ଖେଳ କରିଦେଲେ ଅପରାଜିତା (Aparajita Sarangi), ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ଓଡିଶାରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି ଓ ଏବେ ପୌର ନିର୍ବାଚନ ଆରମ୍ଭ ହୋଇସାରିଛି । ତେବେ ଏହି ପୌର ନିର୍ବାଚନରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଭଳି ଓଡିଶାର ତିନୋଟି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାର ପ୍ରସାର କରୁଛନ୍ତି । ତେବେ ବନ୍ଧୁଗଣ ଏହି ପୌର ନିର୍ବାଚନରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏବେ ଆକ୍ସନ ମୁଡରେ ଅଛନ୍ତି ।

ବନ୍ଧୁଗଣ ଅପରାଜିତା ଭୁବନେଶ୍ଵରରେ ନିଜ ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଜିତାଇବା ପାଇଁ ଲୋକଙ୍କ ପାଖରେ ହାତ ଯୋଡି ଅନୁରୋଧ କରିଛନ୍ତି । ବିଜେପି କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ବିଜେପି ଉପଯୁକ୍ତ ପ୍ରାର୍ଥୀ ଦେଇଛି । ତୁମେ ମାନେ ତାଙ୍କର ସାହା ଭରସା ବୋଲି କହି ବସ୍ତି ବାସିନ୍ଧାଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ଅପରାଜିତା । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ଆପଣ ମାନେ ଦେଖିପାରୁଥିବେ ଯେ, କେଉଁ ଭଳି ଭାବରେ ଅପରାଜିତା ଘର ଘର ବୁଲି ଲୋକ ମାନଙ୍କୁ ହାତ ଯୋଡି ଅନୁରୋଧ କରୁଛନ୍ତି । ଏବେ ଅପରାଜିତା ମଇଦାନ ଉପରକୁ ଓଲହାଇ ଛନ୍ତି । ଆଗରେ କିଛି ବାଜାବାଲା ବାଜା ବଜାଉ ଛନ୍ତି ଓ ପଛରେ ବିଜେପି କର୍ମୀଙ୍କ ସହ ନିଜ ପ୍ରାର୍ଥୀଙ୍କୁ ନେଇ ଯାଉଛନ୍ତି ଅପରାଜିତା । ତେବେ ଏହି ପୌର ନିର୍ବାଚନରେ ଅପରାଜିତା ଜିତିବେ ନା ନାହିଁ ତାହା ତ ଜଣା ନାହିଁ ହେଲେ ଅପରାଜିତାଙ୍କ କାମ ଦେଖି ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।

ଏହା ସହ ଅପରାଜିତା ଭୁବନେଶ୍ଵର ବସିନ୍ଧାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବସ୍ତି ବାସିନ୍ଧା ଜୀବନ ଶୈଳୀରେ ପରିବର୍ତ୍ତନ, ଡ୍ରେନଜ ସମସ୍ୟାର ସମାଧାନ, ଭେଣ୍ଡିଂ ଜୋନ ଓ ଉଠା ଦୋକାନୀଙ୍କୁ ଉଚ୍ଛେଦର ସମସ୍ୟାର ସମାଧାନ କରିବି । ଭୁବନେଶ୍ଵରକୁ ସ୍ମାର୍ଟ ସିଟି ରୂପେ ପରିବର୍ତ୍ତନ କରିବି, ଭୁବନେଶ୍ଵରକୁ ସୁରକ୍ଷିତ ସହରରେ ପରିଣତ କରିବି ଏଭଳି ପାଞ୍ଚଟି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।


ବନ୍ଧୁଗଣ ଅପରାଜିତା ହେଉଛନ୍ତି ବିଜେପି ଦଳର ଜଣେ ବରିଷ୍ଠ କର୍ମୀ ସେ ଦୀର୍ଘ ବର୍ଷ ହେବ ନିଜେପି ଦଳରେ କାର୍ଯ୍ୟ କରୁଛନ୍ତି । ତେବେ ବନ୍ଧୁଗଣ ଲୋକ ମାନଙ୍କର ଭରସା ଜିତିବାରେ ମଧ୍ୟ ଅପରାଜିତା ସଫଳ ହୋଇଛନ୍ତି । ତେବେ ଏହାରି ମଧ୍ୟରେ ନିର୍ବାଚନ ପ୍ରଚାରର ଭିଡିଓଟି ସାମ୍ନାକୁ ଆସିଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *