ରିଆଲିଟି ସୋ ‘ଦାଦାଗିରି’ ମଞ୍ଚରେ Anubhav ଙ୍କ ସହ Jhili କଲେ ଧମାକେଦାର ଡ୍ୟାନ୍ସ, ଯାହା ଏବେ ହେଉଛି ଭାଇରାଲ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଡିଶାର ମେଗା ରିଅଲିଟି ସୋ’ ‘ଦାଦାଗିରି’ରେ ଦେଖିବାକୁ ମିଳିବ ଦାଦାଙ୍କ ‘ଦାଦାଗିରି’ । ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଓଡିଶାର ରିଅଲିଟି ସୋ ଦାଦାଗିରିରେ ଦେଖିବାକୁ ମିଳିବ । ଜୀ ସାର୍ଥକ ଓଡ଼ିଆରେ ପ୍ରସାରିତ ସବୁଠାରୁ ବ୍ୟୟ ବହୁଳ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି”କୁ ଆସୁଛନ୍ତି ଗାଙ୍ଗୁଲି । ବଙ୍ଗଳାରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି”ର ମଧ୍ୟ ଏବେ ପରିଚାଳକ ଅଛନ୍ତି ସୌରଭ ଗାଙ୍ଗୁଲି ।

ବିଗତ ୯ବର୍ଷ ଧରି ବଙ୍ଗଳା “ଦାଦାଗିରି” ଧାରାବାହିକକୁ ସଂଚାଳନା କରି ଆସୁଛନ୍ତି ଦାଦା । ଏଥର ଓଡ଼ିଶାର ଜୀ ସାର୍ଥକ ଚ୍ୟାନେଲ ରେ ଚାଲୁଥିବା ଧାରାବାହିକ “ଦାଦାଗିରି” ର ସ୍ବତନ୍ତ୍ର ଅଧ୍ୟାୟରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି । “ଦାଦାଗିରି” ର ଏହି ସପ୍ତମ ଅଧ୍ୟାୟ ଆସନ୍ତା ଫେବୃଆରୀ ୫ ତାରିଖ ଶନିବାର ରାତି ୯ଟାରେ ପ୍ରସାରିତ ହୋଇ ସାରିଛି ।

ତେବେ ଓଡ଼ିଆ ଟେଲି ଦର୍ଶକଙ୍କୁ ଆମୋଦିତ କରିବେ କ୍ରିକେଟର ସୌରଭ ଗାଙ୍ଗୁଲି । ଏବେ ଓଡ଼ିଶାରେ ଜୀସାର୍ଥକ ଚ୍ୟାନେଲ୍‌ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ଦେଖିବା ପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି । ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀସାର୍ଥକ । କିଛିଦିନ ତଳେ ଦର୍ଶକ ଜୀ ସାର୍ଥକ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଲୋକପ୍ରିୟ ଧାରାବାହିକ “ଝିଲି” ର କଳାକାର ମାନେ ଏହି ଶୋ କୁ ଆସିଥିଲେ ।

ତେବେ ଏହି ଶୋ ରେ ସେମାନେ ଆସି ଖୁବ ନାଚିଥିଲେ ଖେଳି ଥିଲେ ଏବଂ ଖୁବ ମସ୍ତି ମଧ୍ୟ କରିଥିଲେ । ତେବେ ଝିଲି ର ମୁଖ୍ୟ ଅଭିନେତ୍ରୀ ନିକିତା ମିଶ୍ର ଅନୁଭବ ଙ୍କ ସହ ଏକାଠି ନାଚିଥିଲେ ମଧ୍ୟ । ତେବେ ନିକିତା ଏହି ଶୋ ର ବିଜେତା ମଧ୍ୟ ହୋଇଥିଲେ । ତେବେ ନିକିତା ଜଣେ ଶିଶୁ କଳାକାର ଭାବରେ ଲୋକପ୍ରିୟ ଥିବା ବେଳେ ୨୦୨୦ ମସିହାରୁ ସିଂହଦ୍ଵାର ଧାରାବାହିକ ରୁ ଆରମ୍ଭ କରିଥିଲେ ।

ତେବେ ଏହା ପରେ ସେ ଅନେକ ସାରା ଆଲବମ ଓ ଫିଲ୍ମ ରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅଭିନୟ ଓ ଏକ୍ସପ୍ରେସନ ଦର୍ଶକ ମାନଙ୍କ ମନ ମୋହୀ ନେଇଛି । ଝିଲି ସିରିଏଲରେ ଗୋଟିଏ ଏପିଶୋଡରେ ଅଭିନୟ କରିବା ପାଇଁ ନିକିତା ମିଶ୍ର ପ୍ରାୟ ୨୦ ହଜାର ଟଙ୍କା ନେଉଛନ୍ତି ।


ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ଟିଭି ଇଣ୍ଡଷ୍ଟ୍ରି ରେ ମଧ୍ୟ ନିକିତା ମିଶ୍ର ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ସେ ତାଙ୍କ ପୁରା ପରିବାର ସହ ବହୁତ ମଜାମସ୍ତି କରିବା ସହ ନିଜର ଅଧିକ ସମୟ ପରିବାର ଲୋକଙ୍କ ସହ ବିତାଇବାକୁ ପସନ୍ଦ କରନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *