Rajveer ଙ୍କୁ ହେଇଛି କେଉଁ ରୋଗ ଆଉ କଣ ରହିଛି ତା ଚିକତ୍ସା, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ତାଙ୍କ ଡାକ୍ତର, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସାରା ଓଡିଶାରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ଏହି ଖବରଟି ହେଉଛି ରାଜବୀର ରାଣା । ବନ୍ଧୁଗଣ ଆପଣ ମାନେ କେବଳ ଏହି ନାଁଟି ଶୁଣିବା ପରେ ଏହି ଖବର ବିଷୟରେ ଜାଣି ପାରିଥିବେ । ଦୀର୍ଘ ମାସ ଧରି ଏହି ଖବରଟି ସୋସିଆଲ ମିଡିଆରେ ଘୁରି ବୁଲୁଛି । କୁନି ପୁଅ ରାଜବୀରଙ୍କୁ ଏକ ବିରଳ ରୋଗ ହୋଇଛି ଓ ଏହି ରୋଗର ଚିକିତ୍ସା ପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି ।

ତେବେ ବାପା ମା ଅସମର୍ଥ ଥିବାରୁ ପ୍ରଥମେ ଓଡିଶା ମୁଖ୍ୟମନ୍ତ୍ରୀ ଓ ପରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଖକୁ ସହାୟତା ମାଗିବାକୁ ଯାଇଥିଲେ । ଏହା ପରେ ବାପା ମା ନିଜ ପୁଅର ଚିକିତ୍ସା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ଆର୍ଥିକ ସହାୟତା ମାଗିଥିଲେ ।

ବନ୍ଧୁଗଣ ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ଦରକାର ତେବେ ଆପଣ ମାନଙ୍କ ମନରେ ଏକ ପ୍ରଶ୍ନ ତ ନିଶ୍ଚୟ ଆସୁଥିବ ଯେ, ଏମିତି କେଉଁ ରୋଗ ରାଜବୀରଙ୍କୁ ହୋଇଛି ଯାହାର ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ଦରକାର । ତେବେ ବନ୍ଧୁଗଣ ଏବେ ଏହି ପ୍ରଶ୍ନର ଉତ୍ତର ଆମ ସମସ୍ତଙ୍କୁ ମିଳିଯାଇଛି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆଗକୁ ସେ କହିଛନ୍ତି-‘ରାଜବୀରଙ୍କ ଡାକ୍ତର ଗଣମାଧ୍ୟମ ସାମ୍ନାକୁ ଆସି ରୋଗ ବିଷୟରେ କହିଛନ୍ତି । ସେ କହିଛନ୍ତି-‘ମୁ ରାଜବୀରର ଡାକ୍ତର । ରାଜବୀରର ବୟସ ହେଉଛି ୧ ବର୍ଷ ଓ ୭ ମାସ । ରାଜବୀରକୁ ଏକ ଜେନେଟିକ ରୋଗ ତଥା ଅନୁବଂଶିକ ରୋଗ ହୋଇଛି । ରାଜବୀରଙ୍କୁ ଯେଉଁ ରୋଗ ହୋଇଛି ତାର ନାମ ହେଉଛି spinal muscular atrophy । ଏହି ରୋଗରେ ଛୁଆ ମାନେ ବହୁତ ଦୁର୍ବଳ ହୋଇଯାନ୍ତି’ ।

ଆଗକୁ ସେ କହିଛନ୍ତି-‘ରାଜବୀର ନିଜ ମୁଣ୍ଡକୁ ଉଠେଇ ପାରୁ ନାହିଁ । ଏମିତିରେ ଆଗକୁ ଯାଇ ସେ ଆହୁରି ଦୁର୍ବଳ ହୋଇଯିବେ ଯାହାଫଳରେ ତାଙ୍କୁ ଅନ୍ୟାନ୍ୟ ମାରାତ୍ମକ ରୋଗ ହେବାର ଅଧିକ ସମ୍ଭାବନା ରହିଛି । ଯଦି ତାଙ୍କ ଚିକିତ୍ସା କରା ନଯାଏ ତା ହେଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି । ଦୀର୍ଘ କିଛି ବର୍ଷ ପୂର୍ବେ ଏହି ରୋଗର କୌଣସି ଚିକିତ୍ସା ନଥିଲା ହେଲେ ଏବେ ଅଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *