ଧୀରେ ଧୀରେ ସରିଆସୁଛି ସମୟ, ରାଜବୀରଙ୍କ ସହାୟତା ପାଇଁ ଆଗେଇ ଆସିଛି ଗଞ୍ଜାମ, ଦୟାକରି ଆପଣ ବି ବଢାନ୍ତୁ ସହାୟତାର ହାତ !

ନମସ୍କାର ବନ୍ଧୁଗଣ ତେବେ ପୁଅକୁ ଭଲ କରିବାକୁ ଦରକାର ୧୬ କୋଟି । ନବୀନ ନିବାସରେ ବସିବା ପରେ ହସ୍ପିଟାଲକୁ ପଠା ଯାଇଥିଲା । ହେଲେ ଏସସିବିରେ ବି ନାହିଁ ଏହାର ଚିକିତ୍ସା ବ୍ୟବସ୍ଥା । ପୁଅର ଚିକିତ୍ସା ଏଠାରେ ସମ୍ଭବ ନୁହେଁ କହି ଫେରାଇ ଦେଲେ ଏସସିବି କର୍ତ୍ତୃପକ୍ଷ । ପାଖରେ ଟଙ୍କା ନାହିଁ । ସମୟ ବି ନାହିଁ ।  ଶେଷ ରେ ସେ ମାଆ ରାଜବୀର କୁ କହି କହି ନିଜେ ମଧ୍ୟ ହାତ ଯୋଡି ସାହାଯ୍ୟ ମାଗୁଛନ୍ତି ।

ତେବେ ସୂଚନାଯୋଗ୍ୟ ଯେ ୧୯ ମାସର ରାଜବୀର ରଣା ବିରଳ ଜେନେଟିକ ରୋଗରେ ପୀଡ଼ିତ । ଚିକିତ୍ସା ପାଇଁ ଆବଶ୍ୟକ ୧୬ କୋଟି । କୁଳମଣି ଜଣେ ଫୁଡ ଡେଲିଭରି ବୟ ଭାବେ କାମ କରୁଥିବା ବେଳେ ଏବେ କାମଦାମ ଛାଡ଼ି ପୁଅ ପାଇଁ ଏ ମେଡିକାଲରୁ ସେ ମେଡିକାଲ ଧାଉଁଛନ୍ତି । ତେଣୁ ୧୬ କୋଟି ଯୋଗାଡ଼ କରିବା  ତାଙ୍କ ପକ୍ଷେ ଅସମ୍ଭବ ଥିବା ବେଳେ ରାଜ୍ୟ ସରକାର ବି ଶୁଣୁ ନାହାନ୍ତି ଗୁହାରୀ ।

ଏନେଇ ରାଜବୀରର ମା’ ତମଲିକା କହିଛନ୍ତି ମୋ ପୁଅକୁ ବିରଳ ଜେନେଟିକ ରୋଗ ହୋଇଛି । ଆମେ ବହୁତ ଗରୀବ । ରାଜ୍ୟ ସରକାର ତଥା ସାଢେ ୪ କୋଟି ଓଡ଼ିଶାବାସୀ କିଛି କିଛି ସାହାଯ୍ୟ କଲେ ମୋ ପୁଅ ବଞ୍ଚିପାରିବ । ଏନେଇ ସ୍ୱେଚ୍ଛାସେବୀ ଦେବବ୍ରତ ଷଡ଼ଙ୍ଗୀ କହିଛନ୍ତି କ୍ୟାପିଟାଲ ଏସସିବିରେ ଏହାର ଚିକିତ୍ସା ସୁବିଧା ନାହିଁ । ଯେଉଁଠାରେ ଚିକିତ୍ସା ହୋଇପାରିବ ସେଠାକୁ ରେଫର କରିବା କଥା । ହେଲେ ଏଠାରେ ଚିକିତ୍ସାର ସୁବିଧା ନାହିଁ ।

ତେଣୁ ରାଜ୍ୟ ସରକାର କିଛି ବ୍ୟବସ୍ଥା କରିବା ଉଚିତ । ତେବେ କିଛି ମାସ ପୂର୍ବେ ପୁଅର ଦେହ ଖରାପ ହେବାରୁ ଡାକ୍ତରଙ୍କ ପାଖକୁ ନେଇଥିଲେ କୁଳମଣି ଓ ତମଲିକା । ସେଠାରେ ଯାହା ଶୁଣିଲେ ପାଦ ତଳୁ ମାଟି ଖସିଗଲା । ପୁଅ ଦୁରାରୋଗ୍ୟ ଏସଏମଏ ରେ ଆକ୍ରାନ୍ତ ହୋଇଥିବା ଡାକ୍ତର କହିବା ପରେ ସତେ ଯେପରି କୁଳମଣି ଓ ତମଲିକାଙ୍କ ସଂସାରରେ କଳା ବାଦଲ ଘୋଟି ଯାଇଛି । ଏଠାରେ ତାର ଦେହ ଦିନକୁ ଦିନ ଅଧିକ ଅସୁସ୍ଥ ହେବାରୁ ଶିଶୁକୁ ନେଇଁ ବାଙ୍ଗାଲୋର ଯାଇଥିଲେ ।


ରାଜବୀର ରଣା ସ୍ପାଇନାଲ୍ ମସ୍କୁଲାର୍ ଆଟ୍ରୋଫି ରୋଗରେ ପୀଡ଼ିତ  ହୋଇଥିବା ବେଳେ ତାର ଚିକିତ୍ସା ପାଇଁ ଜୋଲେସୀମା ନାମକ ଏକ ଇଞ୍ଜେକ୍ସନର ଆବଶ୍ୟକତା ରହିଛି । ଯାହାର ମୂଲ୍ୟ ୧୬ କୋଟି ଟଙ୍କା । ଏପରି ଶୁଣିବା  ପରେ ଓଡ଼ିଶା ଫେରି ଆସିଛନ୍ତି ଏହି ଦମ୍ପତ୍ତି । ଏହା ଭାରତରେ ଉପଲବ୍ଧ ନ ଥିବା ବେଳେ ଏହାକୁ ବିଦେଶରୁ ଆଣିବାକୁ ପଡ଼ିବ ।  ନଚେତ କେଉଁ ମୁହୂର୍ତ୍ତରେ କିଛି ବି ଘଟିପାରେ ବୋଲି ଶୁଣାଇ ଦେଇଛନ୍ତି ଡାକ୍ତର ।

ତେବେ ଏତେ ଟଙ୍କା ଯୋଗାଡ଼ କରିବା କୁଳମଣି ଓ  ତମଲିକାଙ୍କ ପାଇଁ  ଏକ ପ୍ରକାର ଅସମ୍ଭବ ଥିବାରୁ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି । ପୁଅର କଷ୍ଟକୁ ସହି ନ ପାରି ସେମାନଙ୍କ ଆଖିରୁ ଲୁହ ଶୁଖୁନି ।    ଧୈର୍ଯ୍ୟ ନ ହରାଇ ନିଜକୁ ସମ୍ଭାଳି ଶେଷ ପର୍ଯ୍ୟନ୍ତ ପୁଅକୁ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିବେ ବୋଲି ପଣ କରିଛନ୍ତି ଏହି ବେସହାରା ବାପାମା’ ।

ତେବେ ସେଥିପାଇଁ ରାଜବୀର ର ବାପା ମାଆ ସମଗ୍ର ଓଡିଶା ବାସୀ ଙ୍କୁ ନିବେଦନ କରିଛନ୍ତି କି ସମସ୍ତେ କିଛି କିଛି ଟଙ୍କା ଦାନ କଲେ ୧୦ ଟଙ୍କା ୫ ଟଙ୍କା ବି ଦାନ କଲେ ହୁଏତ ତାଙ୍କ ପୁଅ ର ଜୀଵନ ବଂଚି ପାରିବ । ତେବେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏଵଂ ଆର୍ଯ୍ୟ ପଲ୍ଲୀ ର ଯୁବ ସମାଜ ତେବେ ସେମାନେ ଏକ ମାସ ଭିତରେ ସାହି ପଡିଶା ପାଖରୁ ଟଙ୍କା ଆଦାୟ କରୁଥିଲେ ତେବେ ମୋଟ ଏକ ଲକ୍ଷ ଟଙ୍କା ହୋଇଥିଲା ଯାହାକୁ ସେମାନେ ରାଜବୀର ର ବାପା ମାଆ ଙ୍କୁ ଦେଇଥିଲେ । ତେବେ ଇଂଜେକସନ ପାଇଁ ଦରକାର ୧୬ କୋଟି ଟଙ୍କା ଆହୁରି ପଇସା ଦରକାର ନହେଲେ ଶିଶୁ ଟି ବଞ୍ଚିବା ଅସମ୍ଭବ ହେବ ।

ତେବେ ରାଜବୀର ଙ୍କୁ ସାହାର୍ୟ୍ଯ କରିବା ପାଇଁ ଠିକଣା ହେଉଛି କୁଳମଣି ରଣା । ଆକାଉଣ୍ଟ ନମ୍ବର ୬୨୫୦୦୨୦୧୦୦୧୧୬୦୦

ଆଇଏଫଏସଇ କୋଡ଼ ହେଉଛି UBIN562505

ଫୋନ ପେ ବା ଗୁଗୁଲ ପେ ପାଇଁ 6360371595 ।

ତେବେ ଆମେ ପାର୍ଥନା କରୁଛୁ କି ଭଗବାନ ଏହି କୁନି ଜୀଵନ କୁ ବଞ୍ଚେଇ ଦିଅନ୍ତୁ । ତେବେ ଏହି ଖବର ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ଓ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଯେପରି ଏହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ।

Leave a Reply

Your email address will not be published. Required fields are marked *