‘ମୋ ପିଲାର ଜୀବନ ଚାଲିଗଲା, ହେଲେ ଆମକୁ ଜଣେଇ ବି ନଥିଲେ, ସକାଳେ ଜାଣିବାକୁ ପାଇଲି କି ମୋ ପୁଅ…’ କାନ୍ଦି କାନ୍ଦି କହୁଛନ୍ତି ସୁକାନ୍ତଙ୍କ ମା’

ଦର୍ଶକ ବନ୍ଧୁ ଓଡିଆ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ଗତ କାଲି ଏକ ବଡ କାର୍ଣ୍ଣମା କରି ଦେଇଛନ୍ତି । ଏମିତିରେ ରାଣୀ ଅନେକ ବିବାଦ ପାଇଁ ଚର୍ଚ୍ଚାରେ ରୁହନ୍ତି ହେଲେ ସେ ଏବେ ନିଜ କାର ଦୁର୍ଘଟଣା ମାମଲା ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଦର୍ଶକ ବନ୍ଧୁ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ଜଣେ ଯୁବକଙ୍କର ଜୀବନ ଯାଇଛି । ଆଉ ଯୁବକଙ୍କର ଜୀବନ ଯିବା ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

ଅନ୍ୟ ପଟେ ସୁକାନ୍ତଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ସୁକାନ୍ତଙ୍କ ପରିବାର ଲୋକ ରାଣୀ ପଣ୍ଡାଙ୍କୁ ଦଣ୍ଡ ଦେବା ନିମନ୍ତେ ଏବେ ଦାବି କରୁଛନ୍ତି । ଆଉ ତାଙ୍କ ପୁଅର ମୃତ୍ୟୁ ପାଇଁ କେବଳ ରାଣୀ ପଣ୍ଡା ଦାୟୀ ବୋଲି ସେମାନେ କହିଛନ୍ତି । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଏହି ଭିଡିଓରେ ମୃତ ଯୁବକ ସୁକାନ୍ତ ବେହେରାଙ୍କ ମାଆ ନିଜର ବୟାନ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସେ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୋର ଚାରୋଟି ପୁଅ ଏ ଦୁଇ ନମ୍ବର ମଝିଆ ପୁଅ । ଆମେ ତ ଘରେ ଥିଲୁ ପଦାରେ ସେ ଦେଖିଥିଲେ ଆମ ଗାଁରେ ପାଲା ହେଉଥିଲା ରାତି 10ଟାରେ ସେ ଆସି ଆମକୁ କହିଲେ ।

ଆମେ ଶୁଣିକି ଗଲୁ ସେ ସେଇଠି ସଫା ହେଇଗଲାଣି ଏମାନେ ଆମକୁ କିଛି କହିଲେନି । ଆଜି ସକାଳେ ଆମେ ଏ କଥା ଜାଣିଲୁ । କାଲି ଏଠି ଭୋଜି ଖାଇକି ସେ 9 ଟାରେ ଯାଇଥିଲା । ଆମେ ତା ପରେ 10 ଭିତରେ ଏହି ଖବର ଜାଣିଲୁ । ତାର ସ୍ତ୍ରୀ ଆଉ ଦୁଇଟି ଛୁଆ ବି ଅଛନ୍ତି । ତାର ଗୋଟେ ଛୋଟ ଝିଅ ଅଛି ସାଢେ ତିନି ବର୍ଷ ଆଉ ଗୋଟେ ପୁଅ ଅଛି ଦୁଇ ବର୍ଷ ।

ଆମର ଭେଣ୍ଡିଆ ପୁଅ ତ ଚାଲି ଗଲା ଆଉ ସେ ଭାଇ ଭଗାରି କଣ ତାର ପରିବାରକୁ ପୋସିବେ ତେଣୁ ତାକୁ ଯାହା ନ୍ୟାୟ ଦିଆ ହେବ ଆଉ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁକାନ୍ତଙ୍କ ମାଆ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *