ରଜ ପର୍ବ (14 June), ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ, ହେବ ସର୍ବନାଶ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପବିତ୍ର ରଜପର୍ବ ସମଗ୍ର ଓଡ଼ିଶା ରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ଏହି ପର୍ବ ର ବିଶେଷ ମହତ୍ତ୍ୱ ରହିଛି । ତିନି ଦିନ ପର୍ଯ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ରେ ରଜ ପର୍ବ ପାଳନ ହୋଇଥାଏ । ଜୁନ ୧୫ ତାରିଖ ରେ ରଜ ସଂକ୍ରାନ୍ତି ପଡ଼ିଥାଏ ।

ଏହି ରଜ ସଂକ୍ରାନ୍ତି ର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଏହା ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ସଂକ୍ରାନ୍ତି ହୋଇଥାଏ । ଶାସ୍ତ୍ର ଅନୁସାରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯାହାକୁ ଭୁଲ ରେ ମଧ୍ୟ ଏହି ରଜ ପର୍ବ ରେ କରିବା ଉଚିତ ନୁହେଁ । ଆଜି ଆମେ ଆପଣ ମାନଙ୍କୁ ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ କହିବୁ ଯାହା ଭୁଲ ରେ ବି ରଜ ପର୍ବ ର ତିନି ଦିନ ପର୍ଯ୍ୟନ୍ତ ଆଦୋୖ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଏହି ପବିତ୍ର ରଜ ପର୍ବ ରେ କୁଆଁରୀ ଝିଅ ମାନେ ଖାଲି ପାଦରେ ଚାଲିବା ଉଚିତ ନୁହେଁ । ସେଥିପାଇଁ ସେମାନଙ୍କ ପାଇଁ ଦୋଳି ର ବ୍ୟବସ୍ଥା କରାଯାଇଥାଏ । ଏହି ଦିନ କୁଆଁରୀ ଝିଅ ମାନେ ଚପଲ ଅଥବା କଦଳୀ ପାଟୁକା ପିନ୍ଧି ଭୂମି ରେ ଚାଲନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଏହି ରଜ ପର୍ବ ର ତିନି ଦିନ ପର୍ଯ୍ୟନ୍ତ କୃଷକ ମାନେ କାମ କରିବା ଉଚିତ ନୁହେଁ । କାରଣ ଏହି ତିନି ଦିନ ଧରିତ୍ରୀ ମାତା ରଜସ୍ୱଳା ହୋଇଥାନ୍ତି । ତେଣୁ ରଜ ପର୍ବ ର ଏହି ତିନି ଦିନ ପର୍ଯ୍ୟନ୍ତ ଧରିତ୍ରୀ ମାତା ଙ୍କୁ ବିଶ୍ରାମ ଦେବା ଉଚିତ ।

୩. ବନ୍ଧୁଗଣ ତୃତୀୟତଃ, ଏହି ରଜ ସଂକ୍ରାନ୍ତି ରେ ଚୁଲି ଜଳାଇବା ନିଷେଧ ହୋଇଥାଏ । ଏହି ଦିନ ଯେହେତୁ ବସୁଧା ମାତା ଙ୍କୁ ଆରାମ ଦିଆଯାଏ ତେଣୁ ଚୁଲି ଜଳାଯାଇ ନଥାଏ । ତେଣୁ ଆପଣ ଏହାର ପୂର୍ବ ଦିନ ପୋଡ଼ ପିଠା ପ୍ରସ୍ତୁତ କରି ରଖନ୍ତୁ । ଯାହା ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ ଏବଂ ଆପଣ ତାକୁ ସେବନ କରି ପାରିବେ ।

୪. ବନ୍ଧୁଗଣ ଚତୁର୍ଥତଃ, ଆପଣ ପବିତ୍ର ରଜ ସଂକ୍ରାନ୍ତି ଦିନ ଭୁଲ ରେ ବି ପିଆଜ ରସୁଣ ଓ ଆମିଷ ଖାଆନ୍ତୁ ନାହିଁ । କାରଣ ଏହା ତାମସିକ ଭୋଜନ ହୋଇଥାଏ । ଏହା ସହିତ ଏହି ଦିନ ଆପଣ ନିଜ କ୍ରୋଧ କୁ ନିୟନ୍ତ୍ରଣ ରେ ରଖନ୍ତୁ । ଏଭଳି ଶୁଭ ଦିନ ରେ କ୍ରୋଧ କରିବା ଅନୁଚିତ ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ଯଦି ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘରକୁ କୌଣସି ଭିକାରୀ ଆସୁଛନ୍ତି ତେବେ ତାଙ୍କୁ ଖାଲି ହାତ ରେ ଫେରାନ୍ତୁ ନାହିଁ । ଆପଣ ନିଜ ସାମର୍ଥ୍ୟ ଅନୁସାରେ କିଛି ନା କିଛି ଅବଶ୍ୟ ଦାନ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *