କୋଭିଡ ରୋଗୀଙ୍କର ଅମ୍ଳଜାନ ସ୍ତର କମୁଛି କାହିଁକି ? ଏହାର କାରଣ କଣ ? Dr. Khirod Kumar Rout

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ କରୋନା ରୋଗୀ ଙ୍କ ଅମ୍ଳଜାନ ସ୍ତର କମୁଛି କଣ ପାଇଁ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

ବର୍ତ୍ତମାନ ଆମ ଦେଶରେ ଅମ୍ଳଜାନ ର ବହୁତ ଅଭାବ ଦେଖା ଦେଉଛି । ତେବେ ଆମେ ପ୍ରାକୃତିକ ଅମ୍ଳଜାନ ର କେବଳ ୩୦ ପ୍ରତିଶତ ରେ ହିଁ ବଞ୍ଚି ଥାଉ କିନ୍ତୁ ଯେତେବେଳେ ଆମ ଫୁସଫୁସ ଅଧିକ ଖରାପ ହୋଇ ଯାଏ ଏବଂ ନିଶ୍ୱାସ ନେବାରେ ବହୁତ ସମସ୍ୟା ଆସେ ସେତେବେଳେ ଆମକୁ ୧୦୦ ପ୍ରତିଶତ ଅମ୍ଳଜାନ ର ଆବଶ୍ୟକ ପଡୁଛି ।

କରୋନା ରୋଗୀ ଙ୍କ ଶରୀର ରେ ଅକ୍ସୀଜେନ ର ମାତ୍ରା କମିବାର କାରଣ ହେଉଛି । ଏହି ଭାଇରସ ପ୍ରଥମେ ଆମ ଗଳା କୁ ପ୍ରଭାବିତ କରୁଛି ଏବଂ ଧୀରେ ଧୀରେ ତାହା ନିଜର ବିସ୍ତାର କରି ଫୁସଫୁସ କୁ ମଧ୍ୟ ପ୍ରଭାବିତ କରୁଛି । ଫୁସଫୁସ କୁ ପ୍ରଭାବ କରିବା ଦ୍ୱାରା ଏବଂ ନଷ୍ଟ କରିବା ଦ୍ୱାରା ଆମର ଅମ୍ଳଜାନ ର ମାତ୍ରା କମିବାରେ ଲାଗୁଛି ଏବଂ ନିଶ୍ୱାସ ନେବାରେ ମଧ୍ୟ ଅନେକ ଅସୁବିଧା ଦେଖା ଦେଉଛି ।

ନିଜ ଶରୀର ରେ ଅକ୍ସୀଜେନ ର ମାତ୍ରା କୁ ବଢ଼ାଇବା ପାଇଁ ପ୍ରଥମେ ଆପଣ ନିଜ ଗଳା କୁ ସଫା କରନ୍ତୁ । କଫ ବାହାର କରନ୍ତୁ । ଏହା ଛଡା ପ୍ରାଣାୟମ ମଧ୍ୟ କରନ୍ତୁ ବ୍ରିଦିଙ୍ଗ ଏକ୍ସସାଇଜ କରନ୍ତୁ ଏବଂ ଅନୁଲୋମ ବିଲୋମ ମଧ୍ୟ କରି ପାରିବେ ଏହା ଦ୍ୱାରା ଆପଣ ଙ୍କ ଫୁସଫୁସ ଭିତରକୁ ଅମ୍ଳଜାନ ର ମାତ୍ରା ବୃଦ୍ଧି ହୋଇଥାଏ ଏବଂ ଆପଣ ଙ୍କୁ ନିଶ୍ୱାସ ନେବା ରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ଏବଂ ସୁରକ୍ଷିତ ହୋଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *