକ୍ତି ପାଇବେ ଓ କେଉଁ ଜିନିଷକୁ ଘରୁ କାଢି ବାହାରକୁ ଫିଙ୍ଗି ଦେବା ଉଚିତ୍ ।

ବେଳେବେଳେ ଆମେ ଘରେ ରଖାଯାଇଥିବା ଜିନିଷକୁ ଅଣଦେଖା କରିଥାଉ, ସେଥିପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ | ଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା ଏହି ଜିନିଷଗୁଡିକ ତୁରନ୍ତ ଘରୁ କାଢି ବାହାରକୁ ଫିଙ୍ଗି ଦେବା ଉଚିତ୍ । ନଚେତ୍ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ କିଛି ଏହଭଳି ଜିନିଷ ଅଛି ତେବେ ତାକୁ ଘରୁ କାଢି ଦେବା ଉଚିତ୍ ।

କରଜରେ ବୁଡିଯିବାର ଲକ୍ଷଣ-

ଯଦି ଗୃହର ଛାତ ଉପରେ କିଛି ଅଳିଆ ଆବର୍ଜନା ଜିନିଷ ବା ଅଦରକାରୀ ଜିନିଷ ପଡିରହିଛି, ତେବେ ଗୃହରେ ଦରିଦ୍ରତା ଦେଖାଦିଏ । ସେଥିପାଇଁ ଏହି ଆବର୍ଜନାକୁ କାଢି ବାହାରକୁ ଫିଙ୍ଗି ଦେବା ଉଚିତ୍ ।

ଯଦି ଘର ଭିତରେ କିଛି ଜିନିଷ ଭାଙ୍ଗିଯାଇଥାଏ ତାକୁ ମଧ୍ୟ କାଢିଦେବା ଉଚିତ୍ ନଚେତ୍ ଶୀଘ୍ର ସଜାଡିଦେବା ଜରୁରୀ ଅଟେ । ଯେପରିକି ଭଙ୍ଗା କାଚ ସାମଗ୍ରୀ ଜିନିଷ, ଭଙ୍ଗା ଖଟ, ଭଙ୍ଗା କାନ୍ଥ ଘଣ୍ଟା ଇତ୍ୟାଦି ଉପରେ ଧ୍ୟାନ ଦେବା ଉଚିତ୍ । ନଚେତ୍ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଓ ଋଣ କରଜରେ ବୁଡି ରହିବେ ।

ସେହିପରି ଛିଣ୍ଡା ଚିରା ଫଟା ପ୍ୟାଣ୍ଟ ସାର୍ଟ ବା ଅନ୍ୟାନ୍ୟ ବସ୍ତ୍ରକୁ ମଧ୍ୟ ଘରେ ରଖିବା ଉଚିତ୍ ନୁହେଁ । ଏହାକୁ ରଖିଲେ ଆର୍ଥିକ ସ୍ଥିତି ବିଗିଡି ଯାଏ । ଧନ ଲାଭ ହେବାରେ ବାଧା ଦେଖାଦିଏ । ତେଣୁ ଏହାକୁ ମଧ୍ୟ ତୁରନ୍ତ ଘରୁ କାଢି ଦେବା ଉଚିତ୍ ।

ଯଦି ଘରେ ଭଗବାନଙ୍କ ମୂର୍ତ୍ତି ରଖି ପୂଜା କରୁଛନ୍ତି, ତେବେ ସେହି ମୂର୍ତ୍ତି ଉପରେ ଧ୍ୟାନ ଦେବା ଜରୁରୀ କି ଯେପରିକି ମୂର୍ତ୍ତିଟି ଭାଙ୍ଗି ନ ଯାଏ । ଭାଙ୍ଗି ଯାଇଥିବା ମୂର୍ତ୍ତିକୁ ପୂଜା କରିଲେ ଦେବୀ ଦେବତାମାନେ କ୍ରୋଧିତ ହୋଇ ଅଶୁଭ ଫଳ ଦିଅନ୍ତି । ମୂର୍ତ୍ତି ଯେପରି ଭାଙ୍ଗି ନଥିବ ଓ ସଠିକ୍ ସ୍ଥାନରେ ରଖି ପୂଜା କରିଲେ ଭଗବାନ ପ୍ରସନ୍ନ ହୋଇ ଶୁଭ ଫଳ ଦିଅନ୍ତି ।

ଘରେ ବୁଢିଆଣୀ ଜାଲ ବସା ବାନ୍ଧିଲେ ତୁରନ୍ତ ସଫା କରନ୍ତୁ । ନ ହେଲେ ଘରେ ଅଶୁଭ ଘଟେ । ଘରେ ବୁଢିଆଣୀ ଜାଲ ଆର୍ଥିକ କ୍ଷେତ୍ର ପ୍ରତି ସଂକେତ ଦିଏ । ଯାହା ଦରିଦ୍ରତା ଭୋଗ କରିବାକୁ ପଡେ । ତେଣୁ ଏହାକୁ ତୁରନ୍ତ ସଫା କରିବା ଦରକାର । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *