ଦେଖନ୍ତୁ ବିବାହ ପରେ ଶାଶୂଘରେ କେମିତି ଅଛନ୍ତି ହିରୋଇନ Sunanda, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେମିତିକି ଆପଣ ମାନେ ଜାଣିଛନ୍ତି ଯେ, ଦର୍ଶକ ଙ୍କୁ ନିଜ କମେଡି ଦ୍ବାରା ହସାଇ ହସାଇ ବେଦମ କରୁଥିବା ପ୍ରଜ୍ଞା ଖଟୁଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ ମଙ୍ଗଳବାର ଦିନ ଅଭିନେତ୍ରୀ ସୁନନ୍ଦାଙ୍କୁ ଜୀବନସାଥୀ କରିଛନ୍ତି ପ୍ରଜ୍ଞା । ତେବେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡିଆରେ ବର ବେଶରେ ପ୍ରଜ୍ଞା ପହଞ୍ଚିଥିଲେ । ସେଠାରେ ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିଛି ଦିନ ତଳେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା ।

କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞା ଭଦ୍ରକ ଧୁଷୁରୀ ଅଞ୍ଚଳର ବଳରାମ ପରିଡାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିଛନ୍ତି । କୋଭିଡ କଟକଣା ପାଇଁ ଏହି ହାଇପ୍ରୋଫାଇଲ ବିବାହକୁ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ କରାଯାଇଥିଲା । ତେବେ କରୋନା କଟକଣାରେ ଏହି ବିବାହ ଉତ୍ସବରେ ଅଭିନେତା ଶଙ୍କରଙ୍କ ସମେତ ସୀମିତ ଶୁଭେଚ୍ଛୁ ଓ ଗ୍ରାମବାସୀ ସାମିଲ ହୋଇଥିଲେ ।

ତେବେ ପ୍ରଜ୍ଞା ଓ ସୁନନ୍ଦା ଙ୍କ ବିବାହ ପରେ ତାଙ୍କ ଫାନ୍ସ ମାନେ ଏହା ପ୍ରଶ୍ନ କରିଛନ୍ତି ଯେ, ବିବାହ ପରେ ବର୍ତ୍ତମାନ ସୁନନ୍ଦା ନିଜ ଶାଶୂଘରେ କେମିତି ଅଛନ୍ତି? ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଅଭିନେତ୍ରୀ ସୁନନ୍ଦା ଶାଶୂଘର କୁ ଯାଇ ବେଶ ଖୁସି ଥିବାର ନଜର ଆସୁଛନ୍ତି । ସେ କିଛି ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ଅପଲୋଡ଼ କରିଛନ୍ତି ।

ନିଜ ଫାନ୍ସ ମାନଙ୍କୁ ଏହା ଜଣାଇବା ପାଇଁ ଯେ, ସେ ନିଜ ଶାଶୂଘରେ ବହୁତ ଖୁସି ଅଛନ୍ତି ବୋଲି । ସେ ନିଜ ଶାଶୂଘର ସଦସ୍ୟ ଙ୍କ ସହିତ ମଧ୍ୟ ଫଟୋ ପୋଷ୍ଟ କରୁଛନ୍ତି । ଯେଉଁଥିରେ ସେ ବହୁତ ଖୁସି ଦେଖା ଯାଉଛନ୍ତି । ସଂକ୍ଷିପ୍ତ ରେ ଯଦି କୁହାଯିବ ତେବେ ଅଭିନେତ୍ରୀ ସୁନନ୍ଦା ପ୍ରଜ୍ଞା ଙ୍କୁ ବିବାହ କରି ନିଜ ଶାଶୂଘରେ ବହୁତ ଖୁସି ରେ ଅଛନ୍ତି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, କେଵଳ ପ୍ରଜ୍ଞା ହିଁ ନୁହେଁ, ସୁନନ୍ଦା ମଧ୍ୟ ଜଣେ ନିପୁଣ କଳାକାର ଅଟନ୍ତି ।


ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ହୃଦୟ ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆଶା କରୁଛୁ ଏହି ସମ୍ବନ୍ଧରେ ଜାଣି ଆପଣ ମାନଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ । ତେବେ ଆପଣ ମାନଙ୍କୁ ପ୍ରଜ୍ଞା ଏବଂ ସୁନନ୍ଦା ଙ୍କ ଯୋଡ଼ି କିପରି ଲାଗେ ସେହି ସମ୍ବନ୍ଧରେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *