ରାଣୀ ପଣ୍ଡା କହିଲେ ‘ସୁକାନ୍ତ ପୁଅକୁ ମୁଁ ଡାକ୍ତର କରେଇଥାନ୍ତି, ମୁଁ କଥା ଦେଇଥିଲି ହେଲେ ଆଜି କଥା ରଖି ପାରିବିନି, ଆଉ ଏବେ ମୁଁ ଏବେ କାହାକୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ କଇଁ କଇଁ ହୋଇ କାନ୍ଦିଛନ୍ତି ରାଣୀପଣ୍ଡା, ହଠାତ ଏହିଭଳି ଭାବରେ ସବୁକିଛି ବଦଳିଯିବ ବୋଲି କେହି କେବେ ଭାବି ନଥିଲେ । କାର ଦୁର୍ଘଟଣାରେ ଏହିଭଳି ଭାବରେ ସୁକାନ୍ତ ଙ୍କ ଜୀବନ ଚାଲିଯିବ ଆଉ ବିଧବା ହୋଇ ରାଣୀ ଙ୍କ ଆଗରେ ଛାତି ଫଟାଇ ସ୍ତ୍ରୀ କାନ୍ଦିବ ତାହା କେବେ ସହି ପାରିନଥିଲେ ରାଣୀ ପଣ୍ଡା । ତଥାପି ରାଣୀ ପଣ୍ଡା, ବିଧବା ସ୍ତ୍ରୀ ର ଲୁହ ପୋଛି ବୁଝାଇଥିଲେ ।

ରାତିଦିନ ପରିଶ୍ରମ କରିବେ ଏବଂ ଷ୍ଟେଜ ପ୍ରୋଗ୍ରାମ କରି ରାତିଦିନ ନାଚିବେ । ଆଉ ଯାହା ମଧ୍ୟ ଟଙ୍କା ରୋଜଗାର କରିବେ ସେଥିରେ ଦୁଇ ପିଲାଙ୍କ ବଡ ଭବିଷ୍ୟତ ଗଢିଦେବେ । ଏହା ସହିତ ପରିବାର କଥା ବୁଝିବେ । ଏହିସବୁ ବୁଝାଇ କଥା ଦେଇଥିଲେ । ମାତ୍ର ଏହା ମଧ୍ୟରେ ପେଜ ପଡି ପୁଅର ଜୀବନ ଚାଲିଗଲା । ବର୍ତ୍ତମାନ ସେହି ରାଣୀପଣ୍ଡା ଚିତ୍କାର କରି କାନ୍ଦୁଛନ୍ତି ।

ସେ ଯେଉଁ ସାହାର୍ଯ୍ୟ କରିବାକୁ ଚାହୁଁଥିଲେ, ସେହି ସାହାର୍ଯ୍ୟ ଆଉ ସେ କେବେ କରିପାରିବେ ନାହିଁ । ରାଣୀପଣ୍ଡା ଚାହୁଁଥିଲେ ଯେ ଦୁଇ ପୁଅର ବଡ ଭବିଷ୍ୟତ ଗଢିବେ । ଆଉ ପୁଅକୁ ଗୋଟିଏ ଡାକ୍ତର ଭାବରେ ଗଢିବାକୁ ଚାହିଁଥିଲେ ରାଣୀପଣ୍ଡା । କିନ୍ତୁ ସବୁକିଛି ଯେମିତି ପାଣିରେ ମିଶିଗଲା । ପେଜ ପଡି ପୁଅର ଜୀବନ ଚାଲିଗଲା ।

ଏହି କଥାକୁ ସହିପାରି ନାହାଁନ୍ତି ସୁକାନ୍ତ ଙ୍କ ପରିବାର ଲୋକେ ଏବଂ ରାଣୀ ପଣ୍ଡା । ବାପା ଯିବାର 25 ଦିନ ପରେ ଆଖି ବୁଝିଛି ସୁକାନ୍ତ ଙ୍କ ପୁଅ । କିଛି ଦିନ ତଳେ ଅଭିନେତ୍ରୀ ରାନୀପଣ୍ଡା ଙ୍କ ଗାଡି ଦୁର୍ଘଟଣାରେ ମୃ-ତ୍ୟୁବରଣ କରିଥିବା ରାଜନଗର ପଞ୍ଚାୟତ ର ସୁକାନ୍ତ ବେହେରା ଙ୍କ 3 ବର୍ଷ ର ପୁଅ ଉପରେ ଆରମ ପେଜ ପଡିଯାଇଥିଲା ।

ଏହା ପରେ ସେ ପୋଡି ହୋଇଯାଇଥିଲେ ଏବଂ କଟକ ବଡ ଡାକ୍ତର ଖାନାରେ ସେ ଚିକିତ୍ସିତ ହୋଇଥିଲେ ମୃ-ତ୍ୟୁ ସହିତ ସଂଗ୍ରାମ ମଧ୍ୟ କରୁଥିଲେ, ଆଉ ଏହିଭଳି ଭାବରେ ମୃ-ତ୍ୟୁ ସହିତ ଲଢେଇ କରି କରି ଶେଷରେ ଜୀବନ ଜ୍ୟୋତିରେ ହାରିଗଲା ଏହି କୁନି ପିଲାଟି ।

ରାଣୀ ପଣ୍ଡା ନିଜ ଉପରେ ବିଶ୍ଵାସ ରଖିଥିଲେ ଯେ ସୁକାନ୍ତ ଙ୍କ ପୁଅ କୁ ପାଠ ପଢାଇ ଡାକ୍ତର କରାଇବେ । କିନ୍ତୁ ବର୍ତ୍ତମାନ ଦଇବ ଦୁର୍ଘଟଣାରେ ପୁଅ ର ମଧ୍ୟ ଜୀବନ ଚାଲିଗଲା । ଏହାକୁ ନେଇ ରାଣୀ ପଣ୍ଡା ଙ୍କୁ ନେଇ ସାରା ଓଡିଶାବାସୀ ଦୁଃଖ ପ୍ରକାଶ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *