ରାଶିଫଳ 9 ମେ 2020, ଆଜି ଶନିଦେବଙ୍କ କୃପାରୁ ଏହି 4ଟି ରାଶିର ସବୁ କାମ ହେବ ପୁରା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 9 ମେ 2020 ଶନିବାରର ରାଶିଫଳ ।

ମେଷ

ଆଜି ଭଲ ଭାବନାତ୍ମକ ବ୍ୟକ୍ତିଙ୍କ ସହିତ ମଧୁର ସବନ୍ଧ ହେବ । ଆପଣଙ୍କ ଉପରେ ଥିବା ପଇସାର ସମସ୍ୟା ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ । ଆପଣ ପଇସା ସବନ୍ଧିତ କଠିନ ପରିସ୍ଥିତିକୁ ସୁଧାରିବା ପାଇଁ ଅନ୍ୟ ମୌକା ବି ପାଇ ପାରନ୍ତି । ପ୍ରତିଯୋଗୀ ଙ୍କ ଠାରୁ ବିଜୟ ହାସଲ କରିବେ । ନିର୍ଦ୍ଧାରିତ କାମରେ ସଫଳତା ମିଳିବ । ବ୍ୟବସାୟ କରୁଥିବା ଲୋକ ମାନଙ୍କୁ ସରକାରଙ୍କ ଠାରୁ ସାହାଯ୍ୟ ମିଳିବ ଏବଂ ଚାକିରି କରିଥିବା ଲୋକଙ୍କ ଉପରେ ଉଚପଦାଧୀକାରୀ ଙ୍କର କୃପାଦୃଷ୍ଟି ରହିବ ।

ବୃଷ

ଆଜି ବନ୍ଧୁଙ୍କ ସହିତ ଦେଖା ହେବା କାରଣରୁ ଆପଣ ବହୁତ ଖୁସି ରହିବେ । ଭାଇ ମାନଙ୍କ ସହିତ ସମ୍ପର୍କ ଭଲ ରହିବ । ଶନିଦେବଙ୍କ କୃପାରୁ ଆର୍ଥିକ ଲାଭ ହେବା ସହିତ ସମାଜରେ ମାନ ସଂମ୍ମାନ ମିଳିବ । ମିଠା କଥା ଦ୍ଵାରା ଆପଣଙ୍କ କାମ ସହଜରେ ହୋଇଯିବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ଖୁସି ଅନୁଭବ କରିବେ । ପ୍ରପୋର୍ଟି ମାମଲାରେ ସମାଧାନ ହେବ ।

ମିଥୁନ

ଆଜି ଆପଣଙ୍କର ଭଲ ବ୍ୟବହାର ଦ୍ଵାରା ଆପଣଙ୍କର ସଂମ୍ମାନ ବଢିବ । ପଇସା ଦେବା ନେବା କରିବା ପାଇଁ ଆଜିର ସମୟ ଅନୁକୂଳ ଅଛି । ଆଜିର ଦିନ ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ । ପରିବାର ଲୋକଙ୍କର ସହଯୋଗ ମିଳିପାରେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କାମରେ ସଫଳତା ଏବଂ ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନଟି ଭଲ ଅଛି । ସାରାଦିନ ମନ ପୂଜା ପାଠରେ ରହିବ । ଘରର ଠିକ ଭାବେ ଦାୟିତ୍ଵ ତୁଲାଇ ଥିବାରୁ ଆପଣଙ୍କ ମହତ୍ଵ ବଢିବ ।

କର୍କଟ

ଆଜି ନିଜର ଶତ୍ରୁ ଆଗରେ ଆପଣ ନିଜର ଶକ୍ତି ଦେଖାଇବାର ଏକ ଠିକ ଦିନ ଅଟେ । ଆଜି ଆପଣଙ୍କର ଚୋରୀ ହୋଇପାରେ ଏଥିପାଇଁ ଆପଣ ନିଜ ଜିନିଷକୁ ସମ୍ଭାଳି ରଖନ୍ତୁ । ଆଜି ବ୍ଯବସାୟିକ ରୂପରେ ଆପଣଙ୍କର ପ୍ରଶଂସା ହେବ । ଆପଣ କରିଥିବା ଯୋଜନାରେ ଆପଣ ସଫଳ ହେବେ । ସହକର୍ମୀ ଙ୍କ ସହିତ ନିକଟତା ବଢି ପାରେ ।

ସିଂହ

ଆପଣଙ୍କ ସାହାସ ଏବଂ କ୍ଷମତାରେ ବୃଦ୍ଧି ହେବ । ସନ୍ତାନଙ୍କ ସହିତ କିଛି ମତାନ୍ତର ହୋଇ ପାରେ । ସମୟ ନଷ୍ଟ ନକରି କିଛି ଭଲ କାମ କରନ୍ତୁ । ଅଧିକ ରୋଜଗାର କରିବାର ଅବସର ଆପଣଙ୍କୁ ଅପେକ୍ଷା କରି ରହିଛି ଧ୍ୟାନର ସାହି ଆପଣ ଏହି ବିଷୟରେ ଚିନ୍ତା କରନ୍ତୁ ଏବଂ ଯଦି ଆପଣ ଏଥିରେ ସଂପୂର୍ଣ୍ଣ ଭାବେ ସନ୍ତୁଷ୍ଟ ହେବେ ତାହେଲେ ଆପଣଙ୍କ କ୍ୟାରିୟର ରେ ପରିବର୍ତ୍ତନ ଆସିବ । କିଛି ନୂଆ ଯୋଜନା କରିବା ପାଇଁ ଆଜିର ଅନୁକୂଳ ଅଛି ।

କନ୍ୟା

ଆଜି ଆପଣଙ୍କ ବ୍ୟବସାୟ ଆଗକୁ ବଢାଇବା ପାଇଁ ଭାଇ ଭଉଣୀ ଙ୍କର ସହଯୋଗ ମିଳିବ । ଅଧିକ ମାନସିକ ଚାପ ଏବଂ ଥକାପଣ ଚିନ୍ତାର କାରଣ ହୋଇ ପାରେ । ଆଇନ ମାମଲା ପାଇଁ ଆପଣ ଅବହୁତ ଚିନ୍ତାରେ ପଡ଼ିପାରନ୍ତି । ସାବଧାନ ରୁହନ୍ତୁ ନହେଲେ ପରେ ଠକାମିରେ ପଡିଯାଇ ପାରନ୍ତି । ଆପଣ ଏବଂ ଆପଣଙ୍କର ଜୀବନସାଥୀ ମିଶି ବୈବାହିକ ଜୀବନର କିଛି କଥାକୁ ମନେ ପକାଇ ପାରନ୍ତି । ହଠାତ ଆପଣଙ୍କୁ ବହୁତ ସାରା ଧନ ମିଳିବ ।

ତୁଳା

ଆଜି ଆପଣଙ୍କର କୌଣସି ବନ୍ଧୁଙ୍କ ସହଯୋଗ ଦ୍ଵାରା ଆପଣଙ୍କର ପ୍ରଗତି ହେବ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟାଏ ସାମନା କରିବାକୁ ପଡିବ । ଆଜି ଆପଣଙ୍କୁ ସାବଧାନ ରହିବା ପାଇଁ ହେବ । କିଛି କାମରେ ଅଯୋଥା ଖର୍ଚ ମଧ୍ୟ ହୋଇ ପରେ । ଆପଣଙ୍କର ଅଧିକ ସମୟ ଅନ୍ୟ ଲୋକର ସେବାରେ ଲଗାନ୍ତୁ ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାର ବହୁତ ଖୁସିରେ ରହିବ । ଆପଣଙ୍କୁ ନିଜର ବରିଷ୍ଠ ଅଧିକାରୀଙ୍କର ସାନିଧ୍ୟ ପ୍ରାପ୍ତ ହେବ । ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ ଭାରି ଯିବ ।

ବିଛା

ଆଜି ଆପଣଙ୍କ କାମର ପ୍ରଶଂସା ହେବ । ସାମାନ୍ୟ ଧାନ ଲାଭ ହେବ । ଆପଣଙ୍କ ମନ ଚଞ୍ଚଳ ରହିବ ଯାହାଦ୍ୱାରା ଆପଣଙ୍କୁ ନିଷ୍ପତ୍ତି ନେବାରେ ଅସୁବିଧା ହେବ । ଏହି କାରଣରୁ କୌଣସି ବି ମହତ୍ଵପୂର୍ଣ କାମ ପୁରା ହୋଇ ପାରିବ ନାହିଁ । ପ୍ରତିଯୋଗୀ ମାନଙ୍କର ସାମନା କରିବାକୁ ପଡିବ, କିନ୍ତୁ ନୂଆ କାମ କରିବାରେ ପ୍ରେରଣା ମିଳିବ । ପ୍ରତିଯୋଗୀ ମାନଙ୍କ ଠାରୁ ବିଜୟ ହାସଲ କରିବେ ।

ଧନୁ

ଏହି ରାଶିର ଲୋକମାନେ ଆଜି ବ୍ୟସ୍ତ ରହିବେ । ପରିବାର ଠାରୁ ଆପଣଙ୍କୁ ସଂପୂର୍ଣ୍ଣ ଭାବେ ସହଯୋଗ ମିଳିବ । ଆଜି ଦିନରେ ଜଲ୍ଦି ଘଟି ଯାଇଥିବା ଘଟଣାରେ ବ୍ୟସ୍ତ ରହିବେ । ନିବେଶ କରିବା ପାଇଁ ଆଜିର ଦିନଟି ବହୁତ ଭଲ ଅଛି କିନ୍ତୁ ଏହା ପୂର୍ବରୁ କୌଣସି ବଡ ଏବଂ ଅନୁଭବି ବ୍ୟକ୍ତିଙ୍କର ଉପଦେଶ ନିହାତି ନିଅନ୍ତୁ । ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସବୁ ପ୍ରକାରର ଚେଷ୍ଟା କରନ୍ତୁ ନିହାତି ସଫଳତା ପାଇବେ ।

ମକର

ଆଜି ଆପଣଙ୍କୁ ନିଜର କାମ ପାଇଁ ନିଜର ସାଥି ଏବଂ ବନ୍ଧୁଙ୍କ ସାହାଯ୍ୟ ନେବାକୁ ହେବ ଏବଂ ଶେଷରେ ଆପଣ ସବୁ କାମରେ ସଫଳ ହେବେ । ଯଦି ଆପଣ ଆୟ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତାହେଲେ ସୁରକ୍ଷିତ ଆର୍ଥିକ ପରିଯୋଜନାରେ ନିବେଶ କରନ୍ତୁ । ସମ୍ପର୍କୀୟ ଆପଣଙ୍କର ଉଦାର ସ୍ଵଭାବର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ । ଅନ୍ୟ ଲୋକଙ୍କର ଦୋଷ ଦେଖିବା ଆଗରୁ ଆପଣ ଆଗ ନିଜର ଦୋଷ ଦେଖନ୍ତୁ ।

କୁମ୍ଭ

ଏହି ରାଶିର ଲୋକ ଆଜି କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରିବେ । କାର୍ଯ୍ୟ କ୍ଷେତ୍ର ପାଇଁ ଆଜି ଦିନଟି ବହୁତ ଭଲ ରହିବ । ଆଜି ଆପଣଙ୍କର ଆର୍ଥିକ ଯୋଜନାକୁ ବଳ ମିଳିବ କିନ୍ତୁ ବିରୋଧୀ ସକ୍ରିୟ ରହିବେ । ଏହି କାରଣ ପାଇଁ ଆପଣ ପ୍ରଥମେ ନିଜର ବିରୋଧୀ ଙ୍କ ଠାରୁ ହାରିଯାଇ ପାରନ୍ତି ବା କୌଣସି ଯୋଜନା ଉପରେ ଆପଣ ନିଜର ମତ ରଖିପାରିବେ ଯାହାକି ଆପଣଙ୍କ ବ୍ୟବସାୟକୁ ଆଗକୁ ନେଇ ଯିବ । ଚାକିରିରେ ପ୍ରମୋଶନ ହେବା ସହିତ ଆୟରେ ମଧ୍ୟ ବୃଦ୍ଧି ହେବ ।

ମୀନ

ଆଜି ଏହି ରାଶିର ଲୋକଙ୍କ ଉପରେ କିଛି ଏମିତି କାମ ଦିଆଯିବ ଯାହାକୁ କରିବା ପାଇଁ ଆପଣଙ୍କୁ ନିଜର ସବୁ କ୍ଷମତା ଏବଂ ଯୋଗ୍ୟତା ର ପ୍ରୟୋଗ କରିବାକୁ ପଡିବ । ଆଜି ଆପଣଙ୍କ ମନ କୋଣସି ମହିଳାଙ୍କ ଆଡକୁ ଆକର୍ଷିତ ହୋଇପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିବ । ଆଜି ଘରେ କୌଣସି ଧାର୍ମିକ କାମ ହୋଇପାରେ । ପଢା ଲେଖାରେ ଆପାନଙ୍କ ରୁଚି ବଢିପାରେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *