Special Report: ଏ ବର୍ଷ ଖୋଲିବ ତ ସ୍କୁଲ ? ଜାଣନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ଭାରତ ରେ ଅଧିକ ମାତ୍ରାରେ ନିଜର କାୟା ବିସ୍ତାର କରିଚାଲିଛି । କରୋନା ଭୁତାଣୁ ଅଧିକ ସଂକ୍ରମଣ ନ ହେବା ପାଇଁ ଦେଶ ର ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି ।

ଏହି ଲକଡାଉନ ରେ ସମସ୍ତ ଦୋକାନ ବଜାର ବ୍ୟତୀତ ଧାର୍ମିକ ଅନୁଷ୍ଠାନ ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ହୋଇ ରହିଛି । ପ୍ରାୟ ଦେଢ଼ ବର୍ଷ ହେବ ସ୍କୁଲ କଲେଜ ଖୋଲି ନାହିଁ । ତେଣୁ ବର୍ତ୍ତମାନ ଲୋକ ଙ୍କ ମନ ରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ଏ ବର୍ଷ ସ୍କୁଲ ଖୋଲିବ ତ ? ଏ ବର୍ଷ ପିଲା ମାନେ ସ୍କୁଲ କ୍ୟାମ୍ପସ ଦେଖି ପାରିବେ ତ?


ଗତ ବର୍ଷ ଅପେକ୍ଷା ଏ ବର୍ଷ ସମସ୍ତ ଙ୍କୁ ଟୀକା ଦିଆ ଯାଇଛି ଓ ସଚେତନ ମଧ୍ୟ କରାଯାଇଛି । ବର୍ତ୍ତମାନ କରୋନା ର ସଂକ୍ରମଣ ମାତ୍ରା ତଳ ଆଡ଼କୁ ଗତି କରିଥିଲେ ମଧ୍ୟ ସରକାର ଙ୍କ ଚିନ୍ତା ବଢ଼ାଉଛି ତୃତୀୟ ଲହର ର ଆଶଙ୍କା । ଗୋଟିଏ ପଟେ ମହାମାରୀ ଓ ଗୋଟିଏ ପାଖରେ ପିଲା ଙ୍କ ଭବିଷ୍ୟତ । ବର୍ତ୍ତମାନ ଅନଲାଇନ କ୍ଳାସ ଚାଲୁଥିଲେ ମଧ୍ୟ ସମସ୍ତ ପିଲା ଏହାର ଲାଭ ଉଠାଇ ପାରୁ ନାହାନ୍ତି ।

ଅନେକ ପିଲା ଏଥିରୁ ବଂଚିତ ହୋଇ ରହିଛନ୍ତି । ପଛୁଆ ଅଞ୍ଚଳରେ ତ ପିଲା ମାନେ ବିଲକୁଲ ବି କ୍ଳାସ କରି ନାହାନ୍ତି । ତେବେ ଏ ବର୍ଷ ସରକାର ସ୍କୁଲ ଖୋଲିବା ନେଇ କାଲକୁଲେଟିଭ ରିସ୍କ ନେବେ ନା ଗତ ବର୍ଷ ଭଳି ଅନଲାଇନ ଶିକ୍ଷା କୁ ଗୁରୁତ୍ୱ ଦେବେ ସେ ବିଷୟ କୁ ନେଇ ଚର୍ଚ୍ଚା ଜୋର ଧରିଛି ।


ତେବେ ଏହି ସମୟ ରେ ଗଣଶିକ୍ଷା ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖି କହିଛିନ୍ତି ତୃତୀୟ ଲହରୀ କୁ ଆଖି ଆଗରେ ରଖି ଏବେ ଠାରୁ କିଛି କହି ହେବ ନାହିଁ । କିନ୍ତୁ ଶିକ୍ଷାବିତ ମାନେ କହୁଛନ୍ତି ଯେ ପିଲା ମାନଙ୍କ ପାଇଁ ଅଫଲାଇନ ରେ କ୍ଳାସ କରିବା ପାଇଁ ବ୍ୟବସ୍ଥା କରିବା ଉଚିତ । ଅପର ପକ୍ଷରେ ବର୍ତ୍ତମାନ ଶିଶୁ ମାନଙ୍କ ପାଇଁ ଟୀକା ପରୀକ୍ଷା କରାଯାଉଛି । ଯଦି ପରୀକ୍ଷଣ ସଫଳ ହୁଏ ତେବେ ଯାଇ ଶିଶୁ ମାନଙ୍କୁ ଟୀକା ଦିଆଯିବ ।

ସମ୍ପୂର୍ଣ୍ଣ ଟୀକା ଦେବା ବେଳକୁ ପ୍ରାୟ ୬ମାସ ସମୟ ଲାଗିଯିବ । ଏପରି ସମୟ ରେ ଚିନ୍ତା କରାଯାଉଛି ଯେ ସେକ୍ସନ ଅନୁସାରେ କ୍ଳାସ କରିବା ପାଇଁ କିନ୍ତୁ ଅଭିଭାବକ ମାନଙ୍କୁ ସଂକ୍ରମଣ ର ଡର ରହୁଛି । ତେଣୁ ବର୍ତ୍ତମାନ ସମୟ ରେ ଶ୍ରେଣୀ ଗୃହ ରେ ବସି କ୍ଳାସ କରିବା ଅସମ୍ଭବ ହୋଇଯାଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କ ମତରେ କଣ ହେବା ଉଚିତ ? ନିଶ୍ଚୟ କମେନ୍ଟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *