ଭୋଜନ କରିବାର ୧ଘଣ୍ଟା ପୂର୍ବରୁ ଖାଆନ୍ତୁ ଏହି ଜିନିଷ, ମୋଟା ଅଣ୍ଟା ଆପେ ଆପେ ହେଇଯିବ ପତଳା, ଆସନ୍ତୁ ଜାଣିବା କେମିତି

ଆଜିକାଲି ମୋଟା ହେବାର ସମସ୍ୟା ଅଧିକ ଦେଖା ଯାଉଛି । ମୋଟା ହେବା ଦ୍ଵାରା ଆପଣଙ୍କୁ ହାଇ ବ୍ଲଡ଼ ପ୍ରେସର, କୋଲେଷ୍ଟ୍ରଲ, ସୁଗାର ଭଳି ରୋଗ ହୋଇଥାଏ । ମୋଟା ହେବା ଦ୍ଵାରା ପେଟରେ ବହୁତ ପ୍ରକାରର ରୋଗ ହୋଇଥାଏ । କିଛି ଲୋକଙ୍କର ହାତ ପାଦ ଠିକ ଥାଏ କିନ୍ତୁ ପେଟ ବାହାରକୁ ବାହାରି ଆସିଥାଏ ତାହେଲେ ଏହା ଖାଇବା ପିଇବାର ଭୁଲ ଅଭ୍ୟାସରୁ ହୋଇଥାଏ । ଅଣ୍ଟା ଏବଂ ପେଟକୁ ପତଳା ଓ ସୁନ୍ଦର କରିବା ପାଇଁ ଆସନ୍ତୁ ଜାଣିବା କିଛି ଉପାୟ ।

ଯଦି ଆପଣ ମୋଟା ଅଣ୍ଟା ଏବଂ ଶରୀର କୁ ପତଳା କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ବାୟାମ,ଯୋଗ,ଦୌଡିବା ଏବଂ ଜିମ ଯିବା ଆବଶ୍ୟକ । କିନ୍ତୁ ଏହା ଦ୍ଵାରା ଶରୀରର ମୋଟା ଅଂଶ ସମ୍ପୂର୍ଣ ଭାବେ କମି ନଥାଏ । ବାୟାମ ଦ୍ଵାରା ଅଣ୍ଟା ର ମୋଟାପଣ ମାତ୍ର ୨୦ପ୍ରତିଶତ କମିଥିବା ବେଳେ ଆପଣଙ୍କର ଖାଦ୍ୟପେୟ ୮୦ ପ୍ରାତିଶତ କାମ କରିଥାଏ ।

ଆପଣ ନିଜର ଅଣ୍ଟାକୁ ପତଳା କରିବା ପାଇଁ ନିଜ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପ୍ରଥମେ ବାହାରର ତେଲ ମସଲା ଯୁକ୍ତ ଖାଦ୍ୟକୁ ବନ୍ଦ କରି ଘରୋଇ ସିଝା, ଫଳମୂଳ, ସାଲାଡ ଆଦି ଖାଇବା ଆବଶ୍ୟକ । ଗୋଟିଏ ଥର ପେଟ ଭରି ନଖାଇ ଖାଦ୍ୟକୁ ଚାରି ପାଞ୍ଚ ଥରରେ ଖାଆନ୍ତୁ ।

ଖାଇବାର ୧ଘଣ୍ଟା ପୂର୍ବରୁ ଖାଆନ୍ତୁ ଏହି ଜିନିଷ

ଆଜି ଆମେ ଆପଣଙ୍କୁ ନିଜର ମୋଟା ଅଣ୍ଟା କୁ କମାଇବା ପାଇଁ ସବୁଠାରୁ ସହଜ ଏବଂ କାର୍ଯ୍ୟକାରୀ ଉପାୟ କହିବାକୁ ଯାଉଛୁ । ମୁଖ୍ୟତଃ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନର ୧ଘଣ୍ଟା ପୂର୍ବରୁ ସାଲାଡ ଖାଇବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ । ସାଲାଡ ଭିତରେ ସବୁଠାରୁ ଅଧିକ କାକୁଡି, ଗାଜର ଏବଂ ଫୁଲକୋବି ଉପକାରୀ ହୋଇଥାଏ ।

ସାଧାରଣତଃ ଲୋକମାନେ ଖାଇବା ସମୟରେ ସାଲାଡ ଖାଇଥାନ୍ତି କିନ୍ତୁ ଏହାକୁ ଖାଇବାର ୧ଘଣ୍ଟା ପୂର୍ବରୁ ଖାଇବା ଦ୍ଵାରା ପାଚକତନ୍ତ୍ର କ୍ରିୟାଶୀଳ ହୋଇଥାଏ ଏବଂ ଶୀଘ୍ର ଚର୍ବି ଜମା ହୋଇନଥାଏ । ଭାରତର ଅଧିକାଂଶ ଲୋକ ପରିବାକୁ ଭାଜି ଖାଇବା ପାଇଁ ପସନ୍ଦ କରନ୍ତି କିନ୍ତୁ ଏହା ଦ୍ଵାରା ପରିବାର ପୋଷକ ତତ୍ଵ ନଷ୍ଟ ହୋଇ ଯାଇଥାଏ । ଏଥିପାଇଁ ଖାଇବା ପୂର୍ବରୁ କଞ୍ଚା ପରିବା ଖାଇବା ଲାଭକାରୀ ହୋଇଥାଏ । ଆଶାକରୁଛୁ ଏହି ସ୍ୱାସ୍ଥ୍ୟ ଟିପ୍ସ କୁ ଫଲୋ କରି ଆପଣ ନିଜ ଓଜନ କମ କରିପାରିବେ । ପେଜକୁ ଲାଇକ କରିଦିଅନ୍ତୁ ଯାହା ଫଳରେ ଆଗକୁ ଆମେ ଆପଣଙ୍କ ପାଖରେ ଏମିଟି ଦରକାରୀ ଟିପ୍ସ ସବୁ ପହଞ୍ଚାଇ ପାରିବୁ ।

Leave a Reply

Your email address will not be published. Required fields are marked *