ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ, ତୁରନ୍ତ ରାସନ କାର୍ଡଧାରୀଙ୍କୁ ବଣ୍ଟନ କରାଯିବ ଏକ ହଜାର ଟଙ୍କା

ଦେଶରେ ବଢୁଥିବା କରୋନା ସଙ୍କଟରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ସେଥିପାଇଁ ଦେଶକୁ ୨୧ ଦିନ ପାଇଁ ଲକ ଡାଉନ କରା ଯାଇଛି । ଲୋକମାନଙ୍କୁ ଘରେ ରହି ସବୁବେଳେ ସତର୍କ ରହିବାକୁ କୁହାଯାଉଛି । ଯେଉଁମାନେ ମାନୁ ନାହାଁନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି । କିନ୍ତୁ ଏହି ଲକଡାଉନ କାରଣରୁ ଦେଶରେ ଆର୍ଥିକ ସଙ୍କଟ ଦେଖା ଦେଇଛି । ବିଶେଷ କରି ଗରିବ ଶ୍ରେଣୀର ଲୋକ, ଦିନ ମଜୁରିଆ ବେଶି ପ୍ରଭାବିତ ହେଉଛନ୍ତି ।  ଓ ଗହମ ବନତମ ସେଥିପାଇଁ ରାଜ୍ୟ ସରକାର କିଛି ପଦକ୍ଷେପ ନେଉଛନ୍ତି ।

ଗତ ୨୭ ତାରିଖରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାସନ କାର୍ଡ ଉପଭୋକ୍ତାଙ୍କ ପରିବାରକୁ ୧ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯିବ । ଏଥିପାଇଁ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଟଙ୍କା ବଣ୍ଟନ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।

Image Courtesy: Google

ବର୍ତ୍ତମାନ ରାସନ କାର୍ଡ ହିତାଧିଧିକାରୀ ସଂଖ୍ୟା ୯୪,୧୫,୦୮୩ ଥିବାବେଳେ ଏଥିରେ ଆଉ ୧,୩୬,୬୧୨ ନୂଆ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଇଛି । ସମସ୍ତ ହିତାଧିକାରୀଙ୍କୁ ୧ ହଜାର ଲେଖାଏଁ ଟଙ୍କା ଦିଆଯିବ । ଖାଦ୍ଯ ଯୋଗାଣ ବିଭାଗ ଆକଳନ କରି କହିଛି କି ଏଥିରେ ମୋଟ ୯୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ଓଡିଶାର ଟିକନିକ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରିନିଅନ୍ତୁ ।

Leave a Reply

Your email address will not be published. Required fields are marked *