President Election: ନାଚ ଗୀତରେ ଫାଟି ପଡୁଛି ଦ୍ରୌପଦୀଙ୍କ ଗାଁ ଦାଣ୍ଡ, ବର୍ତ୍ତମାନ କିଭଳି ରହିଛି ଦ୍ରୌପଦୀଙ୍କ ଗାଁ ର ମାହୋଲ ? ଦେଖନ୍ତୁ Video…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର ଗାଁ, ଯେଉଁଦିନ ନିର୍ବାଚନ ହେଉଥିଲା ତଥା ଲୋକମାନେ ଯାଇରା ପୀଠରେ ପୂଜାର୍ଚ୍ଚନା କରୁଥିଲେ । ଆନନ୍ଦ ଉତ୍ସାହର ସହିତ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛା ଜଣାଉଥିଲେ । ତେବେ ଆଜି ସରପଞ୍ଚ ଙ୍କ ସହିତ କଥା ହେବାରୁ ସେ କହିଥିଲେ ଯେ ସାଢେ ୪ କୁଇଣ୍ଟାଲ ମିଠା ପ୍ରସ୍ତୁତ ସରିଥିଲା ରାୟରଙ୍ଗପୁର ସହରରେ ।  ଦ୍ରୌପଦୀ ଙ୍କ ଶାଶୁଘର ଏବଂ ଉପରପଡା ଗ୍ରାମରେ ମଧ୍ୟ ବଣ୍ଟାହେବାକୁ ଯାଉଅଛି ମିଠା ।

ଏହା ସହିତ ପାରମ୍ପରିକ ଭାବରେ ନୃତ୍ୟ ପରିବେଷଣ ହେବ ଏହି ଗ୍ରାମରେ । ଗ୍ରାମର ଶେଷ ମୁଣ୍ଡରେ ଦ୍ରୌପଦୀଙ୍କ ଶୁଭେଛା ପାଇଁ ଅନେକ ବ୍ୟବସ୍ଥା ମଧ୍ୟ କରାଯାଇଅଛି । ଏବଂ ପୂର୍ବରୁ ନିଜ ଶାଶୁଘର ଗ୍ରାମରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି ଭାବରେ ହେବ ସେ ସମ୍ବନ୍ଧରେ ଆଲୋଚନା କରୁଥିଲେ ଏବଂ ପ୍ରଶାସନ ସହିତ ଆଲୋଚନା କରୁଥିଲେ । ଏହି ଗ୍ରାମର ସମସ୍ତ ଲୋକମାନେ ଖୁବ ଖୁସି ଅଛନ୍ତି ।

ସମସ୍ତ ଆଦିବାସୀ ସଂପ୍ରଦାୟ ନିମନ୍ତେ ଏହା ଅତ୍ୟନ୍ତ ଗୌରବର ବିଷୟ ଅଟେ । ଏହା ସହିତ ଆଦିବାସୀ ମହିଳାଙ୍କ ନିମନ୍ତେ ଏହା ଏକ ପ୍ରେରଣା ଅଟେ । ଗତକାଲି ଠାରୁ ଏହି ଗ୍ରାମର ବାସିନ୍ଦା ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲା । ତେବେ ସକାଳ ୧୦ ଟାରୁ ଉତ୍ସବମୁଖର ହୋଇ ଉଠିଥିଲା ଏହି ଗ୍ରାମ । ତେବେ ଏହି ଯେଉଁ ଶାଶୁଘର ଗ୍ରାମର ଲୋକମାନେ ଥିଲେ ସେମାନେ ମଧ୍ୟ ରାୟରଙ୍ଗପୁର ଉପକଣ୍ଠରେ ସାମିଲ ହୋଇଥିଲେ । ବାଜା, ବାଣ, ମିଠା ସହିତ ସମସ୍ତ ପାରମ୍ପରିକ ଜିନିଷର ବ୍ୟବସ୍ଥା ହୋଇଥିଲା ।

ପାରମ୍ପରିକ ଭାବରେ ଆଦିବାସୀ ଲୋକମାନେ ନାଚିଥିଲେ, ଗାଇଥିଲେ । ଏହାସହିତ ସାଆନ୍ତାଳୀ ଭାଷାରେ ଅଭିନନ୍ଦନ ଜଣାଇଥିଲେ । ସବୁଠାରୁ ବଡ କଥା ହେଉଛି ଯେ ଯେଉଁଭଳି ଭାବରେ ସେ କାଉନ୍ସିଲର ଥିଲେ ରାୟରଙ୍ଗପୁର ଉପକଣ୍ଠରେ ସେହି ସମୟରେ ମଧ୍ୟ ନିଜ ଶାଶୁଘର ଲୋକ କଥା ବୁଝୁଥିଲେ ଏବଂ ଆଲୋଚନା କରୁଥିଲେ । ବିଧାୟୀକ ହେବା ପରେ ମଧ୍ୟ କେବେ ଶାଶୁଘରକୁ ଭୁଲିନଥିଲେ ।

ରାଜ୍ୟପାଳ ଥିବା ସମୟରେ ମଧ୍ୟ ନିଜ ଗ୍ରାମ ଲୋକଙ୍କ ସହିତ ମିଶୁଥିଲେ । ତେବେ ଯେତେ ବଡ ପଦବୀରେ ଥିଲେ ମଧ୍ୟ ସରଳ ଜୀବନ ଜାପାନ କରୁଥିଲେ ଦ୍ରୌପଦୀ ମୁର୍ମୁ । ତେବେ ବର୍ତ୍ତମାନ ସମସ୍ତ ଅପେକ୍ଷା ଶେଷ ହୋଇଛି । ନିର୍ବିଶେଷରେ ଓଡିଶାର ଗୌରବ ମୁର୍ମୁ ଭାରତର ରାଷ୍ଟ୍ରପତି ପଦ ହାସଲ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *