ରାମାୟଣରେ ବିଭୀଷଣ ହୋଇ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ ମୁକେଶ ରାୱଲ, ଗୋଟେ ଦୁର୍ଘଟଣା ନେଯାଇଥିଲା ତାଙ୍କ ଜୀବନ

ଲକଡାଉନ ମଧ୍ୟରେ ଲୋକମାନଙ୍କ ଅନୁରୋଧ କ୍ରମେ ପୁଣିଥରେ ଦୂରଦର୍ଶନରେ ରାମାୟଣର ପ୍ରସାରଣ ହେଉଛି । ଏହା ପରେ ଏହି ଶୋର ସମସ୍ତ ଚରିତ୍ର ଚର୍ଚାର ବିଷୟ ହୋଇ ଯାଇଛନ୍ତି । ୧୯୮୭ରେ ଆସିଥିବା ଏହି ଶୋ ୩୩ ବର୍ଷ ପରେ ବି ଲୋକମାନଙ୍କ ହୃଦୟରେ ରାଜ କରୁଛି । କିନ୍ତୁ ଏହି ଶୋର ସମସ୍ତ କଳାକାର ନିଜର ଅଭିନୟ ଦ୍ଵାରା ସମସ୍ତ ଚରିତ୍ରକୁ ପୂରାପୂରି ଜୀବନ୍ତ କରି ଦେଇଛନ୍ତି । ଏମିତିରେ ଆଜି ଆମେ କଥା ହେବା ବିଭୀଷଣର ଅଭିନୟ କରୁଥିବା ଅଭିନେତା ମୁକେଶ ରାୱଲଙ୍କ ବିଷୟରେ ।

ରାମାୟଣର ସମସ୍ତ ଚରିତ୍ରକୁ ସବୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ସେଥି ମଧ୍ୟରୁ ଗୋଟିଏ ଚରିତ୍ର ହେଉଛି ବିଭୀଷଣ । ରାବଣର ଭାଇ ବିଭୀଷଣଙ୍କୁ ବି ଲୋକମାନେ ଭଲ ପାଉଥିଲେ । ରାମ, ସୀତା, ଭରତ, ଲକ୍ଷ୍ମଣ, ରାବଣ ଓ ହନୁମାନଙ୍କ ଭଳି ମୁକେଶ ରାୱଲ ବି ନିଜର ବିଭୀଷଣର ଚରିତ୍ରକୁ ଏହିଭଳି ନିଭାଇ ଥିଲେ କି ସେ ବି ଲୋକମାନଙ୍କ ହୃଦୟରେ ଘର କରି ନେଇଥିଲେ ।

ରାମାୟଣରେ କାମ କରିବା ପୂର୍ବରୁ ମୁକେଶ ରାୱଲ ରଙ୍ଗମଞ୍ଚ କରୁଥିଲେ । ଯଦି ତାଙ୍କ ଜୀବନୀ ବିଷୟରେ କହିବା ତେବେ ବର୍ଷ ୧୯୫୧ରେ ଜନ୍ମ ଗ୍ରହଣ କରିଥିବା ମୁକେଶ ରାୱଲ ହିନ୍ଦୀ ସହିତ ଗୁଜୁରାଟୀ ଇଣ୍ଡଷ୍ଟ୍ରିରେ ବି କାମ କରିଛନ୍ତି । ଜିଦ୍ଦି, ୟେ ମଝଦାର, ଲହୁ କେ ଦୋ ରଙ୍ଗ, ସତ୍ତା, ଔଜାର ଓ କସକ ଭଳି ଫିଲ୍ମରେ ତାଙ୍କର କାମକୁ ବହୁତ ପସନ୍ଦ କରାଯାଇଥିଲା । ହିନ୍ଦୀ ଫିଲ୍ମ ଛଡା ସେ ଗୁଜୁରାଟୀ ଫିଲ୍ମ ବି କରିଛନ୍ତି । କିନ୍ତୁ ଫିଲ୍ମ ଠାରୁ ଅଧିକ ସେ ଟିଭି ଇଣ୍ଡଷ୍ଟ୍ରିକୁ ଭଲ ପାଉଥିଲେ ।

ସେ ହସରତେଂ, ବୀନ୍ଦ ବନୂଂଗା ଘୋଡ଼ୀ ଚଢ଼ୂଂଗା ଭଳି କେତେକ ଧାରାବାହିକରେ ବି କାମ କରିଛନ୍ତି । ଶେଷଥର ପାଇଁ ସେ ୨୦୧୬ରେ ପ୍ରସାରିତ ହୋଇଥିବା ଗୁଜୁରାତି ସିରିୟଲ ନସ ନସ ମେଂ ଖୁନ୍ସ ରେ ନଜର ଆସିଥିଲେ ।

କିନ୍ତୁ ୧୫ ନଭେମ୍ବର ୨୦୧୬ରେ ଅଚାନକ ଖବର ଆସିଲା କି କୌଣସି ଏକ ଟ୍ରେନ ଦୁର୍ଘଟଣାରେ ମୁକେଶ ରାୱଲଙ୍କ ଜୀବନ ଚାଲି ଯାଇଛି । ମୁମ୍ବାଇ ସ୍ଥିତ କାନ୍ଦିବଲି ରେଲୱେ ଷ୍ଟେସନର ଏକ ଟ୍ରାକରେ ପୋଲିସଙ୍କୁ ତାଙ୍କର ଶବ ମିଳିଥିଲା । କେତେକ ରିପୋର୍ଟରେ କୁହାଗଲା କି ମୁକେଶ ରାୱଲ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏହି ଖବରକୁ ତାଙ୍କର ଘର ଲୋକମାନେ ମିଥ୍ୟା ବୋଲି କହିଥିଲେ । ଦେଶ ଦୁନିଆର ସମସ୍ତ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *