‘ମୋ ସ୍ତ୍ରୀ ଜଣେ ଫାଇଟର, ଡାକ୍ତର ୬ ମାସ କହିଥିଲେ, ତାଙ୍କ ସାହସ ଓ ଧୈର୍ଯ୍ୟ ଲାଗି…’ Rajeswari ଙ୍କ ସଂଘର୍ଷମୟ କାହାଣୀ ବଖାଣିଲେ ସ୍ଵାମୀ, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଲୋକପ୍ରିୟ ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ର ଏବେ ଆଉ ନାହାନ୍ତି ଆଉ ଏହା ହେଉଛି ଆମ ଓଡିଶା ବାସୀଙ୍କ ପାଇଁ ବଡ ଦୁଃଖର ଖବର । ବନ୍ଧୁଗଣ ରାଜେଶ୍ଵରୀ ଅବଶ୍ୟ ଅନ ସ୍କ୍ରିନ ଖଳନାୟିକା ଭୂମିକାରେ ସାରା ଓଡିଶାରେ ପରିଚିତ ଥିଲେ ହେଲେ ରିଅଲ ଲାଇଫରେ ସେ ନାୟିକା ଥିଲେ । ଦୀର୍ଘ ବର୍ଷ ଧରି ବ୍ରେନ ଓ ଲଙ୍ଗସ୍ କ୍ୟାନ୍ସର ସହ ଲଢେଇ କରୁଥିଲେ ରାଜେଶ୍ଵରୀ ।

ବନ୍ଧୁଗଣ ସେ ରିକୋଭରି ମଧ୍ୟ ହେବାକୁ ଲାଗିଥିଲେ ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ଗତ କିଛି ଘଣ୍ଟା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି । ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସେ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ରାଜେଶ୍ଵରୀ ଯିବା ପରେ ସାରା ଓଡିଶାରେ ଏବେ ଶୋକର ଛାୟା ଖେଳି ଯାଇଛି । ତେବେ ବର୍ତ୍ତମାନ ରାଜେଶ୍ଵରୀଙ୍କ ସ୍ଵାମୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ଦୁଃଖ ପ୍ରକାଶ କରିଛନ୍ତି ।

ରାଜେଶ୍ଵରୀଙ୍କ ସ୍ଵାମୀ କହିଛନ୍ତି-‘ଆଜ୍ଞା ଶୁଣନ୍ତୁ କ୍ୟାନ୍ସର ହେଲା ମାନେ ଆପଣଙ୍କୁ ବହୁତ ସଂଘର୍ଷ କରିବାକୁ ପଡେ । କ୍ୟାନ୍ସର ପୁନର୍ବାର ବି ହୋଇପାରେ । ତ ସେ ଠିକ ହେଉଥିଲେ ମଝିରେ ମଝିରେ ତାଙ୍କର ଦେହ ଖରାପ ହେଉଥିଲା । ପୁଣି ସେ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ ତାଙ୍କର ଚିକିତ୍ସା ବି ଚାଲି ଥିଲା । ହେଲେ ଏଥର ହସ୍ପିଟାଲ ଆସିବାକୁ ଟିକେ ଲେଟ ହେଇଗଲା ।

ଯେହେତୁ ସେ ବାଲେଶ୍ଵରରେ ଥିଲେ ସେଠାକାର ଡାକ୍ତରଙ୍କ ପାଖକୁ ଯିବା ପାଇଁ ପଡିଲା । ସେଇଠି ତାଙ୍କୁ ଷ୍ଟେରୋଏଡ ଦିଆହେଲା ସେ ଷ୍ଟେବଲ ହେବା ପରେ ଏଇଠି ଅଣା ଯାଇଥାନ୍ତା । ଷ୍ଟେରୋଏଡ ଦେବା ପରେ ତିନି ଚାରି ଘଣ୍ଟା ରୋଗୀ ଶୋଇଥାଏ । ସେ ଏମିତି ପରିସ୍ଥିତିରେ ଦୁଇ ଚାରି ଘଣ୍ଟା ନିଦରେ ଶୋଇ ଉଠି ଯାନ୍ତି ହେଲେ ଏଥର ଦୁଇ ଚାରି ଘଣ୍ଟା ପରେ ଯେମିତି ଉଠିଲେ ନାହିଁ ଆମେ ଏଠି ନେଇ ଆସିଲୁ ।

ଯେତେବେଳେ କ୍ୟାନ୍ସର ହୋଇଥିଲା ଡାକ୍ତର କହିଥିଲେ 6 ମାସ ହେଲେ ସେ ଯେହେତୁ ଫାଇଟର, ଆପଣ ମାନଙ୍କର କୃପା, ଆପଣ ମାନଙ୍କର ଆଶୀର୍ବାଦ ସ୍ନେହ ପାଇଁ ତାର ସାହାସ ବଢିଲା । ଆଉ ସେ ବି ବହୁତ ସାହସୀ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାଜେଶ୍ଵରୀଙ୍କ ସ୍ଵାମୀ ନିଜ ଦୁଃଖ ପ୍ରକାଶ କରିଛନ୍ତି ଆଉ ନିଜ ସ୍ତ୍ରୀକୁ ଫାଇଟର ବୋଲି କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *