ପ୍ରଥମେ ମନ ଭାଙ୍ଗିଗଲା, ପରେ ହାତ ଗୋଡ ଭାଙ୍ଗି ଗୁରୁତର ଅବସ୍ଥାରେ ହସ୍ପିଟାଲ ବେଡ଼ରେ ଅଭିନେତ୍ରୀ Rani Panda

ମନ ଭାଙ୍ଗି ଥିଲା ହାତ ବି ଭାଙ୍ଗି ଗଲା ତୁ ବାସର ରାତିର ଶେଯରେ ମୁଁ ହସ୍ପିଟାଲ ବେଡ । ତୁ ତୋ ସ୍ତ୍ରୀର ବାହୁ ବନ୍ଧନରେ ଆଉ ମୁଁ ବାଣ୍ଡେଜ କପଡାର ଆବଦ୍ଧରେ । ତୁ ଖୁସିରେ ନିଦରେ ଶୋଇଛୁ ଆଉ ମୁଁ ଯନ୍ତ୍ରଣାରେ ଛଟ ପଟ ହେଉଛି । ହଁ ଦର୍ଶକ ବନ୍ଧୁ ଏହା ଆମେ କିଛି କହୁନୁ ଯାହା ସବୁ କହୁଛି ଏ ଫଟୋ ଆଉ ଏ ଭିଡିଓ କହୁଛି । ପ୍ରଥମେ ମନ ଭାଙ୍ଗି ଥିଲା ଆଉ ଏବେ ହାତ ବି ଭାଙ୍ଗି ଗଲା ।

ଯେଉଁ ହାତରେ ତତେ ମୁଁ ଫୁଲ ତୋଡା ଦେଇ ଆସିଥିଲି ସେହି ହାତ ଏବେ ମୋର ଭାଙ୍ଗି ଯାଇଛି । ମୋ ପ୍ରେମିକ ମୋ ଭଲ ପାଇବା ସାହୁର ଆଜି ବାହାଘର ହୋଇଛି । ଯେଉଁ ସ୍ଥାନରେ ଆଜି ମୁଁ ବସି ଥାନ୍ତି ସେହି ସ୍ଥାନରେ ଆଜି ସୋନାଲି ବସିଛି । ଆଉ ମୁଁ ଏମିତି ଏକ ପ୍ରେମିକା ଆଜି ମୁଁ ମୋ ପ୍ରେମିକର ବାହାଘର ଭୋଜି ଖାଇବାକୁ ଆସିଛି । ଆଜି ଠାରୁ ସବୁଦିନ ପାଇଁ ଆମେ ଅଲଗା ହୋଇଗଲେ ।

ଯେଉଁ ପ୍ରେମକୁ ନେଇ ଆମେ ଦିନେ ସ୍ଵପ୍ନ ଦେଖୁଥିଲେ ସେହି ପ୍ରେମ ଆଜି ଭାଙ୍ଗି ରୁଜି ଚୁର ମାର ହୋଇଯାଇଛି । ହଁ ଦର୍ଶକ ବନ୍ଧୁ ଏଇଟା ସତ ନା ମିଛ ତାହା ଆମକୁ ଜଣା ନାହିଁ । କିନ୍ତୁ ଏମିତି କିଛି ଭାବନାକୁ ବୋଧ ହୁଏ ଅଭିନେତ୍ରୀ ରାଣୀ ପଣ୍ଡା ରାଜୁ ଦାସଙ୍କ ବିବାହ ଭୋଜିରେ ଏକ ବିରହ ପ୍ରେମିକାର ଭିଡିଓ କରିଥିଲେ । ଯେଉଁ ଭିଡିଓରେ ସେ ରାଜୁ ଦାସଙ୍କ ରିସେପ୍ସନକୁ ଯାଇ ତାଙ୍କ ଉପରେ ଫୁଲ ତୋଡା ଫୋପାଡି ଦେଇ କାନ୍ଦି କାନ୍ଦି ଆସୁଛନ୍ତି ।

ଆଉ ରାଣୀ ପଣ୍ଡା ଏହି ଭିଡିଓକୁ ତାଙ୍କ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ରିସେପ୍ସନ ପାର୍ଟିରୁ ଆସିବା ବେଳେ ରାଣୀଙ୍କର ଆଠଗଡ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ କାର ଦୁର୍ଘଟଣା ହୋଇଥିଲା । ଆଉ ସେହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ସହ ରାଣୀ ପଣ୍ଡା ଡାକ୍ତର ଖାନାରେ ଏବେ ଚିକିତ୍ସିତ ହେଉଛନ୍ତି ।

ରାଣୀଙ୍କର ହାତ ଭାଙ୍ଗିବା ସହ ଅନେକ ସ୍ଥାନ କ୍ଷତ ହୋଇଛି । ଅନ୍ୟ ପଟେ ଏହି ମାମଲାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *