ସୋସିଆଲ ମିଡିଆରେ Varsha ଙ୍କ ବିପକ୍ଷରେ ପୋଷ୍ଟ କରିବା Jagrati ଙ୍କୁ ପଡିଲା ମହଙ୍ଗା ! ଜାଗ୍ରତିଙ୍କୁ ଏମିତି ପାନେ ଦେଲେ ବର୍ଷା !

ବନ୍ଧୁଗଣ, ଓଲିଉଡ ଅଭିନେତା ଅନୁଭବ ମହାନ୍ତି ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ଏହି ଦୁଇ ଚେହେରା ବେସ ପରିଚିତ । ପିଲା ଠାରୁ ଆରମ୍ଭ କରି ଯୁବା ତଥା ବୟସ୍କ ଲୋକେ ଉଭୟଙ୍କୁ ପରଦାରେ ଦେଖିବାକୁ ଭଲ ପାଇଥାନ୍ତି । ଟେଲିଭିଜନ ଦୁନିଆରେ ପାଦ ଦେଲା ପରେ ବନ୍ଧୁତା ଏବଂ ପରେ ପ୍ରେମ ଏହାପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ ଏବଂ ବର୍ଷା ।

କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ବିବାଦ ବିଛେଦ ମାମଲା ଚାଲିଅଛି । ଏହି ଖବର ଶୁଣି ଉଭୟଙ୍କ ପ୍ୟାନ୍ସ ମାନେ ବହୁତ ନିରାଶ ମଧ୍ୟ ହୋଇଯାଇଛନ୍ତି । ତେବେ ବର୍ତ୍ତମାନ ସୂଚନା ମିଳିଛି ଯେ ଊବ ହୟନକ ମଧ୍ୟରେ ବିବାଦ ଆହୁରି ବଢିବାକୁ ଲାଗିଛି ଏବଂ ତାହା ଅଡୁଆ ସୂତା ଭଳି ଘୁରେଇ ହେବାରେ ଲାଗିଛି । ତେବେ ଆସନ୍ତୁ ଏ ନେଇ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।

ମୋଡ ଉପରେ ମୋଡ ନେଉଛି ସାଂସଦ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ବିବାଦ । ଆକ୍ସନ ଉପରେ ନିଆ ଯାଉଅଛି ଡବଲ ଆକ୍ସନ । ଜଟିଳ ହୋଇଥିବା ଅନୁଭବ ଏବଂ ବର୍ଷା ଙ୍କ ବିବାଦରେ ପୁଣି ଆଉ ଏକ ମାମଲା ଜଟିଳତାକୁ ଆହୁରି ବଢାଇ ଦେଇଅଛି । ମାତ୍ର ବର୍ତ୍ତମାନ ପତି ପତ୍ନୀ ଙ୍କ ମଧ୍ୟରେ ନୁହେଁ ଏମାନଙ୍କ ମଧ୍ୟକୁ ଆସିଛନ୍ତି ସାଂସଦ ଅନୁଭବ ମହାନ୍ତି ଙ୍କ ବାନ୍ଧବୀ “ଜାଗ୍ରତି ଶୁକ୍ଲା” । ବୁଧବାର ଜାଗ୍ରତି ସୋସିଆଲ ମିଡିଆ ରେ ବର୍ଷା ଙ୍କ ନାମ ନ ନେଇ ଏକ ପୋଷ୍ଟ କରିଥିଲେ ।

ଯାହାକୁ ନେଇ ଗୁରୁବାର ବର୍ଷା ପ୍ରିୟଦର୍ଶନି ଅନୁଭବ ଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲା ଙ୍କ ନାମରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ଏହି ଏତଲା ରେ ଜାଗ୍ରତି ବର୍ଷା ଙ୍କ ସନ୍ନମାନ ହାନି କରୁଥିବା ବର୍ଷା ପ୍ରିୟଦର୍ଶନୀ ଉଲ୍ଲେଖ କରିଛନ୍ତି । ତେବେ ଜାଗ୍ରତି ଶୁକ୍ଲା ସୋସିଆଲ ମିଡିଆ ରେ ଯେଉଁ ପୋଷ୍ଟ କରିଥିଲେ ସେଥିରେ ଅନୁଭବ ତଥା ବର୍ଷା ଙ୍କ ର ନାମ ନଥିଲେ ମଧ୍ୟ ସାଂସଦ ଙ୍କ ସ୍ତ୍ରୀ ସାଉସ କାର୍ଡ ର ଅପବ୍ୟବହାର ନେଇ ସେ ପୋଷ୍ଟ ରେ ଲେଖିଥିଲେ ।

ଅନ୍ୟ ପକ୍ଷରେ ଏହି ଏତଲା କୁ ନେଇ ଜାଗ୍ରତି ଶୁକ୍ଲା କିମ୍ବା ପୁରୀ ଘାଟ ଥାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଦେଖାଯାଉ ଆଗକୁ କଣ ହେଉଅଛି ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *