ଏ କାମ କେବଳ ରାଷ୍ଟ୍ରପତି କରିପାରିବେ ! ଜାଣନ୍ତୁ ଆମ ଦେଶର President ଙ୍କ ଆହାତରେ ଥାଏ କେଉଁ ସବୁ Special Power

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ଖାଲିଟାରେ ନୁହଁନ୍ତି ଦେଶର ପ୍ରଥମ ନାଗରିକ । ରାଷ୍ଟ୍ରପତି ଯାହା କରିପାରିବେ ପ୍ରଧାନମନ୍ତ୍ରୀ ମଧ୍ୟ ତାହା କରିପାରିବେ ନାହିଁ । ରାଜକ୍ଷମା ଦେଇପାରିବେନି ପ୍ରଧାନମନ୍ତ୍ରୀ । କିନ୍ତୁ ଦୋଷୀଙ୍କୁ କ୍ଷମା କରିପାରିବେ ରାଷ୍ଟ୍ରପତି । ଏଭଳିକି ଫାଶୀ ଦଣ୍ଡ ପାଇଥିବା ଦୋଷୀଙ୍କୁ ମୁକ୍ତ କରିପାରିବାର କ୍ଷମତା ରହିଅଛି । ତିନି ସେନାର ସୁପ୍ରିମ କମାଣ୍ଡର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସୁପ୍ରିମ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କ ବିନା ଦସ୍ତଖତରେ କୌଣସି ବିଲ ଆଇନରେ ପରିଣତ ହୋଇ ପାରିବ ନାହିଁ । ଜରୁରୀ ପରିସ୍ଥିତିର ଘୋଷଣା କେବଳ ରାଷ୍ଟ୍ରପତି ହିଁ କରିପାରିବେ । ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ନିଯୁକ୍ତି କରିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଅଛି । ତେବେ ଖାଲିଟାରେ ଦେଶର ରାଷ୍ଟ୍ରପତିଙ୍କୁ ଦେଶର ପ୍ରଥମ ନାଗରିକ କୁହାଯାଏନାହିଁ । ରାଷ୍ଟ୍ରପତି ଙ୍କ ପାଖରେ ଏଭଳି କିଛି କ୍ଷମତା ରହିଅଛି, ଯାହା ଭାରତର ପ୍ରଧାନମନ୍ତ୍ରୀଙ୍କ ପାଖରେ ମଧ୍ୟ ନାହିଁ ।

ଜନତାଙ୍କ ଦ୍ଵାରା ସିଧାସଳଖ ନିର୍ବାଚିତ ହୋଇ ଜଣେ ନେତା ପ୍ରଧାନମନ୍ତ୍ରୀ ଆସନରେ ବସିପାରନ୍ତି । ମାତ୍ର ରାଷ୍ଟ୍ରପତିଙ୍କ ଭଳି ତାଙ୍କପାଖରେ ରାଜକ୍ଷମାର କ୍ଷମତା ନଥାଏ । କେବଳ ସେତିକି ନୁହେଁ ରାଷ୍ଟ୍ରପତିଙ୍କୁ ତିନି ସେନାର ସୁପ୍ରିମ ବୋଲି କୁହାଯାଏ । ଅର୍ଥାତ ତିନି ସେନାର ଚାବିକାଠି ରାଷ୍ଟ୍ରପତିଙ୍କ ହାତରେ ରହିଥାଏ । ଦେଶରେ ଏହିଭଳି ଏନେକ କାମ ରହିଅଛି, ଯାହା କେବଳ ରାଷ୍ଟ୍ରପତି ହିଁ କରିପାରିବେ ।

ଏଣୁ ରାଷ୍ଟ୍ରପତିଙ୍କୁ କେବଳ ଜଣେ ରବରଷ୍ଟମ୍ପ କହିବା ହୁଏତ ଭୁଲ । ରାଷ୍ଟ୍ରପତିଙ୍କ କ୍ଷମତାକୁ ନେଇ ବର୍ତ୍ତମାନ ଏଥିପାଇଁ ବହୁତ ଜୋରରେ ଚର୍ଚ୍ଚା ହେଉଛି, କାରଣ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବାକୁ ଯାଉଛନ୍ତି । ଗଣତି ପରେ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ହୋଇସାରିଥିବା ବେଳେ, ଆସନ୍ତା ୨୫ ତାରିଖରେ ସେ ରାଷ୍ଟ୍ରପତି ଭାବରେ ଦାଇତ୍ଵ ଗ୍ରହଣ କରିବେ ।

ଦ୍ରୌପଦୀ ହେବେ ରାଷ୍ଟ୍ରପତି ଆସନରେ ବସିବାକୁ ଯାଉଥିବା ପ୍ରଥମ ଆଦିବାସୀ ମହିଳା । ପିଲାଟି ଦିନରୁ ବହୁତ କଷ୍ଟରେ ଜୀବନ ସହିତ ସଂଘର୍ଷ କରି ଆଜି ନିଜ ମାଟିର ଗୌରବ ରକ୍ଷା କରିପାରିଛନ୍ତି ଦ୍ରୌପଦୀ ମୁର୍ମୁ । ନିଜ ଜୀବନକୁ ଦୃଢତା ସହିତ ଆଗକୁ ଆଗେଇ ନେବା ସହିତ ନିଜର ଏକମାତ୍ର ଝିଅ ଇତିଶ୍ରୀକୁ ମଧ୍ୟ ଉଚ୍ଚ ଶିକ୍ଷା ପ୍ରଦାନ କରି ଏକ ଉତ୍ତମ  ମଣିଷ ଭାବରେ ଗଢିଛନ୍ତି ଦ୍ରୌପଦୀ ।

ଶିକ୍ଷା ହେଉଛି ଏକ ଏଭଳି ଜିନିଷ ଯାହା ଦ୍ଵାରା ମଣିଷ ସବୁକିଛି ହାସଲ କରିପାରିବ । ଏହାର ଏକ ଉଦାହରଣ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *