ରାଜ୍ୟରେ ବଢିଲା ଚିନ୍ତା, ଚିହ୍ନଟ ହେଲେ ପୁଣି ୧୬ କରୋନା ଆକ୍ରାନ୍ତ

ସାରା ଦେଶରେ ଦିନକୁ ଦିନ କରୋନା ସଙ୍କଟ ବଢୁଥିବା ବେଳେ ଏବେ ରାଜ୍ୟରେ ମଧ୍ୟ ଏହି ଚିନ୍ତା ବଢିବାରେ ଲାଗିଛି । ଆଜି ରାଜ୍ୟରେ ପୁଣି ୧୬ ଟି ନମୁନା ପଜିଟିଭ ଆସିଥିବାର ଟ୍ବିଟ କରି ସୁଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ । ଆଜି ସକାଳେ ଦୁଇଟି ନମୁନା ପଜିଟିଭ ଆସିଥିବା ବେଳେ ଟୋଟାଲ ଆଜି ୧୮ ଟି ନୂଆ ମାମଲା ସାମ୍ନାକୁ ଆସିଛ । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୯ ରେ ପହଞ୍ଚିଛି ।

ଏମିତିରେ ରାଜ୍ୟ ସରକାରଙ୍କ ଚିନ୍ତା ଦ୍ଵିଗୁଣିତ ହୋଇ ଯାଇଛି । ଆଜି ମଧ୍ୟାହ୍ନରେ ମୁଖ୍ୟ ଶାସନ ସଚିବ ରାଜ୍ୟରେ ସାମାଜିକ ସଂକ୍ରମଣ ଆରମ୍ଭ ହୋଇ ନଥିବା କହି ଥିବାବେଳେ ସନ୍ଧ୍ୟାରେ ଆଉ ୧୬ ଟି ନମୁନା ପଜିଟିଭ ଆସିଛି । ତେବେ ସମସ୍ତେ ଭୁବନେଶ୍ଵର ର ବୋଲି ଚିହ୍ନଟ ହୋଇଛି ।

ସେଥିରୁ ୧୫ ଜଣ ବମିଖାଲ ଅଞ୍ଚଳର ଅଟନ୍ତି । ଆଜି ଅପରାହ୍ନରେ ୨ ଟି ପଜିଟିଭ ରିପୋର୍ଟ ଆସିଥିଲା ଯେଉଁଥିରୁ କପିଳ ପ୍ରସାଦର ଜଣେ ୭୦ ବର୍ଷୀୟ ବ୍ୟକ୍ତି ଅଟନ୍ତି ଯିଏ ଅଷ୍ଟ୍ରେଲିଆରୁ ଫେରିଥିଲେ ଓ ଆଉ ଜଣେ ଯୁବକ ବମିଖାଲର ଅଟନ୍ତି । ଏବେ ସମ୍ପୃକ୍ତ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ହାସଲ କରା ଯାଉଛି । ଏଥିପାଇଁ ଭୁବନେଶ୍ବରର ବମିଖାଲ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ସିଲ କରାଯାଇଛି ଓ ଲୋକମାନଙ୍କୁ ଭୟଭୀତ ନ ହୋଇ ଘରେ ରହିବା ପାଇଁ କୁହାଯାଉଛି ।

Leave a Reply

Your email address will not be published. Required fields are marked *