କରୋନା ଭାଇରସ ବିରୁଦ୍ଧରେ ଯୁଧ୍ୟରେ ଯୋଗ ଦେଲେ ଅନେକ ଶିଲ୍ପପତି ଓ ପିଏମ ମୋଦୀଙ୍କ ମା, ଆସନ୍ତୁ ଜାଣିବା କିଏ କେତେ ଦାନ କଲେ

କରୋନା ଭାଇରସ ବିରୁଦ୍ଧରେ ନିର୍ଣ୍ଣାୟକ ଯୁଦ୍ଧରେ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ ବି ସାମିଲ ହୋଇ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଭାରତକୁ ୨୫,୦୦୦ ଟଙ୍କା ଆର୍ଥିକ ସାହାର୍ଯ୍ୟ ଦେଇଛନ୍ତି । କହିବାକୁ ଗଲେ କୋବିଡ – ୧୯ ବିରୁଦ୍ଧରେ ପିଏମ ମୋଦୀଙ୍କ ମା ପିଏମ କେୟାର୍ସ (PM CARES)ରେ ୨୫ ହଜାର ଟଙ୍କା ଆର୍ଥିକ ଯୋଗଦାନ ଦେଇଛନ୍ତି ।

ହୀରାବେନ ଏହି ରାଶି ନିଜ ସେଭିଙ୍ଗରୁ ବାହାର କରି ପିଏମ କେୟାର ଫଣ୍ଡରେ ଦାନ କରିଛନ୍ତି । କହିବାକୁ ଗଲେ ହୀରାବେନଙ୍କୁ କେତେକ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସାଥ ଦେଉଥିବାର ଦେଖା ଯାଇଛି । ଏହା ଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟତଃ କେତେକ କ୍ଷେତ୍ରରେ ନିଜର ମା’ଙ୍କ ଆଶୀର୍ବାଦ ନେବା ପାଇଁ ଗୁଜୁରାଟ ବି ଯାଇଥାନ୍ତି ।

Image Courtesy: Google

ଏହି ବଡ ବଡ ଷ୍ଟାରମାନେ ବି ଆଗକୁ ଆସି ସାହାର୍ଯ୍ୟର ହାତ ବଢାଇଛନ୍ତି

୧. ଟାଟା ସନ୍ସ ଓ ଟାଟା ଟ୍ରସ୍ଟ ତରଫରୁ ୧୫୦୦ କୋଟି ଟଙ୍କାର ଯୋଗଦାନ ଆସିଛି ।

୨. Paytm ବି ପିଏମ କେୟାର୍ସରେ ୫୦୦ କୋଟି ଟଙ୍କାର ଆର୍ଥିକ ସହଯୋଗ ଦେବାର ଘୋଷଣା କରିଛି ।

୩. ମୁକେଶ ଅମ୍ବାନୀଙ୍କ ରିଲାୟନ୍ସ ଇଣ୍ଡଷ୍ଟ୍ରି ୫୦୦ କୋଟି ଟଙ୍କା ଦେବେ ।

୪. ଗୌତମ ଅଡାନୀଙ୍କ ଅଡାନୀ ଫାଉଣ୍ଡେସନ ତରଫରୁ ‘ପିଏମ କେୟାର୍ସ’ରେ ୧୦୦ କୋଟି ଟଙ୍କାର ଯୋଗଦାନ ଦିଆ ଯାଇଛି ।

୫. ‘ପିଏମ କେୟାର୍ସ’ ଫଣ୍ଡରେ ରେଳ ମନ୍ତ୍ରାଳୟ ୧୫୧ କୋଟି ଟଙ୍କା ଆର୍ଥିକ ଯୋଗଦାନ ଦେଇଛି ।

Image Courtesy: Google

୬. BCCI ତରଫରୁ ୫୧ କୋଟି ଟଙ୍କାର ଯୋଗଦାନ ଦିଆ ଯାଇଛି ।

୭. ବଲୀଉଡର ଅଭିନେତା ଅକ୍ଷୟ କୁମାର ‘ପିଏମ କେୟାର୍ସ’ରେ ୨୫ କୋଟି ଟଙ୍କା ଦେଇଛନ୍ତି ।

୮. ବାହୁବଳି ଷ୍ଟାର ପ୍ରଭାସ ୪ କୋଟି ଟଙ୍କା ଦେଇଛନ୍ତି ।

୯. ବଲୀଉଡର ଷ୍ଟାର କାର୍ତ୍ତିକ ଆର୍ୟନ ‘ପିଏମ କେୟାର୍ସ’ରେ ୧ କୋଟି ଟଙ୍କା ଦେଇଛନ୍ତି ।

୧୦. ତେଲୁଗୁ ଫିଲ୍ମ ସୁପରଷ୍ଟାର ରାମ ଚରଣ ତେଜା ୭୦ ଲକ୍ଷ ଟଙ୍କାର ଯୋଗଦାନ ଦେଇଛନ୍ତି ।

୧୧. କ୍ରିକେଟର ସୁରେଶ ରୈନା ‘ପିଏମ କେୟାର୍ସ’ରେ ୨୧ ଲକ୍ଷ ଟଙ୍କା ଦେଇଛନ୍ତି, ଯେତେବେଳେ କି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରେ ୨୧ ଲକ୍ଷ ଟଙ୍କା ଦେଇଛନ୍ତି ।

୧୨. ସଚିନ ତେନ୍ଦୁଲକର ୫୦ ଲକ୍ଷ ଟଙ୍କାର ସାହାର୍ଯ୍ୟ କରିବେ ।

୧୩. ବଲୀଉଡର ଅଭିନେତା ବରୁଣ ଧବନ ବି ୩୦ ଲକ୍ଷ ଟଙ୍କାର ସାହାର୍ଯ୍ୟ କରିବେ ।

ଦେଶର ଏହି ବିଷମ ପରିସ୍ଥିତିରେ ଆମ ସମସ୍ତଙ୍କୁ ଏକ ହୋଇ ଏହି କରୋନା ଯୁଦ୍ଧକୁ ଲଢିବାର ଅଛି । ଏଥିପାଇଁ ସରକାରଙ୍କ ନିୟମାବଳିକୁ ଫଲୋ କରନ୍ତୁ, ସାମାଜିକ ଦୁରତ୍ତ୍ଵ ରକ୍ଷା କରନ୍ତୁ, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଓ ଅନ୍ୟମାନଙ୍କୁ ବି ସୁରକ୍ଷିତ ରୁହନ୍ତୁ । ଏପରି ସ୍ଥିତିରେ ଦେଶକୁ ନିଜର ଯୋଗଦାନ ଦିଅନ୍ତୁ । ପୋସ୍ଟ ଟି ଭଲ ଲାଗିଇଥିଲେ ସେୟାର କରି ଦେଶ ଦୁନିଆର ଅପଡେଟ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *