ରାଣୀ ପଣ୍ଡା କହିଲେ ଯେ ‘ମୁଁ ଅନୁଭବକୁ ବାହାହେବି, ହନିମୁନ କରିବି, ସେ ଯେମିତି ଗୋଟେ ହ୍ୟାଣ୍ଡସମ ଟୋକା ନା…’

ବନ୍ଧୁଗଣ, ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ରାଣୀ ପଣ୍ଡା ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତାହା ହେଉଛି ଯେ ଯଦି ଅନୁଭବ ଙ୍କର ଡିଭୋର୍ସ ହୁଏ ତେବେ ସେ ଅନୁଭବ ଙ୍କୁ ବିବାହ କରିବେ । ରାଣୀ ପଣ୍ଡା କହିଛନ୍ତି ଯେ ଅନୁଭବ ଙ୍କର ଜନ୍ମଦିନ ଥିଲା । ଜନ୍ମ ଦିନରେ ଶୁଭେଛା ମଧ୍ୟ ଜଣାଇଥିଲେ । ଏହା ସହିତ ସେ ଅନୁଭବ ଙ୍କୁ ବହୁତ ଲାଇକ କରନ୍ତି । ରେସପେକ୍ଟ ମଧ୍ୟ କରନ୍ତି ଅନୁଭବ ହ୍ୟାଣ୍ଡସମ ଅଟନ୍ତି, ଜଣେ ସାଂସଦ ମଧ୍ୟ ଅଟନ୍ତି । ଫିଲ୍ମ ଲାଇନର ଗୋଟିଏ ଆଗ ଧାଡିର ନାୟକ ଅଟନ୍ତି ।

ରାଣୀ ଙ୍କର ମନ ଚାଲିଆସିଲା ଏଣୁ ସେ ଏହିଭଳି କହିଦେଲେ ବୋଲି କହିଛନ୍ତି । ଓଡିଶାବାସୀ ସମସ୍ତେ ଜଣାଇଛନ୍ତି ଯେ ରାଣୀ ପଣ୍ଡା ଯାହା କୁହନ୍ତି ଖୋଲାକଥା କୁହନ୍ତି । ଏଣୁ ରାଣୀ ଙ୍କ ମନ ତଥା ମୁହଁ କୁ ଯାହା ଆସିଲା ସେ କହିଦେଲେ । ଏଥିରେ ରାଣୀ ଙ୍କୁ ଫାଶୀ ହୋଇଯିବ ନାହିଁ ବୋଲି ସେ କହିଛନ୍ତି । ଯଦି ଅନୁଭବ ଗ୍ରହଣ କରନ୍ତି ତେବେ ସେ ରେଡି ହୋଇଯିବେ ଏଥିରେ କଷ୍ଟ କ’ଣ ?

ତେବେ ଏଭଳି ବିବାଦୀୟ ମନ୍ତବ୍ୟ ଦେବାକୁ କିଛି କଷ୍ଟ ଲାଗିଛି କି ନା ରାଣୀ ଙ୍କୁ ? ଏ ନେଇ ସେ କହିଛନ୍ତି ଯେ କଷ୍ଟ କାହିଁ ଲାଗିବ ? ସେ ଖୁସିରେ କହିଛନ୍ତି ଏଣୁ ଏହା ଖୁଶିର କଥା ବୋଲି ସେ କହିଛନ୍ତି । ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଏବଂ ସେ ଯଦି ଅନୁଭବ ଙ୍କୁ ବିବାହ କରି ଜାଆନ୍ତି ତେବେ ବର୍ଷା ଙ୍କର କ’ଣ ହେବ ?

ରାଣୀ ପଣ୍ଡା ଏହାକୁ ନେଇ କିଛି ଏଭଳି କଥା କହିଥିଲେ, ରାଣୀ କହିଥିଲେ ଯେ ବର୍ଷା ଙ୍କୁ କ’ଣ କିଛି ଅଭାବ ? ତାଙ୍କୁ ଯଦି ଅଭାବ ଥାନ୍ତା ତେବେ ସେ କେବେ ମଧ୍ୟ ଅନୁଭବ ଙ୍କୁ ଏତେ କନ୍ଦେଇ ନଥାନ୍ତେ, ଏତେ ହନ୍ତସନ୍ତ କରି ନଥାନ୍ତେ, ଅନୁଭବ ଙ୍କ ପରିବାରକୁ ଏତେ କଷ୍ଟ ଦେଇ ନଥାନ୍ତେ । ଓଡିଶାବାସୀ ଙ୍କୁ ରାନୀ ପଣ୍ଡା କହିଛନ୍ତି ଯେ ରାଣୀ ପଣ୍ଡା ଯେଉଁ ବିଷୟରେ ନ ଜାଣିଛନ୍ତି ତାହା ବିଷୟରେ କେବେ ମୁଣ୍ଡ ଖେଳାନ୍ତି ନାହିଁ ।

ଆଜି ପର୍ଯ୍ୟନ୍ତ ସେ ଅନୁଭବ ବର୍ଷା ଙ୍କ ବିଷୟରେ କିଛି କହୁ ନଥିଲେ । ଆଜି କହିବାର ଅର୍ଥ ହେଉଛି ଯେ ରାଣୀ ପଣ୍ଡା ସେତିକି ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି । ବର୍ଷା ଯଦି ଅନୁଭବ ତଥା ତାଙ୍କ ପରିବାର କୁ ନିଜର କରି ରହିଥାନ୍ତେ ତେବେ ତାହା ବହୁତ ଭଲ ହୋଇଥାନ୍ତା । ମାତ୍ର ଯାହା କରିଲେ ବହୁତ ଭୁଲ କରିଲେ ତଥା ସବୁକିଛି ବରବାଦ କରିଦେଲେ ବୋଲି ରାଣୀପଣ୍ଡା ନିଜର ମନ୍ତବ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *