‘ରାଜେଶ୍ଵରୀ ମୋ ପାଣ୍ଡି ଥିଲା ମୁଁ ତା’ ପାଣ୍ଡା ଥିଲି, ସେ ସବୁବେଳେ ମତେ କୁହେ…’ Rajeswari ଙ୍କୁ ମନେ ପକେଇ କଣ କହିଲେ ସ୍ଵାମୀ, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଜେଶ୍ଵରୀଙ୍କୁ ମନପକାଇ ତାଙ୍କ ସ୍ଵାମୀ ବହୁତ କାନ୍ଦୁଛନ୍ତି । ଏବଂ ସେ ମିଡିଆ ସମ୍ମୁଖରେ କହିଛନ୍ତି ଯେ ତା’ ପାଇଁ କ’ଣ କହିବି ? ମାତ୍ର ଯାହା କହିବି ସବୁ କମ ପଡିବ । ଦୁଇପଦରେ କିଛି କହିହେବନାହିଁ ତାଙ୍କପାଇଁ । ଅନେକ ଲୋକ ପାଇଁ ରାଜେଶ୍ଵରୀ ବହୁତ କିଛି କରିଛନ୍ତି । ଏବଂ ଭଲପାଇବା କ’ଣ ସେ ଶିଖାଇଛନ୍ତି । ଲୋକ କିଭଳି ଭଲପାଆନ୍ତି ତାହା ତ ଠିକ ମାତ୍ର ସେ ସମସ୍ତଙ୍କୁ ଭଲପାଇବା ଶିଖାଇ ଦେଇଥାଏ ।

ରାଜେଶ୍ଵରୀଙ୍କ ସ୍ଵାମୀ କହିଛନ୍ତି ଯେ ସେ ମୋ ପାଣ୍ଡି ଥିଲା ଏବଂ ମୁଁ ତା ପାଣ୍ଡା ଥିଲି । ବର୍ତ୍ତମାନ ମୁଁ ତାକୁ ବହୁତ ମନେ ପକାଉଛି । ସେ ବହୁତ ସାହସୀ ଝିଅ ଥିଲେ । ଏହିଭଳି ଝିଅ ମୁଁ କେବେ ଦେଖିନଥିଲି । ତାଙ୍କଭଳି ଜୀବନ ସାଥି ପାଇବା ବହୁତ କଷ୍ଟ । ସେ ସମସ୍ତଙ୍କ ପାଇଁ ବହୁତ କିଛି କରିଛନ୍ତି ମାତ୍ର ତା’ପାଇଁ ଆମ୍ଭେ କିଛି କରିପାରିଲୁ ନାହିଁ । ଶେଷ ସମୟରେ ତାଙ୍କ ସ୍ଵାମୀ ଠାକୁରଙ୍କୁ ଡାକିଲେ କିଭଳି ରାଜେଶ୍ଵରୀ ଠକ ହୋଇ ଘରକୁ ଫେରି ଆସନ୍ତୁ ।

ମାତ୍ର ଯେତେଥର ହସ୍ପିଟାଲ ନେଇ ଆସିଛନ୍ତି ସବୁବେଳେ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି କିନ୍ତୁ ଏ ଥର ମେଡିକାଲ ଯିବାରେ ବିଳମ୍ବ ହୋଇଗଲା । ସବୁଦିନ ଲାଗି ଚାଲିଗଲେ ରାଜେଶ୍ଵରୀ । ମାତ୍ର ଭୁବନେଶ୍ବରରେ ରହିଲେ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚୁଥିଲେ କିନ୍ତୁ ଏଥର ତାଙ୍କ ବାପ ଘରେ ସେ ଥିବାରୁ ବିଳମ୍ବ ହୋଇଗଲା ।

ଯେହେତୁ ସେଠାରେ ରାଜେଶ୍ଵରୀଙ୍କ ଦେହ ଖରାପ ହେଲା ଏଣୁ ସେ ନୂଆ ଡାକ୍ତର ପାଖକୁ ଗଲେ ତଥା ସେଠାକାର ହସ୍ପିଟାଲକୁ ଗଲେ ଚିକିତ୍ସ୍ୟା ହେବା ପାଇଁ ଯାହାକି ତାଙ୍କୁ ସମୟ ଲାଗିଥିଲା ଦେଖିବାକୁ । ଶରୀର ନିୟନ୍ତ୍ରଣରେ ଆସିବା ପାଇଁ ଜଗିବା ଏହାପରେ ଯେଉଁଠାରେ ଟ୍ରିଟମେଣ୍ଟ ହେଉଥିଲେ, ଭୁବନେଶ୍ଵର ସମ ହସ୍ପିଟାଲରେ । ଏହିସବୁଥିରେ ଅଳ୍ପ ଟିକିଏ ସମୟ ଲାଗିଥାଏ ।

ରାଜେଶ୍ଵରୀଙ୍କ ସ୍ଵାମୀ କହିଛନ୍ତି ଆଉ କଣ କହିବି ତା’ ପାଇଁ ଯାହା କହିବି ସମୟ ଲାଗିବ ଦୁଇପଦରେ କ’ଣ କହିହେବ ତା’କଥା ? ତେବେ ଏହିଭଳି ମନଦୁଃଖ କରି ନିଜ ମନ କଥା ପ୍ରକାଶ କରିଛନ୍ତି ରାଜେଶ୍ଵରୀଙ୍କ ସ୍ଵାମୀ । ଭଗବାନ ରାଜେଶ୍ଵରୀଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *