ଲକଡାଉନ ସମୟରେ ଏମିତି ରଖନ୍ତୁ ପିଲା -ବୃଦ୍ଧାଙ୍କର ଧ୍ୟାନ, କାମରେ ଆସିବା ଏହି ଉପାୟ

ଘରେ ଯଦି ବୃଦ୍ଧା ଏବଂ ପିଲାଙ୍କୁ ଏକା ସହିତ ଚବିଶ ଘଣ୍ଟା କାଟିବାକୁ ପଡେ, ତାହେଲେ ସେମାନଙ୍କ ଭିତରେ ତାଳମେଳ ରଖିବାର ଉପାୟ କେତେ ଥର ଘରର ମହିଳା ମାନଙ୍କୁ ହିଁ କରିବାକୁ ପଡିଥାଏ । ଦୁଇ ପିଢୀଙ୍କୁ ଏକା ସହିତ ସମ୍ଭାଳିବା ସଜହ କଥା ନୁହେଁ । ଆପଣ ଏମିତି ସମୟରେ ଏହି ଉପାୟକୁ ଆପଣାଇ ପାରନ୍ତି ।

୧- ପିଲା ଓ ବୃଦ୍ଧାଙ୍କ ଭିତରେ ଭଲ ତାଳମେଳ ରଖିବା ପାଇଁ ଆପଣଙ୍କୁ କିଛି କରିବାକୁ ପଡିବ । ଆପଣ କାହାର ଜଣଙ୍କର ତାରିଫ ନକରି ଦୁଇ ଜଣଙ୍କୁ ଗୋଟିଏ ମଞ୍ଚ ଉପରକୁ ଆଣିବାର କାମ କରନ୍ତୁ ।

୨- ପିଲାମାନେ ଜେଜେବାପା ଜେଜେମା ବା ଅଜା ଆଈ ଙ୍କୁ ଟେକ୍ନୋଲୋଜି ବିଷୟରେ ବୁଝାଇ ପାରିବେ ଏବଂ ବଦଳରେ ସେମାନଙ୍କୁ ଗପ ଶୁଣିବାକୁ ମିଳିବ । ପ୍ରତିଦିନ ଏକ ନୂଆ କାହାଣୀ ପିଲାମାନଙ୍କୁ ଅପେକ୍ଷା କରିଛି ଲାଗିବ ।

୩- ପ୍ରତିଦିନ ସନ୍ଧ୍ୟାରେ ଏହି ଦୁଇ ପିଢୀ ଏକା ସହିତ ବସି ଲୁଡୁ, କ୍ୟାରମ ଖେଳି ପାରନ୍ତି । ଏହା ଦ୍ଵାରା ସେମାନଙ୍କୁ ମଜା ଆସିବ, ବୃଦ୍ଧାଙ୍କୁ ଏକା ରହିବା ଭଳି ଅନୁଭବ ହେବ ନାହିଁ ଓ ପିଲାଙ୍କୁ ମଧ୍ୟ ବିରକ୍ତ ବି ଲାଗିବ ନାହିଁ ।

୪- ଘରର ବୃଦ୍ଧାଙ୍କୁ ଠିକ ସମୟରେ ଖାଇବାକୁ ବା ଔଷଧ ଦେବା ଭଳି ଛୋଟ ଛୋଟ କାମ ପିଲାମାନଙ୍କୁ ବା ଛୋଟ ସଦସ୍ୟ ମାନଙ୍କୁ କରିବା ପାଇଁ ଦିଅନ୍ତୁ ।ଏହା ଦ୍ଵାରା ବଡ ମାନଙ୍କୁ ଟିକେ ଆରାମ ମିଳିଯିବ ଓ ପିଲାଙ୍କୁ କିଛି କାମ । ଏହା ଦ୍ଵାରା ତାଙ୍କ ଭିତରେ ଦାୟିତ୍ଵର ଭାବ ବି ଦେଖାଦେବ ।

୫- ଗୋଟିଏ ଆକ୍ଟିଭିଟି ବି ଦୁଇ ପିଧିଙ୍କ ମଧ୍ୟରେ ଜମେଇ କି କରାଯାଇ ପାରେ । ଯେମିତି କି କୌଣସି ବିଷୟ ନିଅନ୍ତୁ ଏବଂ ସେଥିରେ ଦୁଇ ପିଢୀଙ୍କର ରାୟ ନିଅନ୍ତୁ । ଏହି ସମୟରେ ଏହି ମହାମାରୀ ବିଷୟରେ ସେହି ଦୁଇଜଣଙ୍କ ଭିତରେ କେତେ ସୂଚନା ଅଛି ଜଣ ଜଣଙ୍କ ଠାରୁ ଜାଣି ନିଅନ୍ତୁ ।

Leave a Reply

Your email address will not be published. Required fields are marked *