ମନକୁ ବୁଝେଇ ହେଉନି, ଭୋ-ଭୋ ହେଇ କାନ୍ଦୁଛନ୍ତି ବାପା, ସାମ୍ନାକୁ ଆସିଲା Rajeswari ଙ୍କ ଶେଷ ଯାତ୍ରାର ହୃଦୟ ବିଦାରକ ଦୃଶ୍ୟ, ଦେଖନ୍ତୁ Video

ବନ୍ଧୁଗଣ ରାଜେଶ୍ଵରୀ ରାୟ ମହାପାତ୍ର ଜଣେ ଦକ୍ଷ ଅଭିନେତ୍ରୀ ଥିଲେ । ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ରାତି 2ଟା 25 ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ରାଜେଶ୍ଵରୀ ଜଣେ ଆଗ ଧାଡିର ଅଭିନେତ୍ରୀ ଥିଲେ ସେ ନିଜ ଦମଦାର ଅଭିନୟ ପଦର୍ଶନ କରି ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ରାଜେଶ୍ଵରୀ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗ ସହ ଲଢେଇ କରୁଥିଲେ ଏମିତି କି ସେ କ୍ୟାନ୍ସରରୁ ସୁସ୍ଥ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ପ୍ରାଣ ହରାଇଛନ୍ତି । ରାଜେଶ୍ଵରୀ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

ବନ୍ଧୁଗଣ ରାଜେଶ୍ଵରୀ ନିଜ ଜୀବନରେ ବହୁତ ସଂଘର୍ଷ କରିଥିଲେ ସେ ଉଭୟ ଲଙ୍ଗସ୍ ଓ ବ୍ରେନ କ୍ୟାନ୍ସରରେ ପୀଡିତ ଥିଲେ । କ୍ୟାନ୍ସର ସହ ଲଢେଇ କରିବା ସହ ସେ ଲୋକ ମାନଙ୍କୁ ପ୍ରେରଣା ଦେଉଥିଲେ । ଆଉ ଏହି ସବୁ କଥା ତାଙ୍କୁ ସାରା ଓଡିଶାରେ ଏକ ପରିଚୟ ଦେଇଥିଲା ।

ସମସ୍ତ ଲୋକ କହୁଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ଉପରେ କୁଦ୍ରୁଷ୍ଟି ପଡି ଯାଇଛି ସେଥିପାଇଁ ବୋଧେ ଗୋଟେ ପରେ ଗୋଟେ ଲୋକପ୍ରିୟ କଳାକାର ମାନେ ଏ ଦୁନିଆ ଛାଡି ଚାଲି ଯାଉଛନ୍ତି । ବନ୍ଧୁଗଣ ଡାଇରେକ୍ଟର ପ୍ରଦୀପ ଦାସ ଏନେଇ କହିଛନ୍ତି-‘ସେ ଅନ୍ୟ ମାନଙ୍କୁ ଶାନ୍ତନା ଦେଉଥିଲା । ସେ ତାର ସ୍ଵାମୀ, ଶାଶୁ, ଶଶୁର ଓ ବାପା ମା ସମସ୍ତଙ୍କୁ ଶାନ୍ତନା ଦେଉଥିଲା ଯେ ମୋର କିଛି ହେଇନି ତମେ ମାନେ କାହିଁକି ଭାଙ୍ଗି ପଡ଼ୁଛ ।

ତେଣୁ ଯେତେବେଳେ ଅନ୍ୟ ମାନେ କଷ୍ଟ ପାଉଥିଲେ ତାକୁ ଦେଖିକି ସେ ହସୁ ଥିଲା । କେବେ ଆମେ ତାର ମୁହଁରେ ଦୁଃଖ ଦେଖିନୁ, କଷ୍ଟ ଦେଖିନୁ କେବେ ନିରାଶ ହେବାର ଦେଖିନୁ । କେବେ କେହି ବିଶ୍ଵାସ ବି କରି ନଥିଲେ କାରଣ ସେ ଯେଉଁ ଭଳି ଭାବରେ ରିକୋଭରି କରୁଥିଲା ସମସ୍ତେ ଭାବୁଥିଲେ ସେ ଶୀଘ୍ର ଭଲ ହେଇଯିବ ।

ହେଲେ ଏମିତି ହେଇଯିବ ବୋଲି ଆମେ କେହି ବି ଭାବି ନଥିଲୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରଦୀପ ଦାସ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟ ପଟେ ରାଜେଶ୍ଵରୀଙ୍କ ବାପା-ମା କାନ୍ଦ ବନ୍ଦ ହେଉନି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *