ମହିଳାଙ୍କ ଫାଇଦା ଉଠାଇଲେ ପୋଲିସ୍‌ ବାବୁ, ସାହାଯ୍ୟ ନାଁରେ କଲେ ମହିଳାଙ୍କ ସହ ଯାହା କଲେ ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, Video ହେଲା ଭାଇରାଲ

ମହିଳାଙ୍କ ଫାଇଦା ଉଠାଇଲେ ପୋଲିସ ବାବୁ ସାହାର୍ଯ୍ୟ ନାଁରେ ସେବା ଉଠାଇଲେ । ବିଚରା ମାଆ ପୁଅ ପାଇଁ ପୋଲିସ ବାବୁଙ୍କ ସେବା କଲା ଥାନା ବାବୁ କରାଇଲେ ଦେହ ମାଲିସ । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଏବେ ଖାକି ବର୍ଦ୍ଦି ଉପରେ ପ୍ରଶ୍ନ ଉଠିଛି । ପୋଲିସ ହେଉଛି ଆମ ରକ୍ଷକ ଖାକି ବର୍ଦ୍ଦି ପିନ୍ଧି ସାଧାରଣ ଲୋକଙ୍କ ରକ୍ଷା ପାଇଁ ନେଇଛନ୍ତି ଶପଥ ।

ହେଲେ ଯଦି ପୋଲିସ ସାଜିବ ସୋଶୋକ ତା ହେଲେ କାହାକୁ ବା କଣ କହିବ । ବିହାରର ସହର୍ସା ପୋଲିସ ଷ୍ଟେସନରେ ଘଟିଛି ଏମିତି ଏକ ଘଟଣା । ଏହି ଘଟଣାରେ ପୋଲିସର କର୍ତ୍ତୁତ୍ଵକୁ ନେଇ ସମସ୍ତେ କରିଛନ୍ତି ନିନ୍ଦା । ପଚାରି ଛନ୍ତି ଏଇଟା କଣ ପୋଲିସର ଧର୍ମ । ପରିସ୍ଥିତିର ପୁରା ଫାଇଦା ଉଠାଇ ଛନ୍ତି ପୋଲିସ ବାବୁ । ଆଉ ଜଣେ ମା ସହ କରିଛନ୍ତୁ ଦୁର୍ବ୍ୟବହାର । ଏବେ ଏହି ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେହି ପୋଲିସ ଅଫିସର ଶଶୀ ଭୂଷଣ ସିହ୍ନାଙ୍କୁ ସସ୍ପେଣ୍ଡ କରାଯାଇଛି । ବିହାର ପୋଲିସର ଏହି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ଭିଡିଓରେ ପୋଲିସ ଷ୍ଟେସନ ଆସିଥିବା ଜଣେ ଅଭିଯୁକ୍ତଙ୍କ ମାଙ୍କ ଠାରୁ ମାଲିସ କରାଉ ଛନ୍ତି ପୋଲିସ ବାବୁ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ପୋଲିସ ଷ୍ଟେସନରେ କେବଳ ଖାଲି ଗାମୁଛା ପିନ୍ଧି ବସି ମାଲିସର ମଜା ନେଉଛନ୍ତି ଶଶୀ ଭୂଷଣ ସିହ୍ନା ।

ଏହି ଭିଡିଓରେ ପୋଲିସ ବାବୁ ଜଣେ ଓକିଲଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି । ମାଲିସ କରୁଥିବା ମହିଳା ନିଜ ପୁଅକୁ ଜେଲରୁ କାଢିବା ପାଇଁ ଆସିଥିଲେ । ଥାନା ଅଧିକାରୀ ପୁଅର ବେଲ କରେଇ ଦେବା କଥା କହି ମହିଳାକୁ ଦେଇଥିଲେ ଆଶ୍ଵସନା । ଏହା ସହ ସେ ମହିଳାଙ୍କୁ ତାଙ୍କ ଦେହରେ ତେଲ ମାଲିସ କରିବାକୁ କହିଥିଲେ । ମହିଳା ଜଣକ ଦେହରେ ମାଲିସ କରେଇବା ବେଳେ ଶଶୀ ଭୂଷଣ ସିହ୍ନା ଜଣେ ଓକିଲଙ୍କ ସହ କଥା ହୋଇ ତାଙ୍କ ପୁଅର ଜାମିନ କରେଇବା ପାଇଁ କଲ୍ ରେ କହୁଥିଲେ ।

ଶଶୀ ସେହି ଓକିଲଙ୍କୁ କହିଛନ୍ତି, ମହିଳା ଦୁଇଜଣ ଗରିବ ମୁଁ କେତେ ଟଙ୍କା ପଠେଇବି ଦୁଇଜଣ ମହିଳା ନିଜ ଆଧାର କାର୍ଡ ନେଇ ତମ ପାଖକୁ ଆସିବେ । ମୁଁ 10 ହଜାର ଟଙ୍କା ଖର୍ଚ୍ଚ କରିସାରିଛି ଟିକେ ବେଲ କରେଇ ଦିଅନ୍ତୁ । ଏହି ଭିଡିଓ ଦେଖି ୟୁଜର୍ସ ମାନେ ଖୁବ ରାଗି ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *