ମିହିର ଭାଇ କହୁଥିଲେ ‘ତୁ ଚଣ୍ଡିଟା ତତେ ଡେଇଁବାକୁ କହିଲେ ତୁ…’ Mihir Das ଙ୍କ ସହ ପୁରୁଣା ସ୍ମୃତି ବଖାଣି ଭାବ ବିହ୍ଵଳ ହେଇଗଲେ ଅଭିନେତ୍ରୀ Smita Mohanty, ଦେଖନ୍ତୁ Video

ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆମ ମାନଙ୍କ ଗହଳରେ ଆଉ ନାହାନ୍ତି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ମିହିର ଦାସଙ୍କ ଏକାଦଶାହ କ୍ରିୟା ଶେଷ ହୋଇଛି । ମିହିର ଯିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମିହିରଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ମିହିର ନିଜ ଜବରଦସ୍ତ ଅଭିନୟ ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତି ଥିଲେ ।

ହୁଏ ତ ମିହିରଙ୍କ ଭଳି କଳାକାର ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଜନ୍ମ ନେଇ ନପାରେ ହେଲେ ତାଙ୍କର ସ୍ମୃତି ଆମ ମାନଙ୍କ ମନରେ ସବୁଦିନ ରହିବ । ବନ୍ଧୁଗଣ ମିହିର ପାଇଁ ଓଡିଆ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତ୍ରୀ ସ୍ମିତା ମହାନ୍ତି ନିଜର ଦୁଃଖ ପ୍ରକାଶ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସ୍ମିତା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମିହିର ଭାଇଙ୍କ ଉପରେ ମୁ ଆଜି କିଛି କହିବାକୁ ଚାହିଁବି । ମିହିର ଭାଇ ଜଣେ ଏମିତି ମଣିଷ ଏବଂ ଏତେ ବଡ କଳାକାର କି ତାଙ୍କ ପାଇଁ ଯେତେ କହିଲେ ବି କମ ହେବ । ମୁ ତାଙ୍କ ସଙ୍ଗେ ବହୁତ କାମ କରିଛି, ଭାଗ୍ଯବାନ ସୁଯୋଗ ବହୁତ ପାଇଛି ଓ ଶିଖିବାକୁ ବି ବହୁତ ପାଇଛି । ଯେତେବେଳେ ମୁ ୯୬ ମସିହାରେ ଏଣ୍ଟ୍ରି କଲି ଇଣ୍ଡଷ୍ଟ୍ରିକୁ ସେତେବେଳେ ମୁ ୯୬ ରୁ ୯୯ ପର୍ଯ୍ୟନ୍ତ ଅଭିନେତ୍ରୀ ରୂପେ କାମ କରିଛି’ ।

ଆଗକୁ ସେ କହିଛନ୍ତି-‘ସେହି ସମୟରେ ଅଧିକାଂଶ ଫିଲ୍ମ ମୁ ତାଙ୍କ ସହ କରିଛି । ତାଙ୍କ ସହ ସବୁ ବଡ ବଡ ଭୂମିକାରେ କାମ କରିବା ବେଳକୁ ମୋତେ ବେଳେ ବେଳେ ବହୁତ ବ୍ୟସ୍ତ ଲାଗେ । ତାଙ୍କ ସହ ଛିଡା ହୋଇ କାମ କରିବା କଥା ମୁ କେବେ ଆଶା କରି ନଥିଲି ମୁ ନର୍ଭସ ହେଇଯାଏ । ଭାଇଙ୍କୁ ପଛରେ ଆପଣଙ୍କ ସହ ହିରୋଇନ ହିସାବରେ ମୁ ଡ୍ୟାନ୍ସଇଙ୍ଗ ଆଉ ଫାଇଟିଙ୍ଗ କରିଦେଉଥିଲି’ ।

ଆଗକୁ ସେ କହିଛନ୍ତି-‘ସିନ୍ସ କରିବା ବେଳୁ ମୁ କରିପାରିବି ତ ମିହିର ଭାଇ । ସାଙ୍ଗେ ସାଙ୍ଗେ ଗୋଟେ କଥା କହନ୍ତି କି ନା ନା କିଏ କହିଲା କରିବୁ ନା ତୁ ବା ଚଣ୍ଡୀ ଟା ଡେଇଁବାକୁ କହିଲେ ଡେଇଁ ପଡୁ ଫାଇଟ କରିଦେଉ ଡ୍ୟାନ୍ସରେ ବି ଭଲ ଏଇଟା କାହିଁକି କରିପାରିବୁ ନାହିଁ । ତୁ ସବୁ କରିପାରିବୁ ଚଣ୍ଡୀ ଟା ପରା’ ।

Leave a Reply

Your email address will not be published. Required fields are marked *