ରାଜଧାନୀ ଭୁବନେଶ୍ବରରେ ସ୍ତ୍ରୀ କୁ ହତ୍ୟା କଲା ସ୍ଵାମୀ, ଶ୍ଵଶୁର ଯାହା କହିଲେ ଶୁଇଲେ ଆପଣ ବି ହେବେ ଆଚମ୍ବିତ, ଦେଖନ୍ତୁ ଏହି Video

ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତୟଆକାଣ୍ଡ ଘଟିଛି । ସ୍ତ୍ରୀକୁ ପିଇଟି ପିଇଟି ହତୟଆ କରିଛି ସ୍ଵାମୀ । ସହିଦ ନଗର ଥାନା ବସୁବାଘାଇ ଅଞ୍ଚଳରେ ଘଟିଛି କିଛି ଏଭଳି ଘଟଣା । ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି । ସହିଦ ନଗର ଥାନା ପୋଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିଛନ୍ତି  । ମୃତକଙ୍କ ନାମ ହେଉଛି ଲିଲୀ ଦାସ ଆଉ ତାଙ୍କ ସ୍ଵାମୀ ତଥା ଅଭିଯୁକ୍ତଙ୍କ ନାମ ହେଉଛି ଶୋଭାଗ୍ୟ ରଞ୍ଜନ ଦାସ ।

ଉଭୟ ଏହି ଅଞ୍ଚଳରେ ରହୁଥିଲେ ଆଉ ସୂଚନା ମୁତାବକ ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି କଳହ ଲାଗି ରହୁଥିଲା । କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ସ୍ପର୍ଷ୍ଟ ହୋଇଯିବ । ଘଟଣା ସ୍ଥଳରେ ଏବେ ତାଙ୍କ ବାପା ତାଙ୍କ ମା ସମସ୍ତେ ଅଛନ୍ତି ଓ ଶୋଭାଗ୍ୟ ରଞ୍ଜନ ଦାସଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ବାପାଙ୍କ କହିବା ଅନୁଯାଇ ତାଙ୍କ ପୁଅର ମସ୍ତିକ ସ୍ଥିତି ଠିକ ନଥିଲା ସେ ଟିକେ ପାଗଳ ଥିଲେ ।

ତାଙ୍କ ବାପା କାନ୍ଦି କାନ୍ଦି କହିଛନ୍ତି, ପାଗଳ ପୁଅଟା ମରିଯାଇଥାନ୍ତା ହେଲେ ମୁଁ ଦୁଃଖ କରି ନଥାନ୍ତି । ମୋ ବୋହୂ ମରିଗଲା ମୋ ଛାତି ଫାଟି ଯାଉଛି । ମୋ ପୁଅ ପାଇଁ ମୁଁ ଲକ୍ଷ ଲକ୍ଷ ଟଙ୍କା ଛାଡି ରଖିଥିଲି ମୁଁ ମରିଗଲା ପରେ ଘର ଭଡା ଦେଇ ସେ ବଞ୍ଚି ଥାନ୍ତା । କାରଣ ପୁଅଟା ତ ପାଗଳ କେମିତି ଚଳିବ ତାର ଗୋଟେ ଝିଅଟି ଏବେ ନେଇ ଟାକୁ 12 ହଜାର ଟଙ୍କା ଦେଇ ଆଡମିସନ କରିଥିଲି  ।

ମୁଁ ମୋ ବୋହୂକୁ ବହୁତ ଭଲ ପାଉଥିଲି ଆଉ ମୋ ପୁଅକୁ ବୁଝେଇଲେ ସେ ଭଲ ରୁହେ ।ହେଲେ ଭାଇ ବୋହୂକୁ ମାସେ ତଳେ ସେ ବାଡାଇ ଥିଲା । ଭାଇକୁ ବାଡଉଛି ମୋତେ ତ ଦିନେ ଛଡା ଦିନେ ସ୍ତ୍ରୀକୁ ଅନବରତ ପିଟି ଚାଲିଛି । ମୋତେ ସେ କାଲି ବାଡାଉ ଥିଲା ଆଖ ପାଖ ଲୋକ ଆସି ଅଟକାଇଲେ ହେଲେ ମୁଁ ଖସିକି ପଳେଇଲି । ହେଲେ 8ଟା ବେଳେ ଶୁଣିଲି ବୋହୂ ଚାଲିଗଲା’ ।

ତା ହେଲେ ବନ୍ଧୁଗଣ ଏଭଳି ଏକ ଦୁଃଖ ଦାୟକ ଘଟଣା ଏବେ ଭୁବନେଶ୍ବରରେ ଘଟିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *