କାନ୍ଦି କାନ୍ଦି ଗଣମାଧ୍ୟମକୁ ଅନୁରୋଧ କଲେ Rani Panda, କହିଲେ ‘ନିଜ ସ୍ଵାର୍ଥ ପାଇଁ ଦୟାକରି ମତେ ବଳି ପକାନ୍ତୁ ନାହିଁ, ମୋର ଦୁର୍ଭାଗ୍ୟ କି ଆଜି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ରାନୀ ପଣ୍ଡା ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ଅନୁରୋଧ କରି କହିଛନ୍ତି ଯେ ସେ ଏତେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି ନିଜ କଥା ନିଜେ କେବେ ବୁଝି ନାହାଁନ୍ତି । ନିଜେ ପଖାଳ ଖାଇ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି । ସେ କେବେ କାହାକୁ ଜୀବନରୁ ମାରିବା ପାଇଁ ଚାହିଁବେ ନାହିଁ କି ରାଣୀ ସେଭଳି ଲୋକ ଆଦୌ ନୁହଁନ୍ତି ବୋଲି କହିଛନ୍ତି । ମାତ୍ର ତାଙ୍କର ଦୁର୍ଭାଗ୍ୟ ଯେ ଏତେ ଲୋକ ଥାଉ ଥାଉ ତାଙ୍କରି ଗାଡି ଆଗରେ ଜଣେ ଗରିବ ଲୋକଙ୍କ ଜୀବନ ଚାଲିଗଲା ।

ଏହି କଥା ସେ କେବେ ମଧ୍ୟ ଭୁଲିପାରିବେ ନାହିଁ ତଥା ସାରା ଜୀବନ ମନେ ରହିବ । ରାଣୀ ହାତଯୋଡି ଲାଇଭ ଭି-ଡି-ଓ ମାଧ୍ୟମରେ ଆଠଗଡ ବାସୀ, ସୁକାନ୍ତ ଙ୍କ ପରିବାର ତଥା ତାଙ୍କର ସମସ୍ତ ବନ୍ଧୁ ବାନ୍ଧବ ଙ୍କୁ କ୍ଷମା ପ୍ରାର୍ଥନା ମାଗି କହିଛନ୍ତି ଯେ ତାଙ୍କୁ କେହି ଭୁଲ ବୁଝିବେ ନାହିଁ । ସେ ଗରିବ ଙ୍କ ସାଥି ତଥା କେବେ ହେଲେ ସେ ଗରିବ ଙ୍କୁ ହତାଦାର କରି ପାରିବେ ନାହିଁ । ତାଙ୍କ ଦ୍ଵାରା ଯଥା ସମ୍ଭବ ସାହାର୍ଯ୍ୟ ସହଯୋଗ ନିଶ୍ଚିତ ଭାବରେ ସେ କରିବେ ।

ସେ ହାତଯୋଡି ଅନୁରୋଧ କରି ଗଣମାଧ୍ୟମକୁ କହିଛନ୍ତି ଯେ ଦୟାକରି ଅପପ୍ରଚାର କରନ୍ତୁ ନାହିଁ କି ମିଥ୍ୟା ଖବର କିଛି ଦିଅନ୍ତୁ ନାହିଁ । ଓଡିଶାବାସୀ ଙ୍କ ମନରେ ରାଣୀ ଙ୍କ ପ୍ରତି ଘୃଣାଭାବ ଭରି ଦିଅନ୍ତୁ ନାହିଁ । ମାତ୍ର ଏତେ ତଳକୁ ଖସିଯିବା ଉଚିତ ନୁହେଁ ବୋଲି ରାଣୀ କହିଛନ୍ତି ।

ତାଙ୍କ ପରିସ୍ଥିତି ଖରାପ ବେଳେ ତାଙ୍କୁ ଏହିଭଳି ଅପବାଦ ଦେଇ TRP ନିଅନ୍ତୁ ନାହିଁ ବୋଲି କହିଛନ୍ତି ରାଣୀ । ରାନୀପଣ୍ଡା ର ମଜାକ ବହୁତ ଉଡାଇଛନ୍ତି ବୋଳିବ କହିଛନ୍ତି । ସ୍ଵାର୍ଥ ନିମନ୍ତେ ରାଣୀ ଙ୍କୁ ବଳି ପକାଇବା ଅନୁଚିତ ବୋଲି ସେ କହିଛନ୍ତି । ଏହିଭଳି ମିଥ୍ୟା ଖବର ଅପପ୍ରଚାର ଦ୍ଵାରା ତାଙ୍କୁ ବହୁତ ବଧୂଛି ତଥା କଷ୍ଟ ହେଉଛି ବୋଲି କହିଛନ୍ତି ।

ଯଦି ଟିକିଏ ମାତ୍ର ମଣିଷ ପଣିଆ ଥିବ ତା’ ହେଲେ ଏତେ ତଳକୁ ଖସିଯିବା ଉଚିତ ନୁହେଁ ବୋଲି କହିଛନ୍ତି ରାଣୀ । ମୋ ସମୟ ବର୍ତମାନ ଖରାପ ପଡିଛି ବୋଲି ମତେ ଏମିତି ଅପନିନ୍ଦା ଦେଉଛ ମାଗତ୍ର ମୋ ସମୟ ଆସିଲେ ସମସ୍ତଙ୍କ କଥା ବୁଝିବି । ତେବେ ବନ୍ଧୁଗଣ ଏହିଭଳି ଭାବରେ ଅଭିନେତ୍ରୀ ରାଣୀ ପଣ୍ଡା କାନ୍ଦି କାନ୍ଦି କହିଛନ୍ତି, ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *