ବାର୍ତ୍ତା ବଡ଼, ବୁଝିଲେ ହେଲା ! ଦେଖନ୍ତୁ କଣ ବାର୍ତ୍ତା ଦେଲା ଭାରତର ରାଷ୍ଟ୍ରପତି ନିର୍ବାଚନ ?

ବନ୍ଧୁଗଣ, କେଉଁ ବାର୍ତ୍ତା ଦେଇଛି ଭାରତର ରାଷ୍ଟ୍ରପତି ନିର୍ବାଚନ ? ତେବେ ଏହା ଏହି ବାର୍ତ୍ତା ଦେଇଅଛି ଯେ ବିରୋଧୀ ଦଳ ଏକତ୍ରିତ ନୁହଁନ୍ତି । ଯଦି ଏକତ୍ରିତ ହୋଇଥାନ୍ତେ ତେବେ ଏତେ କ୍ରଶ ଭୋଟିଂ ହୋଇଥାନ୍ତା କିଭଳି ? ବାର୍ତ୍ତା ଦେଲା BJP ର ଅଧିକ ନିକଟତର ହୋଇଛି BJD । ତାହା ନ ହୋଇଥିଲେ ଦରକାର ନଥାଇ ମଧ୍ୟ ସମର୍ଥନ କାହିଁକି ଦିଅନ୍ତା ?ଏହା ମଧ୍ୟ ବାର୍ତ୍ତାଦେଲା ଯେ ଏନଡିଏ କୁ ସମର୍ଥନ ଦେବା ପାଇଁ ଦଳର ଅଭାବ ନାହିଁ ।

ସେଭଳି ନ ହୋଇଥିଲେ ଏନଡିଏରେ ନଥାଇ ଏତେ ଦଳ ସମର୍ଥନ ଦେଇଥାନ୍ତେ କେମିତି ? ତେବେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ଏତିକି କୁହାଯାଇପାରେ ଯେ ଏହି ନିର୍ବାଚନ ବିଜେପି ତଥା ଏନଡିଏ ପାଇଁ ୱିନ ୱିନ ସିଚୁଏସନ ଆଣିଦେଇଛି । ଯାହା କେବଳ ଦେଶର ନୂଆରାଷ୍ଟ୍ରପତି ନିର୍ବାଚିତ କରିବାରେ ସହାୟକ ହୋଇଛି ତାହା ନୁହେଁ ବରଂ ଆଗାମୀ ଦିନରେ ହେବାକୁ ଯାଉଥିବା 2024 ସାଧାରଣ ନିର୍ବାଚନ ଉପରେ ମଧ୍ୟ ପଡିପାରେ ।

ରାଷ୍ଟ୍ରପତି ନିର୍ବାଚନର ସବୁଠାରୁ ବଡବାର୍ତ୍ତା ହେଲା, ବିରୋଧୀ ଦଳ ରାଷ୍ଟ୍ରପତି ନିର୍ବାଚନ ପାଇଁ ପାର୍ଥୀଦେଲେ ସତ । କିନ୍ତୁ ଏକତ୍ରିତ ହୋଇ ନିର୍ବାଚନ ଲଢିବାର ମାନସିକତା ବୋଧହୁଏ ନଥିଲା । ଏହା ନ ହୋଇଥିଲେ ଏକାଧିକ ରାଜ୍ୟରୁ କ୍ରଶ ଭୋଟିଂ ଭଳି ଖବର ଆସିଥାନ୍ତା କିଭଳି ? ତେବେ ଏଭଳି ଅନେକ ବିଧାୟକ ଅଛନ୍ତି ଯେଉଁମାନେ ଦଳୀୟ ନିଷ୍ପତ୍ତି ବାହାରକୁ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।

ଦ୍ଵିତୀୟ ବଡବାର୍ତ୍ତା ହେଲା ଯେ କୁହାଯାଇପାରେ ଯେ ବିଜୁ ଜନତା ଦଳ ଏବେ ବିଜେପିର ନିକଟତର ହୋଇଛି । ଏକଥା ଏଥିପାଇଁ କୁହାଯାଉଅଛି କାରଣ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ର ସଂଖ୍ୟା ନଥିଲା । ଦ୍ରୌପଦୀ ମୁର୍ମୁ ଙ୍କୁ ଓଡିଆ ଝିଅ କହି ଆଗୁଆ ସମର୍ଥନ ଦେବାକୁ ଆଗେଇ ଆସିଲା ବିଜେଡି । ଚୁକ୍ତିକୁ ଗ୍ରହଣୀୟ ବୋଲି ବିଚାର କରାଯାଇପାରେ କିନ୍ତୁ କେଉଁ ବାଧ୍ୟ ବାଧକତା ଥିଲା ଅଥବା ଭଲପାଇବା ଥିଲା ଯେ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାର୍ଥୀ କୁ ସମର୍ଥନ କରିବାକୁ ବାହାରି ଆସିଲା ବିଜେଡି ?

ବିଜେଡି ସମର୍ଥନ ନ ଦେଲେ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକଡ ଜିତିବେ । ତେବେ ଅବାଞ୍ଛିତ ସମର୍ଥନକୁ ବିଜେପି ପ୍ରତି ବିଜେଡିର ଭଲ ପାଇବାର ନ ଥିଲେ ସମସ୍ୟା କେଉଁଠି ? ତୃତୀୟ ତଥା ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତାଟି ହେଲା ଏନଡିଏ କୁ ସମର୍ଥନ ଦେବାପାଇଁ ଦଳର ଅଭାବ ପଡିବ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *