Big Breaking: ରାଜ୍ୟ ସରକାରଙ୍କ ବଡ ଘୋଷଣା ! ଏହି ତାରିଖରୁ ବନ୍ଦ ହେବ ସମସ୍ତ College ଓ University

ବନ୍ଧୁଗଣ ବର୍ତ୍ତମାନ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ଦେଶରେ ଧୀରେ ଧୀରେ ବଢିବାରେ ଲାଗିଛି । ଦେଶର ସମସ୍ତ ରାଜ୍ୟରେ ଓମିକ୍ରନ ରୋଗୀ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ସାରା ଦେଶରେ ଓମିକ୍ରନ ଚିନ୍ତାର ବିଷୟ ପାଲଟିଛି । ତେବେ କରୋନା ମହାମାରୀ ପାଇଁ ଦୀର୍ଘ ଦେଢ ବର୍ଷ ହେବ ଦେଶରେ ଲକଡାଉନ କରଯାଇଥିଲା ଯାହାଫଳରେ ଲୋକମାନେ ନିଜ ଜୀବନ ଓ ଜୀବିକା ହରାଇ ବସିଥିଲେ ।

ଗତ କିଛି ମାସ ହେବ କରୋନା ମହାମାରୀର ଦ୍ଵିତୀୟ ଲହର ଯିବା ପରେ ସ୍ଥିତି ସୁଧୁରିବାରେ ଲାଗିଥିଲା ହେଲେ ବନ୍ଧୁଗଣ ବର୍ତ୍ତମାନ ଓମିକ୍ରନ ପାଇଁ ରାଜ୍ୟରେ ପୁଣି ନାଇଟ କର୍ଫ୍ଯୁ ଭଳି କଟକଣା କରାଯାଇଛି । ଆପଣ ମାନେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ଆଜି ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ବଳବତ୍ତ ରହିବ । ସରକାର ଏହା ମଧ୍ୟ କହିଛନ୍ତି ଯେ, ଯଦି ସ୍ଥିତି ଗୁରୁତ୍ଵର ହୁଏ ତା ହେଲେ ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ରଖାଯିବ ।

ଏମିତିରେ ଦୀର୍ଘ ଦେଢ ବର୍ଷ ଧରି ସ୍କୁଲ ଓ କଲେଜ ବନ୍ଦ ଥିଲା ହେଲେ ଗତ କିଛି ଦିନ ହେବ ସ୍କୁଲ କଲେଜ ଧୀରେ ଧୀରେ ଫିଟିବାରେ ଲାଗିଥିଲା । ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ କଲେଜ ଓ ୟୁନିଭର୍ସିଟି ବନ୍ଦ ହେବାକୁ ଯାଉଛି । କରୋନା ସଂକ୍ରମଣ ବଢୁ ଥିବାର ଏହି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଥିବା ସମସ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ ହେବାକୁ ଯାଉଛି । ମେଡିକାଲ କଲେଜ ଓ ନର୍ସିଙ୍ଗ କଲେଜ ବ୍ଯତୀତ ସବୁ କଲେଜ ବନ୍ଦ ରହିବ ।


କଲେଜ ବନ୍ଦ ନେଇ ଏସଆରସିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରଥମେ ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ କୁହାଯାଇଥିଲା ଏବେ ପୁଣି ଥରେ କଲେଜ ଓ ୟୁନିଭର୍ସିଟି ବନ୍ଦ ହେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *