ରାସ୍ତା ସାରା ଗଡୁଛି ଗୋଟା ଗୋଟା ତରଭୁଜ, ଯେତେ ନେବ ନିଅ…ଲୋଭ ସମ୍ଭାଳି ପାରୁ ନାହାଁନ୍ତି ଲୋକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାସ୍ତା ମଝିରେ ଗଡୁଛି ଗୋଟା ଗୋଟା ତରଭୁଜ ! ସତେ ଯେପରି ଆକାଶରୁ ତରଭୁଜ ବର୍ଷା ହୋଇ ତଳ ରାସ୍ତା ବିଞ୍ଚି ହୋଇ ପଡିରହିଛି ତରଭୁଜ ! ତେବେ ଗୋଟିଏ ନୁହେଁ କି ୨ ଟି ନୁହେଁ । ଶହ ଶହ ତରଭୁଜ ରାଜରାସ୍ତା ଉପରେ ବିଛାଡି ହୋଇ ପଡିରହିଛି । ତେବେ ଏକ ତରଭୁଜ ଭର୍ତ୍ତି ଟ୍ରକକି ରାସ୍ତାରେ ଯାଉଥିବା ସମୟରେ ଏପରି କିଛି ଅଘଟଣ ଘଟିଛି ।

ଯେଉଁଥି ପାଇଁ ଗାଡି ଓଲଟି ଯିବା ସହ ଗାଡିରେ ଭର୍ତ୍ତି ହୋଇଥିବା ତରଭୁଜ ଗୁଡିକ ବିଛେଇ ହୋଇ ପଡି ରହିଛି । ତେବେ ଗୋଟିଏ ତରଭୁଜ ଭର୍ତ୍ତି ଟ୍ରକଟି ମହରାଷ୍ଟ୍ରରୁ କଲିକତା ଅଭିମୁଖେ ତରଭୁଜ ନେଇ ଜୀବ ସମୟରେ  କେନ୍ଦୁଝର ଜିଲ୍ଲା ଟାଉନ ଥାନା ଜୁଆଡିଆ ଘାଟିରେ ଘଟି ଯାଇଛି ଅଘଟଣ । ତେବେ ଗତ ୨ ଦିନ ଧରି ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁ ରାସ୍ତାରେ ଗାଡି ମଟର ଯାତାୟାତ ଠପ ହୋଇଯାଇଥିଲା ।

ଯେଉଁ କାରଣରୁ ମାଲ ଭର୍ତ୍ତି ଗାଡି ଗୁଡିକ ଜିନିଷ ନେଇ ଯିବା ଆସିବା କରିପାରୁନଥିଲେ । ତେବେ ଆନ୍ଦୋଳନରେ କୋହଳ ଆସିବା ପରେ ତରଭୁଜ ଭର୍ତ୍ତି ଗାଡିଟି ନେଇ ଟ୍ରକଟି କଲିକତା ଅଭିମୁଖେ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ତେବେ ଯେଉଁ କାରଣରୁ ରାସ୍ତା ସାରା ଯୁଆଡେ ଦେଖିବ ଗାଡିରୁ ତରଭୁଜ ବାହାରି ଗଡିବାରେ ଲାଗିଛି । ଯାହାକୁ ଦେଖି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମାନେ ନିଜର ଲୋଭ ସମ୍ଭାଳି ପାରୁନାହାନ୍ତି ।

ତେବେ ଘଟଣା ସ୍ତଳରେ ପହଞ୍ଚି ପୋଲିସ ଅଘଟଣ ଘଟିଥିବା ଗାଡିକୁ ରେସକ୍ୟୁ କରିବା ସହ ଆହତ ଡ୍ରାଇଭର ଜଣଙ୍କୁ ମେଡିକାଲକୁ ପଠାଇଛନ୍ତି । ତେବେ ଯଥା ଶୀଘ୍ର ପୋଲିସ ଟିମ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଘଟଣା ସ୍ତଳରେ ହଟାଇବାକୁ ପୋଲିସ ଉଦ୍ୟମ କରିଛି । ନଚେତ ରାସ୍ତା ପୁରା ଜାମ ହୋଇ ରହି ଗାଡି ଚଳାଚଳରେ ଅସୁବିଧା ସୃଷ୍ଟି ହେଉଛି । ଏହା ସହ କେତେ କେତେ ତରଭୁଜ ତଳେ ପଡି ଫାଟି ନଷ୍ଟ ହୋଇଯାଇଛି ।

ଆଉ କିଛି ସେହିପରି ଗୋଟା ଅନେଇ ରହିଛି । ତେବେ ରାଜରାସ୍ତାରେ ଏଭଳି ମାଳ ମାଳ ତରଭୁଜ ଦେଖିବାକୁ ଲୋକଙ୍କର ଭିଡ ମଧ୍ୟ ଦେଖିବାକୁ ମିଲୂଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *