‘ମୁଁ ଥରେ ଶୁଣେ, ସବୁ ଗୀତ କାନରେ ରେ ରେକର୍ଡିଙ୍ଗ କରେ…’ ନିଜର ଏକ ଇଣ୍ଟରଭ୍ୟୁରେ ଦେଖନ୍ତୁ କଣ କହିଲେ Viral Boy Santanu, ହସି ହସି ଗଡିଯିବେ…

ନମସ୍କାର ବନ୍ଧୁଗଣ ତେବେ ବେଳେବେଳେ ଆମ ସୋସିଆଲ ମିଡ଼ିଆ ରେ ଏମିତି କିଛି ଦେଖିବାକୁ ମିଳେ ଯାହା ବହୁତ ମନଲୋଭା ଦୃଶ୍ୟ ହୋଇ ଥାଏ ଏବଂ ତାହାକୁ ଦେଖିଲେ ମଧ୍ୟ ଆତ୍ମା କୁ ତୁପ୍ତି ମିଳି ଥାଏ । ଖାସ କରି ଛୋଟ ଛୋଟ ଛୁଆ ମାନଙ୍କର କିଛି ଭିଡିଓ ଦେଖିଲେ ବହୁତ ସୁନ୍ଦର ଲାଗି ଥାଏ କାରଣ ସେମାନେ ସେତିକି ଚତୁର ହେବା ସହିତ ଚୁଲବୁଲି ମଧ୍ୟ ହୋଇ ଥାଆନ୍ତି । କାରଣ ସେମାନେ ଯେପରି ବି ନାଚ ଗୀତ କରି ଥାଆନ୍ତୁ କିନ୍ତୁ ତାଙ୍କର କୁନି କୁନି ପାଦ କୁନି କୁନି ହାତ ରେ ତାଙ୍କର ଏପରି ଚୁଲବୁଲି କଥାରେ ଯିଏ ବି ତାହାକୁ ଦେଖିବ ସିଏ ପସନ୍ଦ କରିବ ।


କୁନି କୁନି ପିଲା ଙ୍କର ଏଭଳି ଭିଡ଼ିଓ ଦେଖି ମୁହଁ ରେ ମଧ୍ୟ ଟିକେ ହସ ଆସି ଥାଏ କାରଣ ଭିଡ଼ିଓ ଟି ସେତିକି ମଜାଦାର ହୋଇ ଥାଏ । ତେବେ ବର୍ତ୍ତମାନ ଏହି କୁନି କୁନି ପିଲାଙ୍କ ପ୍ରତିଭା କୁ ପ୍ରଦର୍ଶନ କରିବା ପାଇଁ ସିଦ୍ଧାର୍ଥ ଟିଭି ଏକ ସୁନ୍ଦର ଶୋ ଆଣିଛି ଯାହାର ନାମ ଓଡ଼ିଶା ର ନୂଆ ସ୍ୱର ଜୁନିଅର । ତେବେ ଏହି ସୋ ଟି ଓଡ଼ିଶାର କୋଣ ଅନୁକୋଣରେ ଥିବା କୁନି ତାରକା ମାନଙ୍କୁ ନିଜ ସଂଗୀତ ର ଜଲବା ଦେଖାଇବା ପାଇଁ ଏକ ସୁଯୋଗ ଦେଇଛି ।

ତେବେ ଏହି ରିଆଲିଟି ମ୍ୟୁଜିକ ସୋ ରେ ଜଜ ଅଛନ୍ତି ବରିଷ୍ଠ କଣ୍ଠଶିଳ୍ପୀ ବିକାଶ ଦାସ , ପ୍ରଜ୍ଞା ଏବଂ ଅର୍ପିତା । ତେବେ ଏହି ସୋ ରେ ଶାନ୍ତନୁ କୁମାର ମହାନ୍ତି ନାମକ ଜଣେ ୭ ବର୍ଷ ର କୁନି ଗାୟକ ଜଣଙ୍କ ଏହି ତିନି ଜଜ ଙ୍କର ହୋସ ଉଡେଇ ଦେଇଛନ୍ତି । ସେ ତାଙ୍କର ସୁମଧୁର ସ୍ୱର ଦ୍ୱାରା ତିନି ଜଣ ଜଜ ଙ୍କ ସହ ସାରା ଓଡ଼ିଶା କୁ ଆକୃଷ୍ଟ କରିଛନ୍ତି । ତେବେ ସୁନ୍ଦର ଗୀତ ସହ ତାଙ୍କର ମଜା ମସ୍ତି ଜଜ ଅର୍ପିତା ଏବଂ ପ୍ରଜ୍ଞା ଙ୍କୁ ଷ୍ଟେଜ ଉପରକୁ ଆସିବାକୁ ବାଧ୍ୟ କରିଥିଲା ।

ତେବେ ଶାନ୍ତନୁ ନିଜ ମା ଙ୍କ ସହ “ଓଡ଼ିଶାର ନୁଆ ସ୍ୱର ଜୁନିୟର” ରେ ଅଡିସନ ଦେବାକୁ ଆସିଥିଲେ , ଆଉ ଓଡିସନ ରେ ସେ ” ଭିଜେଇ ଦେଇ ଜା ଥରେ ପ୍ରିୟା ତ ପ୍ରେମ ବର୍ଷା ରେ” ଗୀତ ଟି ଗାଇଥିଲେ । ତେବେ ତାଙ୍କର ଗୀତ ଏତେ ସୁନ୍ଦର ଓ ମନଛୁଆଁ ଥିଲା କି ତାହାକୁ ଶୁଣି ଜଜ ଙ୍କ ସହ ସାରା ଓଡ଼ିଶା ବାସୀ ଙ୍କୁ ପାଗଳ କରିଦେଇଛି । ତେବେ ତା ସହ ସେ ଷ୍ଟେଜ ରେ ବହୁତ ମଜା ମସ୍ତି ମଧ୍ୟ କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି ।


ତେବେ ଭାଇରାଲ ହେବା ପରେ ଶାନ୍ତନୁ ଅନେକ ଇଣ୍ଟରଭିୟୁ ମଧ୍ୟ ଦେଇଛନ୍ତି । ତେବେ ସେ ନିଜ ଇଣ୍ଟରଭିୟୁ ରେ କହିଛନ୍ତି କି ସେ ଏହି ଚାରି ମାସ ହେବ ଗୀତ ଶିଖୁଛନ୍ତି ଏବଂ ତାଙ୍କୁ ନୃତ୍ୟ କରିବା ଏବଂ ଅଭିନୟ କରିବା ମଧ୍ୟ ତାଙ୍କୁ ବହୁତ ଭଲ ଲାଗେ । ତେବେ ସେ ସାର୍ଥକ ର ଡ୍ରାମେଵାଜ ରେ ମଧ୍ୟ ଯାଇଥିଲେ । ତେବେ ସେ ଏହା ମଧ୍ୟ କହିଛନ୍ତି କି ସେ ସବୁ ବିଷୟ କୁ ପସନ୍ଦ କରନ୍ତି ଏବଂ ମନ ଧ୍ୟାନ ଦେଇ ପାଠ ପଢ଼ନ୍ତି ଏବଂ ସେ ଏକ ଦମ ସାଧା ପିଲା ନନଭେଜ ନୁହେଁ । ଅର୍ଥ ସେ ବହୁତ ଭଲ ପିଲା ଦୁଷ୍ଟ ନୁହେଁ ।

ତେବେ ସେ କହିଥିଲେ କି ସେ ଅରିଜିତ ସିଂହ କୁ ନିଜର ପ୍ରେରଣା ରୂପେ ଗ୍ରହଣ କରିଛନ୍ତି । ତେବେ ତାଙ୍କୁ ସବୁ ପ୍ରକାର ର ଗୀତ ଗାଇବାକୁ ପସନ୍ଦ କରନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଭଲ ଭଲ ଗୀତ ଗାଇବା ତାଙ୍କର ସ୍ୱପ୍ନ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *